“କାଶ୍ମୀର ଫାଇଲ୍ସ” ମୁଭି ଉପରେ କଂଗ୍ରେସର ବଡ ବୟାନ,କହିଲେ – ପଣ୍ଡିତ ତ ୪୦୦ ଜଣ ମଲେ, କିନ୍ତୁ ମୁସଲମାନ ତ 15000 ମରି ଯାଇଥିଲେ !

0

Get real time updates directly on you device, subscribe now.

ଆଜିକାଲି ବକ୍ସ ଅଫିସରେ ଗୋଟିଏ ଫିଲ୍ମ ଜବରଦସ୍ତ ପରଫରମାନ୍ସ ଦେଖାଉଛି । ଏହି ଫିଲ୍ମର ନାମ ହେଉଛି ‘ କାଶ୍ମୀର ଫାଇଲ୍ସ ‘ । ମୁଭିରେ କାଶ୍ମୀରୀ ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ଦେଖାଯାଇଛି । ଏହି ଫିଲ୍ମକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି ।

ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେଉଥିବା ଏହି ଫିଲ୍ମକୁ ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି ମଧ୍ୟ କରି ଦିଆଯାଇଛି । ଏହି କାରଣରୁ ଦର୍ଶକମାନେ ଆହୁରି ଅଧିକ ସଂଖ୍ୟାରେ ଏହି ଫିଲ୍ମକୁ ଦେଖିବାକୁ ଆସୁଛନ୍ତି । ପିଏମ ମୋଦୀ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି । ସେହିପରି ଅନ୍ୟ ପଟରେ କଂଗ୍ରେସ ପାର୍ଟି ଫିଲ୍ମକୁ ନେଇ ହିନ୍ଦୁ ମୁସଲିମ ରାଜନୀତି ଆରମ୍ଭ କରି ଦେଇଛନ୍ତି ।

କଂଗ୍ରେସ ଆରମ୍ଭ କଲା ରାଜନୀତି :-

ଏହି ଫିଲ୍ମକୁ ବହୁତ୍ ପ୍ରଶଂସା କରାଯାଉଛି । ନିଜେ ଦେଶର ପିଏମ ନରେନ୍ଦ୍ର ମୋଦୀ ଫିଲ୍ମକୁ ଦେଖିଲେ ଏବଂ ପ୍ରଶଂସା କଲେ । ଅନେକ ଅନ୍ୟ ନେତାମାନେ ମଧ୍ୟ ଫିଲ୍ମକୁ ପ୍ରଶଂସା କରିଛନ୍ତି । ସେହିପରି ଅନ୍ୟପଟରେ କଂଗ୍ରେସ ଏହି ଫିଲ୍ମକୁ ନେଇ ମଧ୍ୟ ରାଜନୀତି ଆରମ୍ଭ କରି ଦେଇଛି । କଂଗ୍ରେସର କେରଳ ଇକାଇ କାଶ୍ମୀର ଫାଇଲ୍ସକୁ ନେଇ ହିନ୍ଦୁ ମୁସଲିମ ର ରାଜନୀତି ଆରମ୍ଭ କରି ଦେଇଛି ।

କେରଳ କଂଗ୍ରେସର ବଡ ବୟାନ ଆସିଛି । ଏହାକୁ କେରଳ କଂଗ୍ରେସ ଟୁଇଟ କରିଛି । ପାର୍ଟି ଲେଖିଛି – କାଶ୍ମୀରୀ ପଣ୍ଡିତ ମାନଙ୍କ ବିଷୟରେ ତଥ୍ୟ : ଯେଉଁ ଲୋକମାନେ ପଣ୍ଡିତ ମାନଙ୍କୁ ଟାର୍ଗେଟ କରିଛନ୍ତି, ସେମାନେ ଆତଙ୍କବାଦୀ ହିଁ ଥିଲେ । ଗତ 17 ବର୍ଷ ଅର୍ଥାତ୍ 1990ରୁ 2007ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 399 ପଣ୍ଡିତ ମରି ଯାଇଥିଲେ । ଏତିକି ସମୟରେ ଆତଙ୍କବାଦୀ ମାନଙ୍କ ତରଫରୁ ମରିଯାଇଥିବା ସଂଖ୍ୟା 15000 ଅଟନ୍ତି ।

ବିବାଦ ବଢିବାରୁ କରିଦେଲେ ଡିଲିଟ :-

କିନ୍ତୁ ଏହି ଟୁଇଟ ଦ୍ଵାରା ବିବାଦ ବଢି ଯାଇଥିଲା । ଏହାପରେ କଂଗ୍ରେସ ବ୍ୟାକଫୁଟକୁ ଆସି ଟୁଇଟକୁ ଡିଲିଟ କରିବାରେ ହିଁ ଭଲ ଅଛି ବୋଲି ବୁଝିଲା । ତେବେ ଯେତିକି କ୍ଷତି ପାର୍ଟିର ହେବାର ଥିଲା, ତାହା ହୋଇସାରିଥିଲା, କାରଣ ଏହି ଟୁଇଟ ଭାଇରାଲ ହୋଇଗଲା । ସୋସିଆଲ ମିଡିଆରେ ଲୋକମାନେ କଂଗ୍ରେସ ପାର୍ଟି କୁ ଖୁବ୍ ସମାଲୋଚନା କଲେ ଏବଂ ଧର୍ମର ରାଜନୀତି କରିବାର ଅଭିଯୋଗ ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.