ଦେଖନ୍ତୁ ଭ-ୟଙ୍କର ଭିଡିଓ : ଛାତର ରେଲିଙ୍ଗରେ ଠିଆ ହୋଇ ଷ୍ଟଣ୍ଟ କରୁଥିଲେ ଯୁବକ,ଆଉ ତା ପରେ ମୁଣ୍ଡ ମାଡି କଚାଡି ହୋଇ ପଡିଗଲେ ତଳେ !

0

Get real time updates directly on you device, subscribe now.

ବହୁ ଲୋକ ଷ୍ଟଣ୍ଟ କରିବା ପାଇଁ ନିଜର ଜୀବନକୁ ମଧ୍ୟ ଧ୍ୟାନ ଦେଇ ନଥାନ୍ତି|ଏହି ଚକ୍କରରେ ତାଙ୍କୁ ବହୁବାର ଗମ୍ଭୀର ଆଘାତ ଲାଗିଥାଏ|ଏଭଳି ଏକ ଭିଡିଓ ଏଵେ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏହି ଭିଡିଓରେ ବ୍ୟକ୍ତି ଷ୍ଟଣ୍ଟ ଚକ୍କରରେ ନିଜ କ୍ଷତି କରୁଥିବା ଦେଖାଯାଏ|ଷ୍ଟଣ୍ଟ ଚକ୍କରରେ ବ୍ୟକ୍ତି ଏକ ଦୁର୍ଘଟଣାରେ ଶିକାର ହୋଇଥାଏ|

ଜଣେ ବ୍ୟକ୍ତି ବିନା କୌଣସି ସୁରକ୍ଷାରେ ଓ ଆଗପଛ‌ ନ ଭାବି ଖତରନାକ ଷ୍ଟଣ୍ଟ କରିବାକୁ ଚେଷ୍ଟା କରେ|ଏହି ସମୟରେ ବ୍ୟକ୍ତି ନିଜର କ୍ଷତି କରିଥାଏ|ଭିଡିଓରେ ଦେଖାଯାଏ ଯେ ଛାତରେ ଦୁଇଜଣ ବ୍ୟକ୍ତି ଛିଡା ହୋଇଛନ୍ତି|ଏମାନଙ୍କ ମଧ୍ୟରୁ ଜଣେ ଛାତର ରେଲିଙ୍ଗରେ ଷ୍ଟଣ୍ଟ କରିବାକୁ ଲାଗେ|ଏହି ସମୟରେ ତାର ବାଲାନ୍ସ ବିଗଡି ଯାଏ ଓ ସେ ଛାତରୁ ତଳେ ପଡ଼ିଯାଏ|

ଭିଡିଓରେ ଆପଣ ଦେଖିପାରିବେ ଯେ ଛାତର ରେଲିଙ୍ଗ ଉପରେ ଛିଡା ହୋଇ ବ୍ୟାକ ଫ୍ଲିପ ମାରିଥାଏ|ପୁଣି ସେ ଛାତକୁ ଫେରିଆସେ|ଯଦିଓ ସେ ସମୟରେ ସେ ବାଲାନ୍ସ ସମ୍ଭାଳି ନପାରି ଧଡାସ କରି ଛାତରୁ ତଳେ ଖସିପଡେ|ସେ ବଞ୍ଚିବା ପାଇଁ କାନ୍ଥକୁ ଧରିବାକୁ ଚେଷ୍ଟା କରିଥାଏ କିନ୍ତୁ ବାଲାନ୍ସ ନକରି ପାରି ତଳେ ପଡ଼ିଯାଏ|

ଭିଡିଓରେ ଆପଣ ଦେଖିପାରିବେ ସେ ଯେଭଳି ଭାବରେ ତଳେ ପଡିଲା ବହୁତ ଗମ୍ଭୀର ଆଘାତ ଲାଗିଥିବ|ଭିଡିଓକୁ parkour_extreme_youtube ନାମକ ଇନଷ୍ଟାଗ୍ରାମ ଏକାଉଣ୍ଟରୁ ସେୟାର କରାଯାଇଛି|ଏହାକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି ଓ ୪ ହଜାରରୁ ଉର୍ଦ୍ଧ୍ବ ଲାଇକ କରିଛନ୍ତି|ଭିଡିଓ ଦେଖି ଜଣେ ୟୁଜର କମେଣ୍ଟ କରିଛନ୍ତି,”ନିଜ ଜୀବନ ରକ୍ଷା କରି ଏଭଳି ଷ୍ଟଣ୍ଟ କରନ୍ତୁ”

Leave A Reply

Your email address will not be published.