ଦିନକୁ ୧୫ଟି ସିଗାରେଟ ପିଇବାର ପରିଣାମ, ପଚିଗଲା ମହିଳାଙ୍କ ଆଙ୍ଗୁଳି

0

Get real time updates directly on you device, subscribe now.

ସିଗାରେଟ ପିଇବା କାରଣରୁ ଜଣେ ମହିଳାଙ୍କ ଆଙ୍ଗୁଳି ଝଡୁଛି । ବିଶେଷ କଥା ଏହା ଯେ ଏହାର କୌଣସି ଚିକିତ୍ସା ନାହିଁ । ପ୍ରଥମେ ତ ମହିଳାଙ୍କ ଆଙ୍ଗୁଳିଗୁଡ଼ିକର ରଙ୍ଗ ବାଇଗଣୀରୁ କଳା ହେଇଗଲା । ତାପରେ ଆଙ୍ଗୁଳି ଗୁଡ଼ିକ ସଢ଼ିବା ଆରମ୍ଭ କଲା ।

ଏହି 48 ବର୍ଷୀୟ ମହିଳାଙ୍କ ନାମ ମେଲିଣ୍ଡା ଜାନସେନ ବ୍ୟାନ ବୁରେନ୍ ଅଟେ । ସେ ସାଉଥ୍ ଆଫ୍ରିକାର ବାସିନ୍ଦା ଅଟନ୍ତି । ମହିଳା କହିଛନ୍ତି ଯେ 2021ର ଅକ୍ଟୋବର ମାସରୁ ହିଁ ତାଙ୍କ ହାତରେ ପରିବର୍ତ୍ତନ ଦେଖାଯିବା ଆରମ୍ଭ ହୋଇଯାଇଥିଲା । ପ୍ରଥମେ ତାଙ୍କ ହାତ ଉତ୍ତାପ ସହିବାରେ ଅସୁବିଧା ହେବାକୁ ଲାଗିଲା ଏବଂ ତାହା ନରମ ହେବାକୁ ଲାଗିଲା ।

ଯେତେବେଳେ ମହିଳାଙ୍କ ଆଙ୍ଗୁଳି କଳା ହୋଇଗଲା, ସେତେବେଳେ ଡାକ୍ତର ଯାଞ୍ଚ କଲେ ଏବଂ ଜାଣିବାକୁ ପାଇଲେ ଯେ ତାଙ୍କ ଆଙ୍ଗୁଳିରେ ଏହି ପରିବର୍ତ୍ତନ ସିଗାରେଟ ପିଇବା କାରଣରୁ ହେଉଛି । ବିଶେଷ କଥା ଏହା ଯେ ଏହି ରୋଗ ବହୁତ୍ ବିରଳ ଅଟେ । ଯେଉଁଥିରେ ଛୋଟ ଏବଂ ମଧ୍ୟମ ବ୍ଲଡ଼ ବେଶଲ୍ସରେ ରକ୍ତ ଜମାଟ ବାନ୍ଧିବାକୁ ଲାଗେ ଏବଂ ତାହା ଶୁଖିବାକୁ ଲାଗେ ।

13 ବର୍ଷ ବୟସରୁ ହିଁ ପିଉଥିଲେ ସିଗାରେଟ :-

ମେଲିଣ୍ଡା ଯେତେବେଳେ ଜାଣିବାକୁ ପାଇଲେ ଯେ ଏହା ସିଗାରେଟ ପିଇବା କାରଣରୁ ହେଉଛି, ସେତେବେଳେ ସେ ସିଗାରେଟ ପିଇବା ଛାଡ଼ିଦେଲେ । ସେ କହିଛନ୍ତି ଯେ ସେ 13 ବର୍ଷ ପୂର୍ବରୁ ହିଁ ସିଗାରେଟ ପିଉଥିଲେ । ସେ ଦିନକୁ 15 ସିଗାରେଟ ପିଇ ଦେଉଥିଲେ ।

ସିଗାରେଟ ପିଇବା ଛାଡ଼ିବା ପରେ ମଧ୍ୟ ତାଙ୍କ ଆଙ୍ଗୁଳି ଝଡ଼ିବାକୁ ଲାଗୁଛି । ତାଙ୍କ ଡ଼ାହାଣ ହାତର ତିନୋଟି ଆଙ୍ଗୁଳିର ଉପର ଅଂଶ ଏବଂ ବାମ ହାତର ଗୋଟିଏ ଆଙ୍ଗୁଳି ଝଡି ଯାଇଛି ।

ସାଧାରଣ କାମ ମଧ୍ୟ କରିପାରୁ ନାହାନ୍ତି ମେଲିଣ୍ଡା :-

ମେଲିଣ୍ଡା କହିଛନ୍ତି – ମୁଁ ମୋ ହାତକୁ ବ୍ୟବହାର କରିପାରୁ ନାହିଁ । ସଫାସୂତରା କରିବା, ଚୁଟି ସଜାଡ଼ିବା, ଗାଧେଇବା, ଏସବୁ କାମ ମଧ୍ୟରୁ ମୁଁ କୌଣସି ଗୋଟିଏ ବି କାମ କରିପାରୁ ନାହିଁ । ମତେ ଯନ୍ତ୍ରଣାରୁ ମୁକ୍ତି ମିଳୁନାହିଁ ।

ମେଲିଣ୍ଡା କହିଛନ୍ତି – ମୁଁ ଜଣେ ପର୍ଶନାଲ ଆସିଷ୍ଟାଣ୍ଟ ଏବଂ ଜଣେ କ୍ୱାଲିଫାଇଡ ନେଲ ଟେକ୍ନିସିଆନ ଅଟେ । ମୁଁ ନିଜ କାମ ପାଇଁ ଜଣାଶୁଣା ଥିଲି, କିନ୍ତୁ ବର୍ତ୍ତମାନ ମୁଁ ତାହା ଆଉ କରିପାରିବି ନାହିଁ । ମୁଁ ଗତ ଅକ୍ଟୋବର ମାସରୁ ଲେଖି ମଧ୍ୟ ପାରୁନାହିଁ ।

ମେଲିଣ୍ଡା ବର୍ତ୍ତମାନ ଲୋକଙ୍କୁ ସିଗାରେଟ ନ ପିଇବାକୁ ପରାମର୍ଶ ଦେଉଛନ୍ତି । ଯେପରିକି ଏପରି ଅନ୍ୟ କୌଣସି ବ୍ୟକ୍ତିଙ୍କ ସହିତ ନ ହେଉ । ସେ କହିଛନ୍ତି ସିଗାରେଟ ଛାଡିବାରେ ମଧ୍ୟ ବହୁତ୍ ଅସୁବିଧାକୁ ସାମ୍ନା କରିବାକୁ ପଡିଲା ।

Leave A Reply

Your email address will not be published.