ଡେ଼ଲ୍ଟା ଓ ଓମିକ୍ରନ ପରେ ନୂଆ ଭ୍ୟାରିଏଣ୍ଟ ଡେ଼ଲ୍ଟାକ୍ରନକୁ ନେଇ ବଢ଼ିଲା ଚିନ୍ତା ! ଜାଣନ୍ତୁ କଣପାଇଁ ଏହା ଭୟାନକ ଅଟେ !

0

Get real time updates directly on you device, subscribe now.

କରୋନା ଭାଇରସକୁ ଦୁଇବର୍ଷରୁ ଅଧିକ ସମୟ ହୋଇଗଲାଣି। ଗୋଟିଏ ପରେ ଗୋଟିଏ ଏହାର ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି। ଡେ଼ଲ୍ଟା ଓ ଓମିକ୍ରନ ପାରେ ନୂଆ ଭ୍ୟାରିଏଣ୍ଟ ଡେ଼ଲ୍ଟାକ୍ରନ ସାମ୍ନାକୁ ଆସିଛି। ଏହା ଡେ଼ଲ୍ଟା ଓ ଓମିକ୍ରନ ର ମିଶ୍ରଣରେ ଏକ ହାଇବ୍ରିଡ଼ ଷ୍ଟ୍ରେନ ଅଟେ। ବ୍ରିଟେନ ରୁ ଡେ଼ଲ୍ଟାକ୍ରନ ମାମଲା ସାମ୍ନାକୁ ଆସିଛି ଯାହାଦ୍ୱାରା ପୁଣିଥରେ ଏକ୍ସପର୍ଟ ଓ ଲୋକମାନଙ୍କ ଚିନ୍ତା ବଢିଯାଇଛି। WHO ମୁତାବିକ, କିଛି ୟୁରୋପୀୟ ଦେଶ ଫ୍ରାନ୍ସ, ନେଦରଲ୍ୟାଣ୍ଡ ଓ ଡେନମାର୍କର କିଛି ମାମଲା ସାମ୍ନାକୁ ଆସିଛି।

ଡେ଼ଲ୍ଟା ଓ ଓମିକ୍ରନର ମିକ୍ସ ଭ୍ୟାରିଏଣ୍ଟ:-

ରିପୋର୍ଟରେ କୁହାଯାଇଛି କି, ଡେ଼ଲ୍ଟାକ୍ରନ ର ଜେନେଟିକ ବ୍ୟାକଗ୍ରାଉଣ୍ଡ ଡେ଼ଲ୍ଟା ଭ୍ୟାରିଏଣ୍ଟ ସହ ସମାନ ଅଟେ। ଏହାସହ ଏଥିରେ ଓମିକ୍ରନ ଭଳି କିଛି ମ୍ୟୁଟେସନ ରହିଛି। ଏଥିପାଇଁ ଏହାକୁ ଡେ଼ଲ୍ଟାକ୍ରନ ନାମ ମଧ୍ୟ ଦିଆଯାଇଛି। ଓମିକ୍ରନ କୁ ଏବେପର୍ଯ୍ୟନ୍ତ ସବୁଠାରୁ ଦ୍ରୁତ ଗତିରେ ବ୍ୟାପିଥିବା କରୋନାର ଭ୍ୟାରିଏଣ୍ଟ କୁହାଯାଇଛି। ଯେବେକି ଡେ଼ଲ୍ଟା ଭ୍ୟାରିଏଣ୍ଟ ବିଗତ ବର୍ଷ ବହୁତ ଦେଶରେ ପ୍ରଚଣ୍ଡତା ଖେଳାଇ ଥିଲା।

ଡେ଼ଲ୍ଟା ଓ ଓମିକ୍ରନ ର ହାଇବ୍ରିଡ଼ ଭ୍ୟାରିଏଣ୍ଟ ଅଟେ ଡେ଼ଲ୍ଟାକ୍ରନ:-

ଏକ୍ସପର୍ଟଙ୍କ ମାନିବା ହେଲା, ଏହା ଏକ ସୁପର ସୁପର ମ୍ୟୁଟେଣ୍ଟ ଭାଇରସ ଅଟେ। ଯାହାର ବୈଜ୍ଞାନିକ ନାମ BA.1 + B.1.617.2 ଅଟେ। ଏକ୍ସପର୍ଟଙ୍କ କହିବାହେଲା, ଏହା ଡେ଼ଲ୍ଟା ଓ ଓମିକ୍ରନ ମିଶ୍ରିତ ଏକ ହାଇବ୍ରିଡ଼ ଭ୍ୟାରିଏଣ୍ଟ ଅଟେ। ଯାହାକୁ ସର୍ବପ୍ରଥମେ ସାଇପ୍ରସ ରିସର୍ଚର ବିଗତ ମାସରେ ଖୋଜିଥିଲେ। ସେ ସମୟରେ ବୈଜ୍ଞାନିକ ତ ଏହାକୁ ଲ୍ୟାବ ରେ ଘଟିଥିବା ଏକ ଭୁଲ ମାନି ନେଇଥିଲେ। କିନ୍ତୁ ସାରା ଦୁନିଆରେ ଏହାର କେସ ସାମ୍ନାକୁ ଆସି ସାରିଛି।

ଭାରତରେ କେତେ ରହିଛି ଆଶଙ୍କା ?:-

ବ୍ରିଟେନ ସହିତ ସର ଦୁନିଆର କେତେକ ଦେଶରେ ଡେ଼ଲ୍ଟାକ୍ରନ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଏଯାବତ ଭାରତରେ ଏହାର ମାମଲା ଦେଖାଯାଇ ନାହିଁ। କିଛି ମାମଲାରେ ଓମିକ୍ରନ ଓ ଡେ଼ଲ୍ଟାର ମିଶ୍ରିତ ସଂକ୍ରମଣ ଦେଖିବାକୁ ମିଳିଛି। କରୋନା ଭାଇରସ ର ଏହି ଭ୍ୟାରିଏଣ୍ଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଏହି ନୂଆ ଭ୍ୟାରିଏଣ୍ଟ ଉପରେ ନଜର ରଖିବାକୁ କୁହାଯାଇଛି।

ଡେ଼ଲ୍ଟାକ୍ରନ ର ଲକ୍ଷଣ:-

ୟୁରୋପ ର କିଛି ସ୍ୱାସ୍ଥ୍ୟ ରକ୍ଷା ଏଜେନ୍ସି ଡେ଼ଲ୍ଟାକ୍ରନ ଉପରେ ଯାଞ୍ଚ କାର୍ଯ୍ୟରେ ଲାଗିଛନ୍ତି। ଏବେ ଏହିକଥାର ପତା ଲଗାଇବା ବହୁତ ମୁସ୍କିଲ କିନ୍ତୁ ସାଧାରଣତଃ ଲକ୍ଷଣରେ ବହୁତ ଜ୍ୱର ଆସିବା, କଫ, ଶୁଙ୍ଘିବାର ଶକ୍ତି କମ ହେବା, ନାକ ବୋହିବା, ଥକାପଣ ଅନୁଭବ ହେବା, ମୁଣ୍ଡବିନ୍ଧା, ଶ୍ଵାସକ୍ରିୟାରେ ସମସ୍ୟା, ମାଂସପେଶୀରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା, ବାନ୍ତି ଲାଗିବା କିମ୍ବା ଡାଇରିଆ ହେବା।

Leave A Reply

Your email address will not be published.