ଭାରତୀୟ ଟିମ କୁ ଯୁବରାଜ ସିଂହଙ୍କ ଭଳି ଏକ ଖତରନାକ ଖେଳାଳିକୁ ଆଣିଛନ୍ତି ଅଧିନାୟକ ରୋହିତ ଶର୍ମା। କୋହଲି- ଶାସ୍ତ୍ରୀ କରୁଥିଲେ କ୍ୟାରିଅର ଖତମ

0

Get real time updates directly on you device, subscribe now.

ରୋହିତ ଶର୍ମାଙ୍କ ଅଧିନାୟକତାରେ ଭାରତୀୟ ଦଳକୁ ସବୁଠାରୁ ବଡ଼ ମ୍ୟାଚ ବିଜେତା ଖେଳାଳି ମିଳିଯାଇଛି। ଯିଏକି ଦଳକୁ ପ୍ରତ୍ୟେକ ମ୍ୟାଚରେ ବିଜୟ ଦେଉଛି। ଏହି ଖେଳାଳି ଯେତେବେଳେ ମୈଦାନରେ ପାଦ ରଖୁଛି ଦଳକୁ ନିହାତି ଭାବରେ ଜିତାଇ ଦେଉଛି। ଏହି ଖେଳାଳି ରୂପରେ ଦଳକୁ ଏକ ମ୍ୟାଚ ଉଇନର ଖେଳାଳି ମିଳିଯାଇଛି। ଯାହାକି ଦଳକୁ ଆବଶ୍ୟକ ଥିଲା। ରୋହିତ ଶର୍ମାଙ୍କ ଅଧିନାୟକତା ପୂର୍ବରୁ ଯେତେବେଳେ ବିରାଟ ଓ ଶାସ୍ତ୍ରୀ ଦଳର ନେତୃତ୍ୱ ସମ୍ଭାଳୁଥିଲେ ସେତେବେଳେ ଏହି ଖେଳାଳିକୁ ପ୍ରାୟ ମ୍ୟାଚ ଖେଳିବାକୁ ମିଳୁନଥିଲା।

ଟିମ ଇଣ୍ଡିଆକୁ ଲଗାତାର ମ୍ୟାଚ ଜିତାଉଛି ଏହି ଖେଳାଳି:-

ରୋହିତ ଶର୍ମା ନିଜର ଅଧିନାୟକ ପଦ ସମ୍ଭାଳିବା ପରଠାରୁ ଏହି ଖେଳାଳିକୁ ଲଗାତାର ଦଳରେ ସ୍ଥାନ ମିଳୁଛି ଓ ଏହି ଖେଳାଳି ଭାରତୀୟ ଦଳକୁ ବିଜୟ ମଧ୍ୟ ଦେଉଛି। ଆମେ ଆଲୋଚନା କରୁଛୁ ଟିମ ଇଣ୍ଡିଆର ନୂତନ ମ୍ୟାଚ ବିଜେତା ଖେଳାଳି ଶ୍ରେୟାସ ଆୟରଙ୍କ ବିଷୟରେ ଯିଏକି ଟିମ ଇଣ୍ଡିଆର ଭାଗ୍ୟ ବଦଳାଇବାରେ ଲାଗିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟ ଗର୍ଜନ କରୁଛି ଓ ଶ୍ରୀଲଙ୍କା ଟିମ ଏକଦମ ଧରାଶାୟୀ ହୋଇଯାଉଛନ୍ତି।

ବ୍ୟାଟିଂରେ କମାଲ କରୁଛନ୍ତି ଏହି ଖେଳାଳି:-

ଶ୍ରେୟାସ ଆୟର ଭାରତୀୟ ଟିମରେ ନମ୍ବର 6 ରେ ନିଶ୍ଚିତ ରୂପରେ ନିଜର ସ୍ଥାନ ବନାଇ ସାରିଛନ୍ତି। ଏହାପୂର୍ବରୁ 6 ନମ୍ବର ସ୍ଥାନରେ ଭାରତ ପାଇଁ ଋଷଭ ପନ୍ତ ବ୍ୟାଟିଂ କରୁଥିଲେ। ଋଷଭଙ୍କୁ 5 ନମ୍ବରରେ ଶିଫ୍ଟ କରାଯାଇଛି। ଏହାପୂର୍ବରୁ 5 ନମ୍ବର ସ୍ଥାନରେ ଆଜିଙ୍କ୍ୟ ରାହାଣେ ଖେଳୁଥିଲେ କିନ୍ତୁ ବେକାର ପ୍ରଦର୍ଶନ କାରଣରୁ ତାଙ୍କୁ ଭାରତୀୟ ଦଳରୁ ବାଦ ଦିଆଯାଇଛି। ଶ୍ରେୟାସ ଆୟର ଭାରତୀୟ ଟେଷ୍ଟ ଟିମରେ 6 ନମ୍ୱର ପାଇଁ ସବୁଠାରୁ ବଡ଼ ଦାବିଦାର ଖେଳାଳି ଅଟନ୍ତି। ବ୍ୟାଟିଂରେ ଯୁବରାଜ ସିଂହଙ୍କ ଝଲକ ତାଙ୍କ ଠାରେ ଦେଖିବାକୁ ମିଳୁଛି। ମୈଜୁଦା ଶ୍ରୀଲଙ୍କା ବିପକ୍ଷ ସିରିଜରେ ସେ 186 ରନ କରିସାରିଛନ୍ତି। ଯେଉଁଥିରେ 2ଟି ଅର୍ଧ ଶତକ ସାମିଲ ରହିଛି। ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ T-20 ସିରିଜରେ ସେ 204 ରନ କରିଥିଲେ। ଶ୍ରେୟାସ ଆୟରଙ୍କ ପ୍ରଦର୍ଶନକୁ ଦେଖି ଲାଗୁଛି ଭାରତୀୟ ଦଳକୁ ସେହି ମ୍ୟାଚ ଫିନିସର ମିଳିଯାଇଛି ଯାହାର ଦରକାର ଦଳକୁ ବହୁତ ସମୟ ଧରି ଥିଲା।

କୋହଲି- ଶାସ୍ତ୍ରୀ ରାଜ ରେ ବର୍ବାଦ ହେଉଥିଲା କ୍ୟାରିଅର:-

ରୋହିତ ଶର୍ମାଙ୍କୁ ଅଧିନାୟକ ପଦ ମିଳିବା ପୂର୍ବରୁ ଦଳରେ ବିରାଟ ଓ ଶାସ୍ତ୍ରୀଙ୍କ ରାଜ ଚାଲିଥିଲା। ଏହି ସମୟରେ ଶ୍ରେୟାସଙ୍କୁ ବହୁତ ଅଧିକ ସୁଯୋଗ ମିଳୁନଥିଲା ସେ ଦଳରୁ ବାହାର ଭିତର ହେଉଥିଲେ। ଆଇପିଏଲରେ ସେ ଦିଲ୍ଲୀ କ୍ୟାପିଟାଲସ ର ଅଧିନାୟକ ପଦରୁ ମଧ୍ୟ ବାଦ ପଡ଼ିଥିଲେ। କିନ୍ତୁ ଏହା ପରଠାରୁ ତାଙ୍କ ଭାଗ୍ୟ ବଦଳିଥିଲା ଓ ତାଙ୍କୁ କୋଲକାତା ନାଇଟ ରାଇଡ଼ର୍ସର ଅଧିନାୟକ ପଦ ମଧ୍ୟ ମିଳିଥିଲା।

ଟିମ ଇଣ୍ଡିଆକୁ ଜିତାଇ ପାରେ ବିଶ୍ୱକପ:-

ମ୍ୟାଚ ବିଜେତା ଭାବରେ ଚମକିବା ଯୋଗୁଁ ଭାରତକୁ ମିଶନ 2022 ବିଶ୍ୱକପ ଓ 2023 ବିଶ୍ୱକପ ପାଇଁ ଏକ ବଡ଼ ଆଶା ଦେଇଛି। ତାଙ୍କର ଷ୍ଟ୍ରାଇକ ରେଟ 200 ରହୁଛି ବିଗତ ଏକବର୍ଷରେ ଆୟରଙ୍କ ପ୍ରଦର୍ଶନ କମାଲ ର ରହି ଆସିଛି। ଶ୍ରେୟାସ ଆୟର ବହୁତ ଶାନଦାର ପ୍ରଦର୍ଶନ ଦେଇ ଗତି କରୁଛନ୍ତି। ଆଉ ଆଠ ମାସ ପରେ ଅଷ୍ଟ୍ରେଲିଆରେ ହେବାକୁ ଥିବା T-20 ବିଶ୍ୱକପ ମ୍ୟାଚରେ ସେ ଭାରତକୁ ଟ୍ରଫି ଦେଇପାରନ୍ତି। ଯେମିତିକି ଯୁବରାଜ ସିଂହ ଭାରତକୁ 28 ବର୍ଷ ପରେ 2011 ମସିହାରେ ବିଶ୍ୱକପ ଜିତାଇ ଥିଲେ।

ନିଜ ଦମରେ ଜିତାଇଲେ ବିଶ୍ୱକପ:-

ଟେଷ୍ଟ କ୍ରିକେଟ, ଦିନିକିଆ କ୍ରିକେଟ ଓ T-20 ଇନ୍ଟରନାଶନାଲ କ୍ରିକେଟରେ ଶ୍ରେୟାସ ଆୟର ନିଜ ଦମରେ କ୍ରିକେଟ ଖେଳି ଭାରତକୁ ମ୍ୟାଚ ବିଜୟୀ କରାଇଛନ୍ତି। ବ୍ୟାଟିଂରେ ଶ୍ରେୟାସ ଆୟର ଧୂଆଁଧାର ପାଳି ଖେଳୁଛନ୍ତି।

ଦୂରକଲେ ରୋହିତ ଶର୍ମାଙ୍କ ଟେନସନ:-

ରୋହିତ ଶର୍ମାଙ୍କ ଅଧିନାୟକତାରେ ଭାରତୀୟ ଦଳ 2022 T-20 ବିଶ୍ୱକପ ଓ 2023 ଦିନିକିଆ ବିଶ୍ୱକପ ପ୍ରସ୍ତୁତିରେ ଲାଗି ପଡ଼ିଛି। ରୋହିତ ଶର୍ମା ନିଜେ କହିସାରିଛନ୍ତି କି, ଶ୍ରେୟାସ ଆୟର ଏହି ମିଶନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାକି ଅଟନ୍ତି। ଏଥିପାଇଁ ରୋହିତ ଶର୍ମା କହିଥିଲେ, ଶ୍ରେୟାସ ଆୟର ଆପଣଙ୍କୁ ଟପ ଅର୍ଡରରେ ବ୍ୟାଟିଂ କରୁଥିବାର ନଜର ଆସିବେ।

ବ୍ୟାଟିଂରେ କୌଣସି ମୁକାବିଲା ନାହିଁ:-

ଶ୍ରେୟାସ ଆୟରଙ୍କ ବ୍ୟାଟିଂ ର କୌଣସି ମୁକାବିଲା ନାହିଁ। ଏହି କାରଣ ହେଉଛି ବ୍ୟାଟିଂ ରେ ଶ୍ରେୟାସ ଆୟରଙ୍କ ଯୋଗଦାନ ଭାରତୀୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଅଷ୍ଟ୍ରେଲିଆରେ ଯେତେବେଳେ ବଡ଼ ମଞ୍ଚରେ ସେ ବ୍ୟାଟିଂ କରୁଥିବେ ସେତେବେଳେ ଏହି ଫାଇଦା ନିହାତି ରୂପରେ ଦେଖାଦେବ। ଶ୍ରେୟାସ ଆୟର ବିଶ୍ୱକପ 2022 ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି। ଅଷ୍ଟ୍ରେଲିଆରେ ଏହି ଟୁର୍ଣ୍ଣାମେଣ୍ଟ ଆଉ ଆଠମାସ ପରେ ଆରମ୍ଭ ହେବାକୁ ଯାଉଛି।

ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଏକ ଅଦ୍ଭୁତ ସ୍ଥାନ ବନାଇଲେ:-

ଶ୍ରେୟାସ ଆୟର ଏହିଥର ମ୍ୟାଚ KKR ତରଫରୁ ଖେଳିବେ। ଶ୍ରେୟାସ ଙ୍କ ଖତରନାକ ଖେଳକୁ ଦେଖି KKR ଏହିଥର ତାଙ୍କୁ 12.25 କୋଟି ଟଙ୍କା ଦେଇ କିଣିଛନ୍ତି। ଶ୍ରେୟାସ ଆୟର KKR ଦଳର ନୂଆ ଅଧିନାୟକ ମଧ୍ୟ ହେବାକୁ ଯାଉଛନ୍ତି। ବିଗତ କିଛିବର୍ଷରେ ସେ ଦଳ ପାଇଁ ମ୍ୟାଚ ବିଜେତା ଖେଳାଳି ସାବ୍ୟସ୍ତ ହେଉଛନ୍ତି। ଭାରତୀୟ ଫ୍ୟାନ୍ସ ମାନଙ୍କ ହୃଦୟରେ ସେ ଏକ ଅଲଗା ସ୍ଥାନ ବନାଇ ସାରିଛନ୍ତି। ତାଙ୍କର ଧୂଆଁଧାର ବ୍ୟାଟିଂ ଦେଖି ଫ୍ୟାନ୍ସ ମାନେ ମୋହିତ ହେଉଛନ୍ତି।

ସାରା ଦୁନିଆରେ ନିଜ ନାମର ଢୋଲ ପିଟୁଛନ୍ତି:-

ଶ୍ରେୟାସ ଆୟର ନିଜର ପ୍ରତିଭା ସାରା ଦୁନିଆକୁ ଦେଖାଇ ସାରିଛନ୍ତି। ବିଗତ କିଛିସମୟ ହେବ ସେ ଭାରତ ପାଇଁ କିଛି ମ୍ୟାଚ ବିଜୟୀ ପାଳି ଖେଳି ନିଜର ଭାଗ୍ୟ ନିଜେ ବଦଳାଇଛନ୍ତି। ତାଙ୍କ ପାଖରେ ସେହି ସବୁ ଶର୍ଟ ରହିଛି ଯାହାକି ବିରୋଧୀ ଟିମକୁ ଚିତ ପଟାଙ୍ଗ କରିଦେବ।

ତିନୋଟି ଫର୍ମାଟରେ ପକ୍କା କଲେ ନିଜର ସ୍ଥାନ:-

ବିଗତ ଏକବର୍ଷ ମଧ୍ୟରେ ଶ୍ରେୟାସ ଆୟର ନିଜର ପ୍ରଦର୍ଶନ ବଳରେ ତିନୋଟି ଫର୍ମାଟରେ( ଟେଷ୍ଟ, ଦିନିକିଆ, T-20) ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଏହିବର୍ଷ ତାଙ୍କ ଭାଗ୍ୟ ବଦଳି ଯାଇଥିଲା ଓ ସେ ପ୍ରତ୍ୟେକ ମ୍ୟାଚରେ ଦଳକୁ ବିଜୟ ଦେଉଛନ୍ତି। ସେ ଏବେ ଭାରତ ପାଇଁ ତିନୋଟି ଫର୍ମାଟରେ ଲଗାତାର ଖେଳୁଥିବାର ନଜର ଆସୁଛନ୍ତି।

ଭାରତ ପାଇଁ ତିନୋଟି ଫର୍ମାଟରେ ଦେଖାଇଲେ ନିଜ ବ୍ୟାଟିଂର ଚମକ:-

ଶ୍ରେୟାସ ଆୟର ଭାରତୀୟ ଟିମ ପାଇଁ ତିନୋଟି ଫର୍ମାଟରେ ପ୍ରତିନିଧିତ୍ୱ କରୁଛନ୍ତି। ଶ୍ରେୟାସ ଆୟର 4ଟି ଟେଷ୍ଟ ମ୍ୟାଚରୁ 388 ରନ କରିଛନ୍ତି। ଶ୍ରେୟାସ ଆୟର 26ଟି ଦିନିକିଆ ମ୍ୟାଚରୁ 947 ରନ ଓ 36 ଟି T-20 ଇଣ୍ଟରନାଶନାଲ ମ୍ୟାଚରୁ 809 ରନ ବନାଇଛନ୍ତି। ସେହିପରି 87 ଟି ଆଇପିଏଲ ମ୍ୟାଚରୁ ଶ୍ରେୟାସ ଆୟର 2375 ରନ ବନାଇଛନ୍ତି। ଟେଷ୍ଟ ଓ ଦିନିକିଆରେ ଆୟରଙ୍କ ନାମରେ 1-1 ଶତକ ମଧ୍ୟ ସାମିଲ ରହିଛି।

Leave A Reply

Your email address will not be published.