ବିନା ପରୀକ୍ଷାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେ କରନ୍ତୁ ଚାକିରି,ଜାଣନ୍ତୁ କେମିତି ଆବେଦନ କରିବେ ?

0

Get real time updates directly on you device, subscribe now.

ସରକାରୀ ଚାକିରି ଖୋଜୁଥିବା ଯୁବପିଢିମାନଙ୍କ ପାଇଁ ଆସିଲା ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ସ୍ପେଶାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ପାଇଁ ଏକ ନୋଟିଫିକେସନ ଜାରି କରାଯାଇଛି। ଏଥିରେ ନିଯୁକ୍ତି ବିନା ପରୀକ୍ଷା ମାଧ୍ୟମରେ ମିଳୁଛି। ଇଚ୍ଛା କରୁଥିବା ଏବଂ ଯୋଗ୍ୟଥିବା ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆରବିଆଇର ଅଧିକାରକ ୱେବସାଇଟ୍ rbi.org.in କୁ ଯାଇ ନିଜ ନିଜର ଆବେଦନ କରିପାରିବେ।

ଯେଉଁ ପଦବୀ ସବୁ ଖାଲିପଡିଛି, ସେଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କ ନିକଟରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ଏଲୋପାଥିକ ସିଷ୍ଟମ ଅଫ ମେଡିସିନରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ଏମବିବିଏସରେ ଡିଗ୍ରୀ କରିଥିବା ଆବଶ୍ୟକ। ଏହାଛଡା କୌଣସି ହସ୍ପିଟାଲ କିମ୍ବା କ୍ଲିନିକରେ ଅତିକମରେ ଦୁଇବର୍ଷରୁ ଅଭିଜ୍ଞତା ମଧ୍ୟ ଥିବା ଆବଶ୍ୟକ।

ଜରୁରୀ ତାରିଖ:-

ଏହି ପଦବୀ ପାଇଁ ଆବେଦନ କରିବାର ତାରିଖ ୧୫ ମାର୍ଚ୍ଚ ୨୦୨୨ରୁ ଆରମ୍ଭ ହୋଇଥିବା ସମୟରେ ଶେଷ ୫ ଏପ୍ରିଲ ୨୦୨୨ରେ ହେବ।

ପ୍ରାର୍ଥୀଙ୍କୁ ଚାକିରି ଗୁଜରାଟ ଅହମଦାବାଦର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ମିଳିବ।

ପଦବୀ ବିବରଣୀ:-

ବ୍ୟାଙ୍କ ମେଡିକାଲ କନସଲଣ୍ଟାଣ୍ଟ: ୧

ଦରମା:-

କଣ୍ଟ୍ରାକ୍ଟ ଚୁକ୍ତି ପୂରଣ ହୋଇସାରିବା ପରେ ଘଣ୍ଟାକୁ ହଜାର ଟଙ୍କା ହିସାବରେ ଆପଣଙ୍କୁ ଦରମା ମିଳିବ।

ଚୟନ ଯୋଗ୍ୟତା:-

ପ୍ରାର୍ଥୀମାନଙ୍କର ଚୟନ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ଇଣ୍ଟରଭ୍ୟୁ ପରେ ସର୍ଟଲିଷ୍ଟ ହୋଇଥିବା ଆବେଦନକାରୀଙ୍କୁ ବ୍ୟାଙ୍କର ମେଡିକାଲ କନସଲଣ୍ଟେଣ୍ଟ ଭାବରେ ନିଯୁକ୍ତି ମିଳିବ। ପ୍ରଥମେ ଆପଣଙ୍କର ମେଡିକାଲ ପରୀକ୍ଷା, କାଗଜପତ୍ର ସବୁ ଦାଖଲ କରିବାକୁ ପଡିବ।

ଏହି ପଦବୀ ପାଇଁ ଆବେଦନ କିପରି କରିବେ?:-

ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ଅଫଲାଇନ ମୋଡରେ ନିମ୍ନଲିଖିତ ଠିକଣା ମାଧ୍ୟମରେ ଆବେଦନ କରିପାରିବେ।
Regional Director, Human Resource Management Department, Reserve Bank of India, 4th Floor, Main Office Building, Near Gandhi Bridge, Ahmedabad – 380014

Leave A Reply

Your email address will not be published.