ଚାକିରି ପାଇଁ ଟେନସନ ହେଉଥିଲେ ମାତ୍ର ଥରେ ଲଗାନ୍ତୁ ଏହି ଗଛ, ସାରା ଜୀବନ ହେବ ଲକ୍ଷ ଲକ୍ଷ ଟଙ୍କା ରୋଜଗାର !

0

Get real time updates directly on you device, subscribe now.

ଯଦି ଆପଣ କୌଣସି ବିଜନେସ ଖୋଜୁଛନ୍ତି, ଯେଉଁଠାରେ ବହୁତ୍ କମ୍ ବିନିଯୋଗ କରି ମୋଟା ରକମର ରୋଜଗାର କରାଯାଇପାରିବ, ତେବେ ଆମେ ଆପଣଙ୍କୁ ଏମିତି ଗୋଟିଏ ବିଜନେସ ଆଇଡିଆ ଦେଉଛୁ, ଯେଉଁଠାରେ ଆପଣ ମାତ୍ର ଥରେ ବିନିଯୋଗ କରି ସାରାଜୀବନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ଏମିତି ଗୋଟିଏ ବିଜନେସ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଥରେ ଗଛ ଲଗାଇ ଦେଲେ ଆରାମରେ ମୋଟା ରୋଜଗାର ହେଇ ଚାଲିବ । ବାସ୍ତବରେ ଏହା ତେଜପତ୍ର ଚାଷ କରିବାର ବିଜନେସ ଅଟେ । ଇଂରାଜୀରେ ଏହାକୁ ବେଲିଫ କୁହାଯାଏ ।

ବଜାରରେ ତେଜପତ୍ରର ବହୁତ୍ ଡିମାଣ୍ଡ ରହିଛି ।ଏପରି ପରିସ୍ଥିତିରେ ଏହାର ଚାଷ ଲାଭର ସଉଦା ବୋଲି ପ୍ରମାଣିତ ହୋଇପାରେ । ତେଜପତ୍ର ଚାଷ କରିବା ବହୁତ୍ ସହଜ ହେବା ସହିତ ବହୁତ୍ ଶସ୍ତା ମଧ୍ୟ ଅଟେ । ଏହାର ଚାଷରୁ କୃଷକ କମ୍ ବିନିଯୋଗରେ ଅଧିକ ଲାଭ ରୋଜଗାର କରିପାରିବେ । ଏମିତିରେ ତେଜପତ୍ର ବହୁତ୍ କାମରେ ଆସିଥାଏ ।

ସରକାରଙ୍କ ଠାରୁ ମିଳିଥାଏ ଆର୍ଥିକ ସହାୟତା :-

ତେଜପତ୍ର ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ 30 ପ୍ରତିଶତ ସବ୍ସିଡି ଯୋଗାଇ ଦିଆଯାଇଥାଏ । ବର୍ତ୍ତମାନ ଏହାଦ୍ବାରା ହେଉଥିବା ଆମଦାନୀ ବିଷୟରେ କହିବାକୁ ଗଲେ ତେଜପତ୍ର ର ଗୋଟିଏ ଗଛରୁ ପ୍ରାୟ 3000ରୁ 5000 ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ରୋଜଗାର କରାଯାଇପାରେ । ଏହିପରି 25ଟି ଗଛରୁ 75,000 ଟଙ୍କାରୁ ଆରମ୍ଭ କରି 1,25,000 ଟଙ୍କା ବାର୍ଷିକ ରୋଜଗାର କରିପାରିବେ ।

ତେଜପତ୍ରର ବ୍ୟବହାର :-

ତେଜପତ୍ରର ବ୍ୟବହାର ବିଶେଷକରି ଆମେରିକା ଏବଂ ୟୁରୋପ, ଭାରତ ସମେତ ଅନେକ ଦେଶରେ ଖାଇବାରେ କରାଯାଇଥାଏ । ଏହାକୁ ଅନେକ ପ୍ରକାରର ଖାଦ୍ୟ ପଦାର୍ଥର କରାଯାଇଥାଏ । ଏହି ପତ୍ର ଗୁଡ଼ିକୁ ପ୍ରାୟତଃ ଗୋଟା ବ୍ୟବହାର କରାଯାଏ ଏବଂ ଖାଦ୍ୟ ବାଢ଼ିବା ପୂର୍ବରୁ ଏହାକୁ ହଟାଇ ଦିଆଯାଏ । ଏହା ଖାଦ୍ୟରେ ବ୍ୟବହାର କରାଯିବା ସହିତ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ୍ ଲାଭକାରୀ ପ୍ରମାଣିତ ହୋଇଥାଏ ।

ତେଜପତ୍ରର ଚାଷ :-

ଯଦି ଆପଣଙ୍କ ପାଖରେ 5 ଗୁଣ୍ଠ ଜମି ଅଛି, ତେବେ ଆପଣ ସହଜରେ ତେଜପତ୍ର ଚାଷ ଆରମ୍ଭ କରିପାରିବେ । ଏହି ଚାଷକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ଆରମ୍ଭରେ ଟିକେ ପରିଶ୍ରମ କରିବାକୁ ପଡିବ । ଗଛ ଗୁଡ଼ିକ ଧୀରେ ଧୀରେ ବଡ ହେବା ସହିତ ଆପଣଙ୍କୁ ପରିଶ୍ରମ ମଧ୍ୟ କମ କରିବାକୁ ପଡ଼ିବ । ଯେତେବେଳେ ଗଛଟି ସମ୍ପୂର୍ଣ ଭାବେ ବଡ ଗଛ ପାଲଟିଯିବ, ସେତେବେଳେ ଆପଣଙ୍କୁ କେବଳ ତାର ଦେଖାଶୁଣା କରିବାକୁ ପଡ଼ିବ । ଏହାର ଚାଷରୁ ଆପଣ ପ୍ରତିବର୍ଷ ଭଲ ଆମଦାନୀ ହାସଲ କରିପାରିବେ ।

Leave A Reply

Your email address will not be published.