ପେଟ୍ରୋଲ ମିଳିବ ଏତେ ଶସ୍ତାରେ, ମନେପଡ଼ିଯିବ ୯୦ ଦଶକରେ ଥିବା ରେଟ, ଜାଣନ୍ତୁ କଣ୍ ରହିଛି ମୋଦୀ ସରକାରଙ୍କ ପ୍ରସ୍ତୁତି ?

0

Get real time updates directly on you device, subscribe now.

ମୋଦୀ ସରକାର ଗୋଟିଏ ସ୍ଵତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛନ୍ତି, ଯେଉଁ କାରଣରୁ ପେଟ୍ରୋଲ ମୂଲ୍ୟରେ ବହୁତ୍ ହ୍ରାସ ଦେଖାଯିବ । ଆପଣ ପେଟ୍ରୋଲ ପମ୍ପକୁ ଗଲେ 90 ଦଶକରେ ଥିବା ରେଟ ହିସାବରେ ହିଁ ପେଟ୍ରୋଲ ମିଳିଯିବ । ବର୍ତ୍ତମାନ ସରକାରଙ୍କ ପ୍ରସ୍ତୁତି କଣ୍ ରହିଛି, ଚାଲନ୍ତୁ ଜାଣିବା ।

ଜାଣନ୍ତୁ ମୋଦୀ ସରକାରଙ୍କ ପ୍ରସ୍ତୁତି :-

ବର୍ତ୍ତମାନ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ତାପରେ ଆପଣ ଆରାମରେ ନିଜ ଗାଡିରେ ତେଲ ଭର୍ତ୍ତି କରିପାରିବେ ଏବଂ ପେଟ୍ରୋଲ ମଧ୍ୟ ଆପଣଙ୍କୁ ଶସ୍ତାରେ ମିଳିବ । ଏଥିପାଇଁ ମୋଦୀ ସରକାର ପ୍ରସ୍ତୁତି କରି ଦେଇଛନ୍ତି ଏବଂ ଆପଣଙ୍କୁ ତେଲର ରେଟ ଏତେ କମ ମିଳିବ ଯେ ଆପଣଙ୍କୁ 90 ଦଶକରେ ଥିବା ଜମାନା ମନେପଡ଼ିଯିବ । ମୋଦୀ ସରକାରଙ୍କ ପ୍ରସ୍ତୁତି ଗୁଡ଼ିକ ବିଷୟରେ ନୀତିନ ଗଡକରି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ଯେ ଛଅ ମାସ ଭିତରେ ହିଁ ଫ୍ଲାକ୍ସ ଫ୍ଲୁଲ ବାଲା ଗାଡିଗୁଡିକର ବିନିର୍ମାଣ ଆରମ୍ଭ ହୋଇଯିବ । ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ଅଟୋମୋବାଇଲ କମ୍ପାନୀ ଗୁଡ଼ିକର ବଡ ଅଫିସର୍ ମାନେ ତାଙ୍କୁ କଥା ମଧ୍ୟ ଦେଇଛନ୍ତି । ଶନିବାର ଦିନ ‘ ଇଟି ଗ୍ଲୋବାଲ ବିଜନେସ ସମିତି’ କୁ ସେ ଭିଡିଓ କନଫରେନ୍ସ ସହିତ ସମ୍ବୋଧିତ କରିଛନ୍ତି ।

କଣ୍ ଏହି ଫ୍ଲାକ୍ସ ଫ୍ଲ୍ୟୁଲ :-

ଗଡକରି କହିଛନ୍ତି ଯେ ଭାରତରେ ଅଧିକାଂଶ ଗାଡ଼ିକୁ 100 ପ୍ରତିଶତ ଇଥେନାଲ ଦ୍ଵାରା ଚଲାଯିବ । ଆପଣଙ୍କୁ କହି ରଖୁଛୁ ଯେ ପେଟ୍ରୋଲ ରେ 20 ପ୍ରତିଶତ ଇଥେନାଲ ମିଶାଇଲେ ବ୍ଲାଣ୍ଡେଡ ଫ୍ଲ୍ୟୁଲ ତିଆରି ହୁଏ । ଏହା ସାଧାରଣ ପେଟ୍ରୋଲ ତୁଳନାରେ ଅଧା ମୂଲ୍ୟରେ ମିଳିଥାଏ । ଗଡକରି କହିଛନ୍ତି ଯେ ସାର୍ବଜନୀକ ପରିବହନକୁ 100 ପ୍ରତିଶତ ସ୍ୱଚ୍ଛ ଶକ୍ତି ଦ୍ଵାରା ଚଳାଇବାର ଯୋଜନା ରହିଛି ।

ସେହିପରି ଫ୍ଲାକ୍ସ ଫ୍ଲ୍ୟୁଲ ବିଷୟରେ କହିବାକୁ ଗଲେ ଆମେ ସାଧାରଣ ଭାଷାରେ ବୁଝନ୍ତି ଯେ ଏହା ଗ୍ୟସୋଲିନ ଏବଂ ମିଥନାଲ କିମ୍ବା ଏଥେନାଲ କୁ ମିଶାଇ ତିଆରି କରାଯାଏ । ଏହାର ମୂଲ୍ୟ ମଧ୍ୟ ବହୁତ୍ କମ ହୋଇଯାଏ । ଫ୍ଲାକ୍ସ ଫ୍ଲ୍ୟୁଲର ରେଟ 90 ଦଶକର ପେଟ୍ରୋଲ ମୂଲ୍ୟ ସହିତ ସମାନ ମିଳିବ । ଗଡକରି କହିଛନ୍ତି ଯେ ବଜାଜ ଏବଂ ଟିଭିଏସ ଭଳି କଂପାନୀମାନେ ତ ଦୁଇଚକିଆ ଏବଂ ତିନି ଚକିଆ ଗାଡ଼ି ପାଇଁ ଫ୍ଲାକ୍ସ ଫ୍ଲ୍ୟୁଲ ଇଞ୍ଜିନ ତିଆରି କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.