ଭାରତ Vs ଶ୍ରୀଲଙ୍କା : ପ୍ରଥମ ଥର ପାଇଁ ରୋହିତ- ଦ୍ରାବିଡ ଉପରେ ଉଠିଲା ପ୍ରଶ୍ନବାଚୀ, ପ୍ରକୃତରେ କାହିଁକି ବର୍ବାଦ କରାଯାଉଛି ଏହି ଖେଳାଳୀର କ୍ୟାରିୟର ?

0

Get real time updates directly on you device, subscribe now.

ରୋହିତ ଶର୍ମାଂକ ଅଧିନାୟକତ୍ୱରେ ପ୍ରଥମଥର ଭାରତୀୟ ଟେଷ୍ଟ ଦଳ ପଡିଆରେ ଅଛି|ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଦ୍ୱିତୀୟ ମ୍ୟାଚରେ ଖେଳୁଛି|ଏହି ସିରିଜର ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଗୋଟିଏ ପାଳି ଓ ୨୨୨ ରନରେ ବିଜୟ ହାସଲ କରିଛନ୍ତି|ଦ୍ୱିତୀୟ ଟେଷ୍ଟରେ ରୋହିତ ଓ ଦ୍ରାବିଡଙ୍କ ଠାରୁ ଆଶା କରାଯାଉଥିଲା ଯେ ଦଳରେ କିଛି ଖେଳାଳି ପରିବର୍ତ୍ତନ କରିବେ|କିନ୍ତୁ ଜଣେ ଖେଳାଳୀକୁ ବାରମ୍ବାର ଅଣଦେଖା କରୁଛନ୍ତି ଫଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି|

ଦ୍ଵିତୀୟ ଟେଷ୍ଟ ପାଇଁ ଯେତେବେଳେ ଭାରତୀୟ ଦଳର ଘୋଷଣା ହୋଇଥିଲା ଜଣେ ଖେଳାଳୀକୁ ରୋହିତ ପୁଣି ବାହାର କରିଦେଲେ|ଏହି ଖେଳାଳି ଷ୍ଟାର ବୋଲର ମହମ୍ମଦ ସିରାଜ|ଏପରି ଲାଗୁଛି ଯେପରି ତାଙ୍କ ଉପରେ ଦ୍ରାବିଡ଼ ଵା ରୋହିତଙ୍କ ଧ୍ୟାନ ନାହିଁ|ତାଙ୍କୁ ଦଳର ଏକ ଘାତକ ବୋଲର ମାନାଯାଏ କିନ୍ତୁ ଲଗାତାର ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଵାହାରେ ଵସା ଯାଉଛି|

ଏଵେ ସିରାଜକୁ ଵାହାରେ ବସାଇବା ଯୋଗୁଁ ରୋହିତ ଓ ଦ୍ରାବିଡଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି|ସୋସିଆଲ ମିଡିଆରେ ଏ‌ହା ଉପରେ ଲଗାତାର ପ୍ରଶ୍ନବାଚୀ ସୃଷ୍ଟି କରିଛି|ଲୋକମାନେ ପ୍ରଶ୍ନ କରିଛନ୍ତି ସିରାଜ ଏପରି କ’ଣ ଭୁଲ କରିଛନ୍ତି?ଫଳରେ ଦଳରେ ଜାଗା ମିଳୁନାହିଁ|ଏଵେ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତୀୟ ଦଳ ଟେଷ୍ଟ ମ୍ୟାଚ ଖେଳିବ ନାହିଁ|

ଅକ୍ଷର ପଟେଲକୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ଦିଆଯାଇଛି|ସେ ଭଲ ଫର୍ମରେ ଅଛନ୍ତି|ସେ ବହୁ ମ୍ୟାଚ ଜିତାଇଛନ୍ତି |ସେ ଵୋଲିଙ୍ଗ ସହ ବ୍ୟାଟିଂ ରେ ମଧ୍ୟ କମାଲ କରିଛନ୍ତି| ସେ ୫ ଟେଷ୍ଟରେ ୩୬ ୱିକେଟ ହାସଲ କରିଛନ୍ତି|ପଞ୍ଚମ ସୁଯୋଗରେ ଗୋଟିଏ ପାଳିରେ ୫ ୱିକେଟ ହାସଲ କରିଛନ୍ତି|ସେ ସମସ୍ତ ପିଚରେ ୱିକେଟ ହାସଲ କ୍ଷମତା ରଖିଛନ୍ତି|ସେ ଭାରତୀୟ ଦଳକୁ ମ୍ୟାଚ ଜିତାଇ ପାରିବେ|

ଦ୍ୱିତୀୟ ଟେଷ୍ଟର ପ୍ଲେୟିଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ),ମୟଙ୍କ ଅଗ୍ରୱାଲ,ହନୁମା ବିହାରୀ,ବିରାଟ କୋହଲି,ଶ୍ରେୟସ ଆୟର,ଋଷଭ ପନ୍ଥ, ରବିନ୍ଦ୍ର ଜାଡେଜା,ଆର ଅଶ୍ୱିନ,ଅକ୍ଷର ପଟେଲ , ମହମ୍ମଦ ସାମୀ,ଜଶପ୍ରୀତ ବୁମରା

Leave A Reply

Your email address will not be published.