SBI ଏକାଉଣ୍ଟ୍ ଧାରକଙ୍କ ପାଇଁ ବଲ୍ଲେ-ବଲ୍ଲେ, ସବୁଠାରୁ ବଡ ବ୍ୟାଙ୍କ ଦେଲା ଜବରଦସ୍ତ ଅଫର,ପଢନ୍ତୁ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର ଅଟେ|ଏସବିଆଇ ଫିକ୍ସଡ ଡିପୋଜିଟ ଦରରେ ବୃଦ୍ଧି କରିଛି|ଏହି ନୂତନ ଦର ୧୦ ମାର୍ଚ୍ଚରୁ କାର୍ଯକାରୀ ହୋଇଛି|ଏସବିଆଇ ୨ କୋଟିରୁ ଉର୍ଦ୍ଧ୍ବ ଜମାରାଶି ଥିବା ଫିକ୍ସଡ ଡିପୋଜିଟ ଉପରେ ୨୦-୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି|

ଏହି ପରିବର୍ତ୍ତନ ପରେ ୨ କୋଟିରୁ ଉର୍ଦ୍ଧ୍ବ ଏଫଡି ଯାହାର ମିଆଦ ୨୧୧ ଦିନରୁ ନେଇ ୧ ବର୍ଷରୁ କମ ତାର ସୁଧଦର ୨୦ ପଏଣ୍ଟ ବଢ଼ିଗଲା|ଏଭଳି ଏଫଡି ଉପରେ ୧୦ ମାର୍ଚ୍ଚ ୨୦୨୨ରୁ ୩.୩୦% ସୁଧହାର ମିଳିବ|ଏହା ପୂର୍ବରୁ ଏହାର ଦର ୩.୧୦% ଥିଲା|ଏଭଳି ଏଫଡିରେ ବରିଷ୍ଠ ନାଗରିକଙ୍କୁ ୩.୬୦% ମିଳୁଥିଲା ତାହା ଏଵେ ୩.୮୦% ହୋଈ ଯାଇଛି|

ଭାରତୀୟ ଷ୍ଟେଟବ୍ୟାଙ୍କ ଏହା ବ୍ୟତୀତ ଫିକ୍ସ ଡିପୋଜିଟର ଦର ବୃଦ୍ଧି କରିଛନ୍ତି|ଏହା ଅନ୍ତର୍ଗତ ୧-୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଦରରେ ୫୦
ପଏଣ୍ଟ ବଢ଼ିଛି|ଯେଉଁ ଏଫଡିରେ ପୂର୍ବରୁ ୩.୧୦% ସୁଧ ମିଳୁଥିଲା ଏଵେ ୩.୬୦% ମିଳିବ|ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହା ୩.୬୦% ରୁ ବୃଦ୍ଧି ହୋଇ ୪.୧୦% ହୋଇଛି|ଏହା ଉଭୟ କ୍ଷେତ୍ରରେ ଲାଗୁ ହେବ|

ଏସବିଆଇ ଅନୁସାରେ ୨-୩ ବର୍ଷ ଭଳି କମ ସମୟ ଏଫଡି ପାଇଁ ସୁଧଦର ୧୦ ଆଧାର ଅଙ୍କ ବଢାଇ ୫.୨୦% ,୩-୫ ବର୍ଷ ପାଇଁ ୧୫
ପଏଣ୍ଟ ବଢି ୫.୪୫% ହୋଇଗଲା|୫-୧୦ ବର୍ଷ ପର୍ଯ୍ୟନ୍ତ କ୍ଷେତ୍ରରେ ୧୦ ବଢି ୫.୫୦% ହୋଇଛି|ବରିଷ୍ଠ ନାଗରିକଙ୍କ ପାଇଁ ସଵୁ କ୍ଷେତ୍ରରେ ୦.୫୦% ବୃଦ୍ଧି ପାଇଛି|ବରିଷ୍ଠ ନାଗରିକଙ୍କ ପରିବର୍ତ୍ତନ ପରେ ୭ ଦିନରୁ ୧୦ ବର୍ଷ ଭିତରେ ମାଚ୍ୟୁର ହେବାକୁ ଥିବା ଜମାରେ ୩.୫% ରୁ ୪.୧୦% ସୁଧହାରରେ ମିଳିଵ|

ଏସବିଆଇ ଅନୁସାରେ ଏନ୍ଆରଓ ଟର୍ମ ଡିପୋଜିଟ ର ସୁଧ ଦର ମଧ୍ୟ ଡୋମେଷ୍ଟିକ ଟର୍ମ ଡିପୋଜିଟକୁ ଦ୍ୱିଗୁଣିତ କରାଯିବ|ସମୟ ପୂର୍ବରୁ ବଲ୍କ ଟର୍ମ ଡିପୋଜିଟ ବନ୍ଦ କରିଲେ ତା ଉପରେ ଲାଗୁଥିବା ଜୋରିମାନା ରାଶି ୧% କରି ଦିଆଯାଇଛି|ଏହି ନିୟମ ସମସ୍ତ ପ୍ରକାରର ଅବଧି ଟର୍ମ ଡିପୋଜିଟ ପାଇଁ ଅଟେ|ଏହି ନିୟମ ନୂଆ ଓ ପୁରୁଣା ଉପରେ ଲାଗୁ ହେବ |

Leave A Reply

Your email address will not be published.