ପୁଣି ଜଣେ ଭାରତୀୟ ଯୁବକଙ୍କୁ ଭଲପାଇ ବସିଲେ ବିଦେଶୀ ସୁନ୍ଦରୀ,ଗାଁକୁ ଆସି କଲେ ବିବାହ,ଫିଲ୍ମ ପରି ଅଟେ ଏମାନଙ୍କର ଲଭଷ୍ଟୋରି

0

Get real time updates directly on you device, subscribe now.

କୁହାଯାଏ ଯେ ସମ୍ପର୍କ ସ୍ଵର୍ଗରେ ତିଆରି ହୋଇଥାଏ । ଉପରବାଲା ସମସ୍ତଙ୍କ ପାଇଁ କାହାକୁ ନା କାହାକୁ ବାଛି ରଖିଥାଏ । ଏଥିପାଇଁ ଯେତେବେଳେ ଦୁହିଁଙ୍କର ମିଳନ ହୁଏ, ସେତେବେଳେ ଏହାକୁ କେହି ବି ଅଟକାଇ ପାରନ୍ତି ନାହିଁ । ବର୍ତ୍ତମାନ ରାଜସ୍ଥାନର ଝୁଂଝୁନ ଜିଲ୍ଲାର ପିଲାନି ଅଞ୍ଚଳରେ ହୋଇଥିବା ଏହି ଅନନ୍ୟ ବିବାହକୁ ହିଁ ନିଅନ୍ତୁ ।

ଦେଶୀ ଯୁବକର ବୋହୂ ହେଲା ଜର୍ମାନୀର କନ୍ୟା :-

ବାସ୍ତବରେ ଆଜିକାଲି ସୋସିଆଲ ମିଡିଆରେ ଦେଶୀ ବର ଏବଂ ଜର୍ମାନୀ କନ୍ୟାର ବିବାହ ଖୁବ୍ ଭାଇରଲ ହେଇଛି । ବରର ନାମ କୃଷ୍ଣା କୁମାର ହୋଇଥିବା ବେଳେ କନ୍ୟାର ନାମ ସ୍ୱେନିକା ଅଟେ । ଏହି ଦେଶୀ ବରକୁ ବିବାହ କରିବାପାଇଁ ଏହି ଜର୍ମାନୀ କନ୍ୟା ପୁରା ସାତ ସମୁଦ୍ର ପାର କରି ଆସିଛନ୍ତି । ସେ ଭାରତରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ କରିଛନ୍ତି ।’

ହିନ୍ଦୁ ରୀତିନୀତି ଅନୁଯାୟୀ କଲେ ବିବାହ :-

ଏହି ସମୟରେ ବିଦେଶୀ କନ୍ୟା ସ୍ଵେନିକା ନିଜ ବର କୃଷ୍ଣା ଙ୍କ ପାଇଁ ଦେଶୀ ଷ୍ଟାଇଲରେ ସଜେଇ ହୋଇଥିଲେ । ସେ ଇସାଇ ଧର୍ମର ହେବା ସତ୍ତ୍ବେ ମଧ୍ୟ ହିନ୍ଦୁ ଧର୍ମର ବିବାହର ସବୁ ରୀତିନୀତି ପାଳନ କଲେ । ଏହି ସମୟରେ ବର ବରଣମାଳା ପାଇଁ ପହଞ୍ଚିବାରୁ କନ୍ୟାର ଷ୍ଟାଇଲ ବହୁତ୍ ଚମତ୍କାର ଥିଲା । ସେ କଳା ଚଷମା ଲଗାଇ ହିନ୍ଦୀ ଫିଲ୍ମର ଗୀତରେ ଡାନ୍ସ ମଧ୍ୟ କଲେ ।

କନ୍ୟାର ଷ୍ଟାଇଲ ଦେଖି ଖୁସି ହେଲେ ଅତିଥି :-

କପଲ୍ ଏହି ସମୟରେ ପୁରା ଦେଶୀ ଷ୍ଟାଇଲରେ ଦେଖାଯାଇଥିଲେ । ଏମାନଙ୍କ ଯୋଡିକୁ ଯିଏବି ଦେଖିଲା ସେ ଖୁବ୍ ପ୍ରଶଂସା କଲା । ବିଶେଷକରି କନ୍ୟାର ଦେଶୀ ଷ୍ଟାଇଲ ସମସ୍ତଙ୍କୁ ଭଲ ଲାଗିଲା । ଅତିଥିମାନଙ୍କ ନଜର କନ୍ୟା ଉପରୁ ଜମାରୁ ହଟୁ ନଥିଲା ।

ଏହିପରି ଦେଖା ହୋଇଥିଲା :-

କୃଷ୍ଣା ଏବଂ ଶ୍ୱେନିକା ଙ୍କ ଲଭ ଷ୍ଟୋରୀ ମଧ୍ୟ ବହୁତ୍ କୌତୁହଳପୂର୍ଣ୍ଣ ଅଟେ । କୃଷ୍ଣା ଗତ କିଛି ବର୍ଷ ଧରି ଜର୍ମାନୀର ଲୁଗବ୍ୟାଗରେ ବୈଜ୍ଞାନିକ ଭାବେ କାମ କରୁଛନ୍ତି । ଏହି ଅନୁଷ୍ଠାନରେ ଜର୍ମାନୀର ବାସିନ୍ଦା ଶ୍ଵେନିକା ମଧ୍ୟ ବୈଜ୍ଞାନିକ ଭାବେ କାମ କରନ୍ତି ।

ପ୍ରଥମେ କରିଥିଲେ କୋର୍ଟ ମ୍ୟରେଜ୍ :-

କପଲ୍ କିଛି ସମୟ ପୂର୍ବରୁ ହିଁ ଜର୍ମାନୀରେ କୋର୍ଟ ମ୍ୟରେଜ କରିଥିଲେ । ତାପରେ ସ୍ୱେନିକା ନିଜ ସ୍ବାମୀ କୃଷ୍ଣାଙ୍କ ଠାରୁ ଭାରତୀୟ ପରମ୍ପରାଗତ ବିବାହ ଏବଂ ରୀତିନୀତି ବିଷୟରେ ଶୁଣିଲେ । ଏହା ଶୁଣି ସେ ଉତ୍ସାହିତ ହୋଇଗଲେ ଏବଂ ସେ ହିନ୍ଦୁ ରୀତିନୀତି ଅନୁସାରେ ମଧ୍ୟ ବିବାହ କରିବାକୁ ଇଚ୍ଛା କରିଥିଲେ ।

Leave A Reply

Your email address will not be published.