କେବେ ପର୍ଯ୍ୟନ୍ତ ବଞ୍ଚିବ ! ନିଜ DM ବନ୍ଧୁକୁ କୁହ ସେ ଯଦି ତୁମକୁ ରକ୍ଷା କରିପାରିବ ରକ୍ଷା କରୁ, ମହିଳା IAS ଙ୍କୁ ଧମକ ଦେଲା ପୂର୍ବ ସ୍ବାମୀ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାକୁ ମହିଳା ନିର୍ଯ୍ୟାତନର ମାମଲା ସାମ୍ନାକୁ ଆସିଛି, ତାହା ପୁଣି କୌଣସି ସାଧାରଣ ମହିଳାଙ୍କ ସହିତ ନୁହେଁ, ବରଂ ସୁବେର ଆଇଏଏସ ଅଧିକାରୀଙ୍କ ସହିତ ଏହି ଘଟଣା ଘଟିଛି । ସୁବେର ଆଇଏଏସ ଅଫିସରଙ୍କୁ ତାଙ୍କ ପୂର୍ବ ସ୍ବାମୀ ହିଁ ଧମକ ଦେଇଛନ୍ତି ।ତାଙ୍କର ଧମକ ବିରୋଧରେ ମହିଳା ଅଫିସର ମାମଲା ରୁଜ୍ଜୁ କରାଇଛନ୍ତି ।

ଇଏ ହେଉଛନ୍ତି ସେହି ଆଇଏଏସ ଅଫିସର୍ :-

ଯେଉଁ ମହିଳା ଆଇଏଏସ ଅଫିସରଙ୍କୁ ଧମକ ଦେବାର ମାମଲା ସାମ୍ନାକୁ ଆସିଛି, ତାଙ୍କ ନାମ ହେଉଛି ଶୁଭ୍ରା ସକ୍ସେନା । ସେ 2009 ବ୍ୟାଚର ଆଇଏଏସ ଅଫିସର ଅଟନ୍ତି । ସେ ତାଙ୍କ ବ୍ୟାଚ ରେ ଟପ୍ କରିଥିଲେ ।

ପୂର୍ବ ସ୍ବାମୀ ବିରୋଧରେ କେସ କଲେ :-

ଶୁଭ୍ରା କାନପୁର ପୋଲିସ ଠାରେ ଅଭିଯୋଗ ଦେଇଛନ୍ତି । ଏଥିରେ ସେ ନିଜ ସ୍ବାମୀ ବିରୋଧରେ କେସ କରିଛନ୍ତି । ଅଭିଯୋଗ ଅନୁଯାୟୀ ସେ ମାର୍ଚ୍ଚ 5 ତାରିଖରେ ନିଜ ସାଙ୍ଗ ନେହା ଶର୍ମାଙ୍କ ସହିତ ଦେଖା କରିବାପାଇଁ କାନପୁର ଯାଇଥିଲେ । ବର୍ତ୍ତମାନ ନେହା କାନପୁରରେ ଡିଏମ୍ ଅଛନ୍ତି ଏବଂ ତାଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ଏହା ମଧ୍ୟରେ ତାଙ୍କ ପୂର୍ବ ସ୍ବାମୀ ଗୋମତୀ ନଗର ବାସିନ୍ଦା ଶଶାଙ୍କ ଗୁପ୍ତା ତାଙ୍କ ଲଖନଉରେ ଥିବା ଘରକୁ ଆସିଗଲେ ।

ସେଠାରେ ସେ ନିଜ ସାଥିଙ୍କ ସହିତ ପରିବାରକୁ ଡରାଇଲା ଧମକ ଦେଲେ ଏବଂ ତାଙ୍କ ଭଉଣୀକୁ ମଧ୍ୟ ଧମକ ଦେଲେ । ଏହାପରେ ଶୁଭ୍ରାଙ୍କୁ ଫୋନ୍ କରି କହିଲେ ଯେ କେବେ ପର୍ଯ୍ୟନ୍ତ ଆଉ ବଞ୍ଚିବ । ତୁମ ଡିଏମ ସାଙ୍ଗକୁ କୁହ ଯେ ସେ ତୁମକୁ ରକ୍ଷା କରିବେ । ଏହି ଧମକକୁ ଗମ୍ଭୀରତା ର ସହିତ ନେଇ ଶୁଭ୍ରା ଏବଂ ତାଙ୍କ ସାଙ୍ଗ ନେହା ପୋଲିସ କୁ ଏହାର ସୂଚନା ଦେଲେ । ଏହାପରେ ମାମଲା ରୁଜ୍ଜୁ କରାଗଲା । ଏହି ମାମଲାକୁ ମହିଳା ପୋଲିସ ଭୁନେଶ୍ୱରି ଯାଞ୍ଚ କରୁଛନ୍ତି ।

ଝିଅ ସହିତ ଦେଖା କରିବାକୁ ନେଇ ଚାଲିଛି ବିବାଦ :-

ଶୁଭ୍ରାଙ୍କ ବିବାହ 2003 ମସିହାରେ ଗୋମତିନଗର ବାସିନ୍ଦା ଶଶାଙ୍କ ଗୁପ୍ତା ଙ୍କ ସହିତ ହୋଇଥିଲା । ବିବାହର 10 ବର୍ଷ ପରେ ଦୁହିଁଙ୍କର ଗୋଟିଏ ଝିଅ ହୋଇଥିଲା । ଯାହାର ନାମ ସାୟନା ଅଟେ । କିନ୍ତୁ ଏହାପରେ ଶୁଭ୍ରାଙ୍କର ଅଭିଯୋଗ ରହିଛି ଯେ ସ୍ବାମୀ ତାଙ୍କୁ ମାନସିକ ଏବଂ ଶାରୀରିକ ଭାବରେ ନିର୍ଯାତନା ଦେଇଥିଲେ । ଏହି କାରଣରୁ ସେମାନଙ୍କର 2020 ରେ ଛାଡ଼ପତ୍ର ହୋଇଯାଇଥିଲା । ଦୁହିଁଙ୍କ ମଧ୍ୟରେ 9 ବର୍ଷର ଝିଅ ସହିତ ଦେଖା କରିବାକୁ ନେଇ ବିବାଦ ଚାଲିଛି ।

Leave A Reply

Your email address will not be published.