ସଫେଇକର୍ମୀ ହେଲେ ବିଧାୟକ, ବାପା ରାଜମିସ୍ତ୍ରୀ ଏବଂ ନିଜେ ଜଣେ ମଜୁରିଆ,ଜାଣନ୍ତୁ ମଜୁରିଆରୁ ବିଧାନସଭା ପର୍ଯ୍ୟନ୍ତ ପହଞ୍ଚିବାର ପୁରା କାହାଣୀ !

0

Get real time updates directly on you device, subscribe now.

ଏହି କାହାଣୀ ସନ୍ତକବିର ନଗରର ଧନଘଟା ବିଧାନସଭା ସିଟ ରେ ବଛା ଯାଇଥିବା ବିଜେପି ବିଧାୟକ ଗଣେଶ ଚୌହାନଙ୍କର ଅଟେ । ବାପା ରାଜମିସ୍ତ୍ରୀ, ନିଜେ ଗଣେଶ ପ୍ରଥମେ ମଜୁରୀ କଲେ, ତାପରେ ସରକାରୀ ସଫେଇ କର୍ମଚାରୀ ହେଲେ ଏବଂ ବର୍ତ୍ତମାନ ବିଧାୟକ ପର୍ଯ୍ୟନ୍ତ ଯାତ୍ରାକୁ ପୁରା କରିଛନ୍ତି । ତାଙ୍କର ଏହି ସଫଳତା ପଛରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବହୁତ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଗଣେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଅଲଗୁ ପ୍ରସାଦ ଚୌହାନ ଙ୍କୁ 10,553 ଭୋଟରେ ହରାଇଛନ୍ତି । ଗଣେଶ ପୂର୍ବରୁ ହିଁ ରାଜନୀତିରେ ସକ୍ରିୟ ଅଛନ୍ତି, କିନ୍ତୁ ଏଥର ତାଙ୍କୁ ବଡ ସଫଳତା ମିଳିଛି ।

ବାପା ରାଜମିସ୍ତ୍ରୀ, ନିଜେ ସ୍କୁଲରୁ ହିଁ ସଂଘର ଶାଖା ଗୁଡ଼ିକୁ ଯିବାକୁ ଲାଗିଲେ :-

35 ବର୍ଷୀୟ ଗଣେଶ ଚୌହାନ ଙ୍କ ଜନ୍ମ ମେ 4 ତାରିଖ 1986 ରେ ସନ୍ତକବିର ଜିଲ୍ଲାର ମୁଡାଡିହା ଗାଁରେ ହୋଇଥିଲା । ବାପା ସୁରେଶ ଚନ୍ଦ୍ର ବୃତ୍ତିରେ ଜଣେ ରାଜମିସ୍ତ୍ରୀ ଅଟନ୍ତି । ଗଣେଷଙ୍କ ର ଆରମ୍ଭ ଶିକ୍ଷା ସନ୍ତକବିର୍ ନଗରରେ ହିଁ ହୋଇଛି । ସ୍କୁଲରେ ପଢ଼ିବା ସମୟରେ ହିଁ ସେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଅର୍ଥାତ୍ ଆରଏସଏସ ସମ୍ପର୍କରେ ଆସି ଯାଇଥିଲେ । ସ୍କୁଲ ସହ ଲାଗିଥିବା ସଂଘର ଶାଖା ଦ୍ଵାରା ସେ ଏତେ ପ୍ରଭାବିତ ହୋଇଗଲେ ଯେ ପରବର୍ତ୍ତୀ ଦିନଠାରୁ ଶାଖା କୁ ଯିବାକୁ ଲାଗିଲେ ।

ଗୋଟିଏ ଇଣ୍ଟରଭିୟୁରେ ଗଣେଶ କହିଛନ୍ତି ଯେ ସଂଘର ଶାଖା କୁ ଯିବାପରେ ତାଙ୍କ ଭାଗ୍ୟ ବଦଳିଗଲା । ସେ ଦେଶ ଏବଂ ଦେଶବାସୀ ମାନଙ୍କ ପାଇଁ ଚିନ୍ତା କରିବାକୁ ଲାଗିଲେ । ସମାଜ ପାଇଁ କାମ କରିବାକୁ ଲାଗିଲେ । ତାଙ୍କୁ ଲୋକମାନଙ୍କୁ ସାହାଯ୍ୟ କରିବା ଭଲ ଲାଗିଲା । ସ୍କୁଲ ଶେଷ ହେବାପରେ ଗୋରଖପୁର ବିଶ୍ଵ ବିଦ୍ୟାଳୟରେ ଆଡ଼ମିଶନ କଲେ । ଘରର ଆର୍ଥିକ ଅବସ୍ଥା ଠିକ୍ ନଥିଲା, ତେଣୁ ପାଠପଢ଼ା ସହିତ ମଜୁରୀ ମଧ୍ୟ କଲେ । 2009 ମସିହାରେ ସେ ଜଣେ ସଫେଇକର୍ମୀ ଭାବେ ନିଯୁକ୍ତି ପାଇଲେ । ଏଠାରୁ ଗଣେଶ ରାଜନୀତିରେ ପାଦ ରଖିଲେ । ସଫେଇକର୍ମୀ ସଂଘର ବ୍ଲକ ଅଧ୍ୟକ୍ଷ ଭାବେ ବଛା ହେଲେ ।

ବାପା ଏବଂ ସ୍ତ୍ରୀକୁ ନିର୍ବାଚନରେ ଠିଆ କରିଥିଲେ, କିନ୍ତୁ ହାର ମିଳିଲା :-

ଗଣେଶ 2010 ରେ ନିଜ ବାପାଙ୍କୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ଭାବେ ନିର୍ବାଚନରେ ଠିଆ କରିଥିଲେ, କିନ୍ତୁ ହାରିଗଲେ । ତାପରେ ମଧ୍ୟ ସେ ସାହାସ ହରାଇ ନଥିଲେ । 2014ରେ ସେ ସଫେଇକର୍ମୀର ରାଜ୍ୟ ସଂଗଠନ ମନ୍ତ୍ରୀ ହୋଇଗଲେ । ଏହାପରେ ସେ 2017ରେ ବିଜେପି ରୁ ବିଧାୟକ ପାଇଁ ଟିକେଟ ମାଗିଲେ, କିନ୍ତୁ ମିଳିଲା ନାହିଁ । ନିରାଶା କୁ ଛାଡ଼ି ଗଣେଶ 2021 ରେ ନିଜ ସ୍ତ୍ରୀକୁ ବ୍ଲକ ମୁଖ୍ୟ ଭାବେ ନିର୍ବାଚନରେ ଠିଆ କଲେ, କିନ୍ତୁ ଏଠାରେ ମଧ୍ୟ ସେ ତିନୋଟି ମତରୁ ହାରୀଗଲେ । ଗଣେଶ କହିଛନ୍ତି ଯେ ନିର୍ବାଚନ ଲଢିବା ପାଇଁ ସେ ଋଣ ମଧ୍ୟ ନେଇଥିଲେ ।

ଗଣେଶ କହିଛନ୍ତି ଏଥର ମଧ୍ୟ ସେ ବିଜେପିରୁ ଟିକେଟ ପାଇବା ପାଇଁ ଲଗାତାର ପରିଶ୍ରମ କରି ଚାଲିଲେ ଏବଂ ଶେଷରେ ସଫଳତା ମିଳିଗଲା । 35 ବର୍ଷୀୟ ଗଣେଶ କହିଛନ୍ତି ଯେ ” ଏମିତି ବିଜେପିରେ ହିଁ ହୋଇପାରେ ଯେ କୌଣସି ଚା ବାଲା ପ୍ରଧାନମନ୍ତ୍ରୀ ହୋଇଯାଏ ଏବଂ ସଫେଇକର୍ମୀ ବିଧାୟକ ଆସନ ପର୍ଯ୍ୟନ୍ତ ପହଞ୍ଚିଯାଏ ।

Leave A Reply

Your email address will not be published.