ସୁନ୍ଦରୀ ଝିଅ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଲେ ହୋଇ ଯାଆନ୍ତୁ ସାବଧାନ, ହିରୋଇନ୍ ହେବାକୁ ଆସିଥିବା ଯୁବତୀମାନଙ୍କୁ ମିଳିଲା ଏମିତି କାମ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଏ ଯୁଗ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗ ଅଟେ । ବର୍ତ୍ତମାନ ସମୟରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଆଟାଚ ଅଛନ୍ତି । ଏହି ସୋସିଆଲ ମିଡ଼ିଆ ଯେତେ ବଢୁଛି, ଏହାସହିତ ଜଡିତ ଅପରାଧ ମଧ୍ୟ ନୂତନ ଉପାୟରେ ସେତେ ଆମ ସାମ୍ନାକୁ ଆସୁଛି ।

ଅପରାଧୀମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ଏହି ଅପରାଧୀମାନେ ବର୍ତ୍ତମାନ ଗ୍ୟାଙ୍ଗ କରି ସାରିଛନ୍ତି ଏବଂ ଝିଅମାନଙ୍କ ସହିତ ମିଶି ଆପଣଙ୍କୁ ଠକୁଛନ୍ତି । ଯଦି କୌଣସି ସୁନ୍ଦରୀ ଝିଅ ଆପଣଙ୍କୁ ମଧ୍ୟ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଉଛନ୍ତି, ତେବେ ଆପଣ ସାବଧାନ ହୋଇଯାନ୍ତୁ । ଏମିତି ନ ହେଉ, ଆପଣ ମଧ୍ୟ ସେହି ଲୁଟେରା ମାନଙ୍କ କବଳରେ ଫସି ଆପଣଙ୍କ ଟଙ୍କା ପଇସା ହରାଇ ନ ବସନ୍ତୁ ।

ଏମିତି ଫସାଇଥାନ୍ତି ଲୋକମାନଙ୍କୁ :-

ୟୁପି ର ଆଯମଗଢ଼ରୁ ମୁମ୍ବାଇକୁ ହିରୋଇନ୍ ହେବାର ସ୍ବପ୍ନ ନେଇ ଆସିଥିବା ଯୁବତୀ ପୁରା ସତ କହିଛନ୍ତି । ସେ କହିଛନ୍ତି ଯେ ପ୍ରଥମେ ତାଙ୍କୁ କଲ ସେଣ୍ଟରରେ କାମ କରିବା ନାଁରେ ଡକାଗଲା । ଏହାପରେ ତାଙ୍କୁ ଫେସବୁକ୍ ରେ ଲୋକମାନଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇବାର କାମରେ ଲଗାଇ ଦିଆଗଲା । ଏଥିପାଇଁ ତାଙ୍କ ଦ୍ୱାରା 40ରୁ 50ଟି ଫର୍ଜି ଆଇଡି ତିଆରି କରାଗଲା ।

ଏହାପରେ ଯଦି କେହି ଫ୍ରେଣ୍ଡ୍ ରିକ୍ୱେଷ୍ଟ କନଫର୍ମ କରିଦିଏ, ତାପରେ ଅସଲ ଖେଳ ଆରମ୍ଭ ହୋଇଯାଏ । ପ୍ରଥମେ ସେହି ମଣିଷକୁ ଝିଅଟି ମିଠା ମିଠା କଥା ହୋଇ ନିଜ ଜାଲରେ ଫସାଇ ଥାଆନ୍ତି । ଏହାପରେ ତାଙ୍କର ହ୍ୱାଟସଆପ ନମ୍ବର ହାସଲ କରାଯାଏ । ନମ୍ବର ମିଳିବା ପରେ ଭିଡିଓ କଲ ଡିମାଣ୍ଡ ହୋଇଥାଏ । ଯଦି ଭୁଲରେ ମଧ୍ୟ ଆପଣ ଥରେ କ୍ୟାମେରା ଓପନ କରିଦେବେ, ଅର୍ଥାତ୍ ଆପଣ ଏମାନଙ୍କ ଜାଲରେ ଫସିଗଲେ ।

ସେକ୍ସଟର୍ଶନ ମନି ଆଦାୟ କରନ୍ତି ଏହି ଅପରାଧୀ :-

ଏହି ଅପରାଧୀ ସେକ୍ସଟର୍ଶନ ମନି ଆଦାୟ କରନ୍ତି । ଭିଡିଓ କଲରେ ଆପଣଙ୍କୁ ଝିଅ ଅଶ୍ଳୀଳ ଡ୍ରେସରେ ଦେଖାଯିବ । ଏହାପରେ ଆପଣଙ୍କ ଠାରୁ ମଧ୍ୟ ଏମିତି କିଛି ଡିମାଣ୍ଡ କରାଯିବ । ଆପଣ ଥରେ ଯଦି ତାଙ୍କ କଥା ମାନିଯିବେ, ତେବେ ଏମାନେ ଫୋନ୍ କାଟି ଦିଅନ୍ତି । ସେହି ଭିଡିଓ ରେକର୍ଡିଂ ହୋଇ ଚାଲିଥାଏ, ଯେଉଁଥିରେ ଆପଣ ଆପତ୍ତିଜନକ ଅବସ୍ଥାରେ ଦେଖା ଯାଇଥାନ୍ତି ।

ଏହାପରେ ଆପଣଙ୍କୁ ଧମକ ଦିଆଯାଇଥାଏ ଯେ ଯଦି ଆପଣ ପଇସା ନ ଦେବେ ତେବେ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରୁ ନେଇ ଆପଣଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଠାଇ ଦିଆଯିବ । ଆପଣ ଥରେ କିଛି ଟଙ୍କା ଦେବାପରେ ପରବର୍ତ୍ତୀ ଥର ତାଙ୍କର ଡିମାଣ୍ଡ ବଢିଯାଏ । ଏହି ଗ୍ୟାଙ୍ଗ ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ଠାରୁ ଏହିପରି ଭାବରେ 75 ଲକ୍ଷ ଟଙ୍କା ଚୁନା ଲଗାଇ ସାରିଛନ୍ତି ।

Leave A Reply

Your email address will not be published.