୧୦ ବର୍ଷର ଝିଅ ଗର୍ଭରେ ବାପାର ପାପ.ଏହା ଉପରେ ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

0

Get real time updates directly on you device, subscribe now.

୧୦ ବର୍ଷର ଝିଅ ଗର୍ଭରେ ଗୋଟିଏ ବାପାର ପାପ। ନିଜ କାମନାର ଇଚ୍ଛାକୁ ମେଣ୍ଟେଇବା ପାଇଁ ଜଣେ ବ୍ୟକ୍ତି କେତେଯେ ନଗ୍ନସ୍ତରକୁ ଖସିଯାଇପାରେ ତାର ଏକ ଉଦାରହଣ ବର୍ତ୍ତମାନ କେରଳରୁ ସାମ୍ନାକୁ ଆସିଛି। ସେ ନିଜର ଯୌନ କ୍ଷ୍ୟୁଧାକୁ ମେଣ୍ଟାଇବା ଜଣେ ବାପା ତାର ନିଜ ଝିଅକୁ ମଧ୍ୟ ଛାଡ଼ି ନାହିଁ। ସେ ନିଜର ୧୦ ବର୍ଷର ଝିଅ ସହିତ ଶାରିରୀକ ସମ୍ପର୍କ ରଖିବା ପରେ ସେ ବର୍ତ୍ତମାନ ଗର୍ଭବତୀ ହୋଇଯାଇଛି। ସମ୍ପୃକ୍ତ ୧୦ ବର୍ଷର ଝିଅର ଗର୍ଭପାତ କରିବା ପାଇଁ କେରଳ ହାଇକୋର୍ଟର ଅନୁମତି ଦେଇଛନ୍ତି। ସମ୍ପୃକ୍ତ ବାପାଙ୍କ ନାମରେ ଏକ ଦୁଷ୍କର୍ମର ଅଭିଯୋଗ ଆସିଛି।

ଝିଅର ମା’ ନିଜର ସ୍ୱାମୀଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି। ତେବେ ଥିରୁଭନନ୍ତପୂରମପୁରମ ସାଟ ହସପିଟାଲରେ ନାବାଳିକାଙ୍କର ଗର୍ଭପାତ ହେବ। ଗର୍ଭପାତ ପାଇଁ ଏକ ସର୍ଜରୀ ଆବଶ୍ୟକ ବୋଲି ଏକ ମେଡିକାଲ ଦଳ ରିପୋର୍ଟ ଦେବା ପରେ କୋର୍ଟ ଏଥିରେ ରାଜି ହୋଇଛନ୍ତି। ତେବେ ସମ୍ପୃକ୍ତ ନାବାଳିକାର ସମସ୍ତ ଚିକିତ୍ସା ପଦ୍ଧତି ଏବଂ ସହାୟତା ପାଇଁ ମେଡିକାଲ ଏବଂ ରାଜ୍ୟସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବଶ୍ୟ ଗର୍ଭରେ ବଢ଼ୁଥିବା ଶିଶୁଟିର ବଞ୍ଚିବା ୮୦ ପ୍ରତିଶତ ସମ୍ଭାବନା ଅଛି ବୋଲି କୋର୍ଟ କହିଛନ୍ତି।

ଜଣେ ବାପାଙ୍କର ଏଭଳି ଘୃଣ୍ୟକାମ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି କୋର୍ଟ ଭର୍ତ୍ସନା କରି କହିଛନ୍ତି। ବର୍ତ୍ତମାନର ନିୟମ ଅନୁସାରେ,ଗର୍ଭବତୀର ୨୪ ସପ୍ତାହ ମଧ୍ୟରେ ଆପଣ ଗର୍ଭପାତ କରିହେବ। କିନ୍ତୁ ଉପରୋକ୍ତ ମାମଲାରେ ୩୦ ସପ୍ତାହ ଅତିକ୍ରମ କରିଯାଇଛି। ତେଣୁ ଗର୍ଭପାତ ପାଇଁ ନିୟମ ବହିର୍ଭୁତ ଥିବା କାରଣରୁ ମା କୋର୍ଟରେ ଆବେଦନ କରିଥିଲେ। ମାମଲାର ବିଚାର କରି କେରଳର ହାଇକୋର୍ଟ ବିଚାରପତି ଗର୍ଭପାତ ପାଇଁ ସବୁଜ ସଙ୍କେତ ଦେଇଛନ୍ତି।

Leave A Reply

Your email address will not be published.