ବଏପ୍ରେଣ୍ଡ ଆଉ ତାଙ୍କ ନୂଆ ଗର୍ଲପ୍ରେଣ୍ଡକୁ ମାରିବାକୁ ଆସିଥିଲା ପୁରୁଣା ଗାର୍ଲଫ୍ରେଣ୍ଡ,କିନ୍ତୁ ହେଲା କିଛି ଏମିତି ଯେ ହରେଇବାକୁ ପଡିଲା ନିଜ ଜୀବନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପ୍ରତିଶୋଧର ଭାବନାରେ ଅନେକ ଥର ମଣିଷ ନିଜର ହିଁ କ୍ଷତି କରି ବସେ । ଅଷ୍ଟ୍ରେଲିଆର ଏକ ଝିଅ ସହ କିଛି ଏମିତି ହିଁ ହେଲା । ତାଙ୍କ ବଏପ୍ରେଣ୍ଡ ତାଙ୍କୁ ଛାଡ଼ିଦେଇଥିଲା ଆଉ ଅନ୍ୟ ଗର୍ଲଫ୍ରେଣ୍ଡ ବନେଇଥିଲା । ଏହି କାରଣରୁ ଝିଅଟି ପ୍ରତିଶୋଧର ନିଆଁରେ ଜଳୁଥିଲା । ଏହାପରେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଆଉ ତାଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କ ହତ୍ୟା କରିବାକୁ ଗୋଟିଏ ଯୋଜନା ବନେଇଲା । ହେଲେ ଏହି ଯୋଜନା ତାଙ୍କ ପାଇଁ ଓଲଟା ପ୍ରମାଣିତ ହେଲା ଏବଂ ତାଙ୍କର ହିଁ ଜୀବନ ଚାଲିଗଲା ।

ଡେଲି ଷ୍ଟାର ଖବର ଅନୁଯାୟୀ,ଅଷ୍ଟ୍ରେଲିଆର ବ୍ରିସ୍ବେନ ରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି । ୩୧ବର୍ଷୀୟ ଏକ ଝିଅ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଆଉ ତାଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ସାରା ମଜେ ନାମକ ଝିଅ ଏହି ଉଦେଶ୍ୟକୁ ନେଇ ରାତି ୨ଟାରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଷ୍ଟାନଲି ଓବିଙ୍କ ଘରକୁ ଗଲେ ଆଉ ତାଙ୍କ ଘରେ ନିଆଁ ଲଗେଇଦେଲେ । ରିପୋର୍ଟ ଅନୁସାରେ, ଝିଅଟି ତାଙ୍କ ବୟଫ୍ରେଣ୍ଡ ଘରେ ପଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ।

ଏକ୍ସ ବୟଫ୍ରେଣ୍ଡ ଘରେ ଲଗେଇଦେଲା ନିଆଁ:-

ଯେଉଁ ସମୟରେ ଝିଅଟି ତାଙ୍କ ବୟଫ୍ରେଣ୍ଡ ଘରେ ନିଆଁ ଲଗାଇଲା, ସେହି ସମୟରେ ବୟଫ୍ରେଣ୍ଡର ନୂଆ ଗର୍ଲଫ୍ରେଣ୍ଡ ଓ ତାଙ୍କର ତିନି ଛୁଆଙ୍କ ସହ ସେଇ ଘର ଭିତରେ ଥିଲେ । ଯଦିଓ ଏହି ଦୁର୍ଘଟଣାରେ ନୂଆ ଗାର୍ଲଫ୍ରେଣ୍ଡ ଆଉ ତାଙ୍କ ତିନି ଛୁଆଙ୍କର ତ କିଛି ବିହୋଇନଥିଲା,କିନ୍ତୁ ଝିଅ ଆଉ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କର ଜଳିକରି ମୃତ୍ୟୁ ହୋଇଗଲା। ରିପୋର୍ଟ ଅନୁସାରେ, ଯେତେବେଳେ ସାରା ଘରେ ନିଆଁ ଲଗେଇଲା ସେତେବେଳେ ସେ ନିଜେ ମଧ୍ୟ ନିଆଁ ଘେରରେ ଫସିଯାଇଥିଲା । ତେବେ ସେଇଠି ତାଙ୍କ ବୟଫ୍ରେଣ୍ଡ ମଧ୍ୟ ନିଆଁରେ ଜଳିଯାଇଥିଲା

ଝିଅଟିର ବୟଫ୍ରେଣ୍ଡ କୁ ତାଙ୍କ ପଡୋଶୀମାନେ ନିଆଁରୁ ବାହାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଏତେ ଖରାପ ଭାବରେ ଜଳିଯାଇଥିଲେ ଯେ ତାଙ୍କ ଜୀବନ ବଞ୍ଚିପାରିଲା ନାହିଁ । ଯେତେବେଳେ ଉଦ୍ଧାରକାରୀ ଦଳ ଆସିଲା ସେତେବେଳେ ସେମାନେ ସାରାଙ୍କ ମୃତ ଦେହକୁ ନିଆଁରୁ ବାହାର କଲେ । ଓବି ଙ୍କ ନୂଆ ଗାର୍ଲଫ୍ରେଣ୍ଡ ପୋଲିସଙ୍କୁ ସୂଚନା ଦେଲେ କି ଗତ କିଛି ଦିନରୁ ସାରା ତାଙ୍କୁ ସୋସିଆଲ ମିଡ଼ିଆରେ ଜୀବନରୁ ମାରିଦେବାର ଧମକ ଦେଉଥିଲେ,କିନ୍ତୁ ସେ ନିଜେ ହିଁ ନିଆଁରେ ଜଳିଗଲେ ।

ଏମିତି ଆରମ୍ଭ ହୋଇଥିଲା କାହାଣୀ:-

୨୦୧୭ମସିହାରେ ସାରା ଏବଂ ଓବି ପ୍ରଥମ ଥର ଭେଟ ହୋଇଥିଲେ । ଏହା ପରେ ସେମାନେ ଡେଟିଙ୍ଗ ଆରମ୍ଭ କରିଥିଲେ । ଏହି ସମୟରେ ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ହେଲା । ଓବି ଚାହୁନଥିଲେ କି ବିନା ବିବାହରେ ଦୁହିଁଙ୍କର ପିଲା ହେଉ । ଯଦିଓ ସାରା ପିଲା ଜନ୍ମ ଦେବାକୁ ଚାହୁଁଥିଲେ ହେଲେ ଚତୁର୍ଥ ପିଲା ପରେ ଓବି ଯେତେବେଳେ ପିଲା କରିବାକୁ ମନାକରିଥିଲେ ସେତେବେଳେ ସାରା ସମ୍ପର୍କ ଭାଙ୍ଗିବା ପାଇଁ କହିଦେଲେ ।ସାରା କହିଥିଲେ କି ସେ ତାଙ୍କୁ କେବଳ ଗୋଟିଏ ସ୍ପର୍ମ ଡୋନର ଭଳି ଭାବୁଥିଲେ ।

Leave A Reply

Your email address will not be published.