ଖାଉଟିଙ୍କୁ ଶକ୍ତ ଝଟକା : ଏହି ସବୁ ସାମଗ୍ରୀର ବଢିଲା ଦର,ଜାଣନ୍ତୁ କଣ ରହିଛି ରେଟ !

0

Get real time updates directly on you device, subscribe now.

ମହଙ୍ଗା ମାଡ ସହିତ ସାମ୍ନା କରୁଥିବା ଖାଉଟିଙ୍କୁ ଆଉ ଏକ ଝଟ୍‌କା ଲାଗିଲା। ମହଙ୍ଗା ମାଡ଼ ବର୍ତ୍ତମାନ ଆପଣଙ୍କ ମ୍ୟାଗି ଉପରେ ମଧ୍ୟ ପଡ଼ିଲାଣି। ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀ ନେସଲେ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକର ମୂଲ୍ୟ ୧୨ ଟଙ୍କାରୁ ୧୪ ଟଙ୍କା କରିଦେଇଛି। ସୂଚନା ଅନୁଯାୟୀ, ହିନ୍ଦୁସ୍ତାନ ୟୁନିଲିଭର ଏବଂ ନେସଲେ ତରଫରୁ ମାର୍ଚ୍ଚ ୧୪ ତାରିଖରୁ ଚା’, କଫି ଏବଂ କ୍ଷୀର ମୂଲ୍ୟ ବୃଦ୍ଧି କରିଦେଇଛନ୍ତି। ଦରବୃଦ୍ଧି ପାଇଁ ଏହି ଜିନିଷ ଗୁଡ଼ିକର ଦର ମଧ୍ୟ ବୃଦ୍ଧି କରାଯାଇଛି ବୋଲି ହିନ୍ଦୁସ୍ତାନ ୟୁନିଲିଭର କହିଛି। ନେସଲେ ଇଣ୍ଡିଆ ଘୋଷଣା କରିଛିକି, କମ୍ପାନୀ ମ୍ୟାଗିର ମୂଲ୍ୟ ୯ ରୁ ୧୬ ପ୍ରତିଶତ ଯାଏ ବୃଦ୍ଧି କରିଛି। ନେସଲେ ଇଣ୍ଡିଆ କମ୍ପନୀର କ୍ଷୀର ଏବଂ କଫି ପାଉଡର ମୂଲ୍ୟ ମଧ୍ୟ ବୃଦ୍ଧି କରିଦେଇଛି।

ମୂଲ୍ୟ ବଢ଼ିବା ପରେ ବର୍ତ୍ତମାନ ୭୦ ଗ୍ରାମ ମ୍ୟାଗିର ଗୋଟିଏ ପ୍ୟାକେଟ୍ ପାଇଁ ୧୨ ଟଙ୍କା ବଦଳରେ ୧୪ ଟଙ୍କା ଦେବାକୁ ପଡ଼ିବ। ସେପଟେ ୧୪୦ ଗ୍ରାମ ମ୍ୟାଗି ମସାଲା ନୁଡୁଲ୍ସ ମୂଲ୍ୟ ୩ ଟଙ୍କା ଅର୍ଥାତ ୧୨.୫ ପ୍ରତିଶତ ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ମ୍ୟାଗିର ୫୬୦ ଗ୍ରାମ ପ୍ୟାକ ପାଇଁ ୯୬ ଟଙ୍କା ବଦଳରେ ୧୦୫ ଟଙ୍କା ଦେବାକୁ ପଡ଼ିବ। ଏହି ହିସାବରେ ଏହାର ମୂଲ୍ୟ ବର୍ତ୍ତମାନ ୯.୪ ପ୍ରତିଶତ ବୃଦ୍ଧି ପାଇଛି।

ଚା’-କଫି କେତେ ମହଙ୍ଗା ହେଲା?,ଜାଣନ୍ତୁ…:-

– ହିନ୍ଦୁସ୍ତାନ ୟୁନିଲିଭର Bruକଫିର ମୂଲ୍ୟ ୩-୭ ପ୍ରତିଶତ ଯାଏ ବଢ଼ାଇ ଦେଇଛି।

– Bru ଗୋଲ୍ଡ କଫି ଜାର୍ ମୂଲ୍ୟ ମଧ୍ୟ ୩-୪ ପ୍ରତିଶତ ଯାଏ ବଢ଼ିଯାଇଛି।

– ଇନଷ୍ଟାଣ୍ଟ୍ କଫି ପାଉଚର ମୂଲ୍ୟ ୩ ପ୍ରତିଶତରୁ ନେଇ ୬.୬୬ ଯାଏ ବଢ଼ାଇ ଦିଆଯାଇଛି।

– ନେସ୍କେଫେ କ୍ଲାସିକ କଫି ପାଉଡର ମୂଲ୍ୟ ୩-୭ ପ୍ରତିଶତ ଯାଏ ବଢ଼ିଯାଇଛି।

– ତାଜମହଲ ଚା’ ମୂଲ୍ୟ ୩.୭ ପ୍ରତିଶତ ରୁ ନେଇ ୫.୮ ପ୍ରତିଶତ ଯାଏ ବଢ଼ିଯାଇଛି।- ବ୍ରୁକ୍ ବଣ୍ଡ୍ ଭେରିଆଣ୍ଟର ଭିନ୍ନ-ଭିନ୍ନ ଚା’ର ମୂଲ୍ୟ ୧.୫ ପ୍ରତିଶତରୁ ନେଇ ୧୪ ପ୍ରତିଶତ ଯାଏ ବଢ଼ିଯାଇଛି ।

– ୨୫ ଗ୍ରାମ ନେସ୍କେଫେ ପ୍ୟାକ୍ ବର୍ତ୍ତମାନ ୨.୫ ପ୍ରତିଶତ ମହଙ୍ଗା ହୋଇଯାଇଛି। ଏଥିପାଇଁ ୭୮ ଟଙ୍କା ବଦଳରେ ଏବେ ୮୦ ଟଙ୍କା ଦେବାକୁ ପଡ଼ିବ।

– ଏହା ସହ ୫୦ ଗ୍ରାମ ନେସ୍କେଫେ କ୍ଲାସିକ ପାଇଁ ୧୪୫ ଟଙ୍କା ବଦଳରେ ୧୫୦ ଟଙ୍କା ହିଁ ଦେବାକୁ ପଡ଼ିବ।

– ମିଲ୍କ ପାଉଡର ମଧ୍ୟ ମହଙ୍ଗା ହୋଇଗଲା। ନେସଲେ ଗୋଟିଏ ଲିଟର A+ କ୍ଷୀର ମୂଲ୍ୟ ମଧ୍ୟ ବୃଦ୍ଧି କରିଦେଇଛି। ପ୍ରଥମେ ଏଥିପାଇଁ ଆପଣଙ୍କୁ ୭୫ ଟଙ୍କା ବଦଳରେ ବର୍ତ୍ତମାନ ୭୮ ଟଙ୍କା ଦେବାକୁ ପଡ଼ିବ।

Leave A Reply

Your email address will not be published.