ନବନ ଶ୍ରେଣୀର ଛାତ୍ର କଲା ଆତ୍ମହତ୍ୟା,ସୁଇସାଇଡ ନୋଟରେ ଲେଖିଲେ, ଯାହା ପଢୁଛି ଭୁଲିଯାଉଛି……

0

Get real time updates directly on you device, subscribe now.

ବୁରାନପୁର ଜିଲ୍ଲାର ନେପାନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବନ ଶ୍ରେଣୀର ଛାତ୍ର ଆଦିବାସୀ ଛାତ୍ରବାସରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି। ଛାତ୍ର ଜଣକ ନିଜର ସୁଇସାଇଡ୍ ନୋଟରେ ନିଜ ବାପାଙ୍କ ପାଇଁ ଏକ ହୃଦୟବିଦାରକ ପତ୍ର ମଧ୍ୟ ଲେଖିଛନ୍ତି। ଲଭ ୟୁ ପାପା କହି ନିଜର ବାପାଙ୍କୁ ସମ୍ୱୋଧନ କରିବା ସହ ନିଜେ ପାଠପଢାରେ ଦୁର୍ବଳ ଓ ଭୁଲି ଯାଉଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି। ଏଥିପାଇଁ ସେ ତାଙ୍କର ସ୍ୱପ୍ନ ପୂରଣ କରିପାରୁ ନାହିଁ ଏବଂ ନିଜ ଇଚ୍ଛାରେ ସେ ଆତ୍ନହତ୍ୟା କରୁଥିବା ବିଷୟରେ ପତ୍ରରେ ଉଲ୍ଲେଖ କରିଛନ୍ତି।

ଶନିବାର ଦିନ ଏହି ଘଟଣା ସାମ୍ନାକୁ ଆସିଛି। ନେପାନଗର ସେକ୍ଟର ୧୪ ସ୍ଥିତ ଆଦିବାସୀ ଛାତ୍ରବାସରେ ଜଣେ ନାବାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ନେପାନଗର ପୋଲିସ କହିଛି। ପୋଲିସ ଛାତ୍ରର ଘର ଉତମ୍ୱୀରେ ବୋଲି କହିଛି।

ନାବାଳକ ଛାତ୍ର ଜଣକ ନିଜର ଏହି ସୁଇସାଇଡ ନୋଟରେ ଉଲ୍ଲେଖ କରିଛିଯେ, ତାକୁ ଭୁଲିବାର ରୋଗ ଥିଲା। ଯାହାଫଳରେ ସେ ଯାହାବି କିଛି ପଢୁଥିଲା ସବୁ ଭୁଲି ଯାଉଥିଲା। ଏହି କାରଣରୁ ସେ ନିଜର ମାଆ-ବାପାଙ୍କର ସ୍ୱପ୍ନ ପୂରଣ କରିପାରିଲା ନାହିଁ ତେଣୁ ସେ ଆତ୍ମହତ୍ୟା କରୁଛି। ସୁଇସାଇଡ ନୋଟ ଲେଖିବା ପରେ ଛାତ୍ର ଜଣକ ରାତିରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।

ନାବାଳିକ ଛାତ୍ର ଜଣକ ନିଜର ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ସୁଇସାଇଡ୍ ନୋଟରେ ନିଜର ବାପାଙ୍କ ପ୍ରତି ଥିବା ଭଲ ପାଇବାକୁ ମଧ୍ୟ ଦର୍ଶାଇ ଲେଖିଛନ୍ତି ଲଭ ୟୁ ପାପା। ଆପଣଙ୍କର ସ୍ୱପ୍ନକୁ ପୂରଣ ମୁଁ ପୂରଣ କରିପାରିଲି ନାହିଁ। ଏହି କାରଣରୁ ମୁଁ ଜୀବନ ଦେଉଛି।

Leave A Reply

Your email address will not be published.