ଆଜି ଠାରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

0

Get real time updates directly on you device, subscribe now.

ଆଜିଠାରୁ ୧୨ ରୁ ୧୪ ବର୍ଷର ପିଲାମାନଙ୍କୁ କରୋନା ଟିକା ଦିଆଯିବ। ଯେଉଁ ପିଲାମାନେ ୨୦୧୦ ମସିହା ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ଏହି ଟିକା ଦିଆଯିବ। ଏ ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ବିଷୟରେ ଚିଠି ଲେଖି ଅବଗତ କରାଇଛନ୍ତି।

ତେବେ ଏହି ଟିକା ନେବା ପାଇଁ ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ୧୨ ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ। ୨୮ ଦିନ ବ୍ୟବଧାନ ମଧ୍ୟରେ ଦୁଇଟି ଡୋଜ ଦିଆଯିବ। ପୂର୍ବରୁ ଯେଉଁ ସବୁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏଥର ମଧ୍ୟ ଏହି ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ। ସ୍କୁଲଗୁଡ଼ିକରେ ଟିକାକରଣକୁ ତ୍ୱରାନ୍ୱିତ କରାଯିବ। ଟିକାକରଣରେ ଶିକ୍ଷକମାନେ ମଧ୍ୟ ସହଯୋଗ କରିବେ।

ସେହିପରି ସ୍କୁଲ ଟାଇମିଂ ଅନୁଯାୟୀ ଟିକାକରଣ କରିବାକୁ CDMOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ବିଭାଗ, SC-ST ବିଭାଗ ସହିତ ସମନ୍ୱୟ ରଖି ଟିକାକରଣ କରାଯିବ। ବର୍ତ୍ତମାନ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ଅଛି। ସବୁ ଜିଲ୍ଲାକୁ ଏହି ଟିକା ପଠାଯାଇଛି। କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ ବୋଲି ଜଣାପ୍ସ୍ଡିଛି। ଟିକା ନେବାକୁ ରାଜ୍ୟରେ ୧୨ ରୁ ୧୪ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ରହିଛନ୍ତି। ଏମାନଙ୍କ ଟିକାକରଣ ପାଇଁ ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟାର ଏଥିରେ ନିୟୋଜିତ ହେବେ।

Leave A Reply

Your email address will not be published.