ମିଳିଲା କରୋନାର ନୂଆ ରୂପ,ପୁଣିଥରେ ମହାମାରୀ କରୋନାକୁ ନେଇ ବଢିଲା ଚିନ୍ତା !

0

Get real time updates directly on you device, subscribe now.

ପୁଣିଥରେ ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ାଇଦେବା ଭଳି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଇସ୍ରାଏଲରେ କରୋନାର ନୂଆ ଭାରିଏଣ୍ଟ ଠାବ ହୋଇଛି। ଦୁଇ ଜଣଙ୍କ ଶରୀରରୁ ଏହି ନୂଆ ଭାରିଏଣ୍ଟ ଠାବ ହୋଇଥିବା ସମୟରେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ମିଳିଥିବା ଏହି ଓମିକ୍ରନର ଦୁଇଟି ସବ ଭାରିଏଣ୍ଟ ମିଳିତ ଭାବରେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି। ବିଏ.୧ ଓ ବିଏ.୨ ଭାବରେ ଜଣାଶୁଣା ଥିବା ଏହି ଦୁଇ ଭାରିଏଣ୍ଟ ମିଳିତ ଭାବରେ ନୂଆ ଷ୍ଟ୍ରେନରେ ପରିଣତ ହୋଇଛନ୍ତି। ବର୍ତ୍ତମାନ ଏହା ଦୁଇ ଜଣ ଇସ୍ରାଏଲ ଫେରନ୍ତାଙ୍କ ଶରୀରରୁ ଠାବ କରାଯାଇଛି।

ଏହି ଦୁଇ ବ୍ୟକ୍ତି ଇସ୍ରାଏଲର ବେନ ଗୁରିଅନ ଏୟାରପୋର୍ଟରେ ଆସି ଅବତରଣ କରିଥିଲେ। ଏହାପରେ ସେମାନଙ୍କର ଆରଟି ପିସିଆର ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କର ଜେନୋମ ସିକ୍ୱେନ୍ସିଂ ମଧ୍ୟ କରାଯାଇଥିଲା। ଏହି ସମୟରେ ମିଳିତ ଭାରିଏଣ୍ଟ ଉଭୟଙ୍କ ଶରୀରରୁ ଠାବ ହୋଇଛି।

ଏହି ଭାଇରସର ପ୍ରଭାବ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟରେ ନାହିଁ। ପ୍ରଥମ ଥର ଏପରି କମ୍ବାଇଣ୍ଡ ଭାଇରସ ଠାବ ହୋଇଛି।

ମନ୍ତ୍ରାଳୟ କହିଛିକି, କମ୍ବାଇଣ୍ଡ ଭାଇରସରେ ଆକ୍ରାନ୍ତ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ମଧ୍ୟମଧରଣର ଜ୍ୱର ରହିଛି। ସେହିପରି ମୁଣ୍ଡ ବିନ୍ଧା ହେବା ସହିତ ସେମାନେ ଶରୀରରେ ମଧ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେବେ ସେମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମେଡିକାଲ ଚିକିତ୍ସାର କୌଣସି ଆବଶ୍ୟକ ପଡ଼ିନାହିଁ। ତେଣୁ କେହିବି ଏହାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ମନ୍ତ୍ରାଳୟ ତରଫରୁ ଆଶ୍ୱନା ଦିଆଯାଇଛି।

Leave A Reply

Your email address will not be published.