ସବୁ ରାସ୍ତା ଏବଂ ଷ୍ଟେସନ ଗୁଡିକରେ ବୁଲୁବୁଲି ବିବାହ ପାଇଁ ଝିଅ ଖୋଜୁଛନ୍ତି ଏହି ବ୍ୟକ୍ତି,ଲଗାଇଛନ୍ତି ବଡ ବଡ ହୋଡିଙ୍ଗ ବ୍ୟାନର

0

Get real time updates directly on you device, subscribe now.

ବିବାହ ପାଇଁ ଝିଅ ଖୋଜିବା କାମ କାହା ପାଇଁ ବି ସହଜ ହୋଇନଥାଏ । କିଛି ଲୋକଙ୍କର ବହୁତ୍ ସହଜରେ ନିଜ ଜୀବନସାଥି ସହିତ ଭେଟ ହୋଇଯାଏ ତ ଆଉ କିଛି ଲୋକଙ୍କୁ ଏଥିପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ । ଏହିପରି କିଛି କଷ୍ଟ କରୁଛନ୍ତି ଲଣ୍ଡନରେ ରହୁଥିବା ଜୀବନ ଭାଚୁ ।

ଜୀବନ ଭାଚୂ ନିଜ ପାଇଁ ସ୍ତ୍ରୀ ଖୋଜିବାପାଇଁ କେବଳ କେବଳ ଖବରକାଗଜ କିମ୍ବା ଅନଲାଇନ ୱେବସାଇଟରେ ନୁହେଁ ବରଂ ସର୍ବସାଧାରଣ ସ୍ଥାନ ଗୁଡିକରେ ହୋଡ଼ିଙ୍ଗ ମଧ୍ୟ ଲଗାଇ ଦେଇଛନ୍ତି । ସେ ଲଣ୍ଡନର ସବୁଠାରୁ ବ୍ୟସ୍ତବହୁଳ ସବବେ ଷ୍ଟେସନ ଗୁଡିକରେ ଏପରି ହୋଡ଼ିଙ୍ଗ ବ୍ୟାନର ଲଗାଇଛନ୍ତି, ଯେଉଁଥିରେ ସେ ନିଜେ ବେଷ୍ଟ୍ ଇଣ୍ଡିଆନ ବ୍ୟାଚଲର ବୋଲି କହିଛନ୍ତି ।

କ୍ରିଏଟିଭ ଉପାୟରେ ସ୍ତ୍ରୀ ଖୋଜୁଛନ୍ତି :-

31 ବର୍ଷୀୟ ଜୀବନଙ୍କର ବଡ ବଡ ହୋଡ଼ିଙ୍ଗ ଅକ୍ସ୍ଫୋର୍ଡ ସର୍କସ ଶବବେ ଷ୍ଟେସନରେ ଲାଗିଛି । ଷ୍ଟେସନର କାନ୍ଥ ଗୁଡିକରେ ଏହା ବିଲକୁଲ ଅନନ୍ୟ ଷ୍ଟାଇଲ ରେ ବ୍ୟାନର ଗୁଡ଼ିକୁ କାନ୍ଥରେ ଲଗାଉଛନ୍ତି । ଏହି ହୋଡ଼ିଙ୍ଗଗୁଡିକରେ ଜୀବନ ଗୋଲାପି ରଙ୍ଗର ସୁଟରେ ଅଛନ୍ତି ଏବଂ ହୋଡ଼ିଙ୍ଗରେ ଲେଖାଯାଇଛି ଯେ ସେ ବିବାହ ପାଇଁ ଗୋଟିଏ ଝିଅ ଖୋଜୁଛନ୍ତି । କରୋନା ମହାମାରୀ ପରଠାରୁ ସାଧାରଣ ଡେଟିଂ ଟିକେ କମ୍ ହେଇଯାଇଛି, ତେଣୁ ଜୀବନ ବିବାହ କରିବାକୁ ଚାହୁଁଛନ୍ତି । ଏପରି ପରିସ୍ଥିତିରେ ସେ ସିଧା ବିବାହ କରିବାପାଇଁ ଝିଅ ଖୋଜିବା ଆରମ୍ଭ କରିଦେଲେ । ଜୀବନ ନିଜର ବିଜ୍ଞାପନରେ ଲେଖିଛନ୍ତି ଯେ – ଆପଣ ଭଲ ଭାରତୀୟ ଘର ନେଇ ଯାଆନ୍ତୁ । ସେ ହୋଡ଼ିଙ୍ଗରେ ହିଁ ନିଜର ଅନଲାଇନ୍ ଆଡ୍ରେସ ମଧ୍ୟ ଲେଖିଛନ୍ତି, ଯେପରିକି ଲୋକମାନେ ତାଙ୍କ ସହିତ ଯୋଗାଯୋଗ କରିପାରିବେ ।

ଶେଷରେ କେତେ ପ୍ରପୋଜାଲ୍ ମିଳିଲା ?

ଜୀବନ ଏପରି ସର୍ବସାଧାରଣ ସ୍ଥାନରେ ହୋଡ଼ିଙ୍ଗ ଲଗାଇବା ପାଇଁ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ । ସେ ଦୁଇ ସପ୍ତାହ ପାଇଁ ଏଠାରେ 2ଟି ବ୍ୟାନର ଲଗାଇଛନ୍ତି ଏବଂ କିଛି ଦିନ ମଧ୍ୟରେ ହିଁ ତାଙ୍କ ପାଖକୁ 50 କ୍ୟାଣ୍ଡିଡେଟଙ୍କ ପ୍ରପୋଜାଲ ଆସିଛି । ଜୀବନ କହିଛନ୍ତି ଯେ ସେ ଶହ ଶହ ପ୍ରପୋଜାଲ୍ ଚାହୁଁ ନାହାନ୍ତି ବରଂ ଜଣେ ଜୀବନସାଥି ଚାହୁଁଛନ୍ତି । ସେ ଏହା ପୂର୍ବରୁ କିଛି ଡେଟିଙ୍ଗ ଆପ ରେ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ କୌଣସି ସଠିକ୍ ମ୍ୟାଚ୍ ମିଳିପାରିଲା ନାହିଁ । ଏପରି ପରିସ୍ଥିତିରେ ସେ ସିଧାସଳଖ ଲୋକଙ୍କ ସହିତ ଯୋଗାଯୋଗ ପାଇଁ ଗୋଟିଏ ଅଲଗା ପ୍ରକାରର ଉପାୟକୁ ଆପଣାଇଲେ ।

Leave A Reply

Your email address will not be published.