ସେ ମୋ ପୁଅ ନୁହଁ, ସେ ହେଉଛି ମୋଦିଙ୍କର ପୁଅ…

0

Get real time updates directly on you device, subscribe now.

ସେ ମୋର ପୁଅ ନୁହଁ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁଅ। ଯାହାଙ୍କ ଉଦ୍ୟମ ଫଳରେ ସେ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ସୁରକ୍ଷିତ ଭାବରେ ନିଜ ଘରକୁ ଫେରିଆସିଛି। ୟୁକ୍ରେନ୍‌ରେ ୱାର ଜୋନ୍‌ରେ ଫସି ରହିଥିବା ଜଣେ ଯୁବକ ଘରକୁ ଫେରିବା ପର ତାଙ୍କର ବାପା ଭାବପ୍ରବଣ ହୋଇ ଏମିତି କଥା କହିଥିଲେ। ତାଙ୍କ ପୁଅକୁ ପାଖରେ ତାଙ୍କ ଆଖିରେ ଖୁସିର ଲୁହ ଆସିଯାଇଥିଲା।

କଶ୍ମରୀର ସଞ୍ଜୟ ପଣ୍ଡିତ ନାମକ ଜଣେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ୟୁକ୍ରେନର ସୁମିରେ ଫସିଯାଇଥିଲେ। ଯୁଦ୍ଧ କବଳିତ ଅଞ୍ଚଳରୁ ପୁଅର ସୁରକ୍ଷିତ ଭାବରେ ଫେରିବାକୁ ନେଇ ପୂରା ପରିବାର ଚିନ୍ତିତ ଥିଲେ। ତେବେ ଅପରେଶନ ଗଙ୍ଗା ଜରିଆରେ ତାଙ୍କର ପୁଅକୁ ଭାରତ ସରକାର ସୁରକ୍ଷିତ ଭାବରେ ଉଦ୍ଧାର କରି ସ୍ୱଦେଶକୁ ଫେରାଇ ଆଣିଛନ୍ତି। ଏହାର ପ୍ରତିକ୍ରିୟାରେ ସଞ୍ଜୟ କହିଛନ୍ତିଯେ, ଆମ ପୁଅ ଫେରିବା ନେଇ ଜମାରୁ ଆଶାନଥିଲା। ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଅଣାଯାଇଥିବାରୁ ମୁଁ ଭାରତ ସରକାରଙ୍କୁ ଅଶେଷ କୃତଜ୍ଞତା ଜଣାଉଛି।

ୟୁକ୍ରେନ୍‌ରୁ ଆଉ କିଛି ଛାତ୍ରଙ୍କୁ ଆଜି ୩ଟି ବିମାନ ଯୋଗେ ଆଗପଛ ହୋଇ ଦିଲ୍ଲୀର ବିମାନ ବିନ୍ଦରରେ ପହଞ୍ଚିଥିଲା। ଏଠାରେ ସେମାନଙ୍କ ଅଭିଭାକକମାନେ ୫-୬ ଘଣ୍ଟା ହେଲା ଅପେକ୍ଷା କରି ରହିଥିଲେ। ତେବେ ପିଲାମାନେ ଓହ୍ଲାଇବା ପରେ ତାଙ୍କର ଅଭିଭାବକଙ୍କର ଆଖି ଛଳ ଛଳ ହୋଇଯାଇଥିଲା। ପିଲାମାନଙ୍କୁ ଅତି ଆନନ୍ଦର ସହିତ କୋଳାଇପାକଇ ଥିଲେ।। ଏହି ସମୟରେ ଭାରତ ମାତାକୀ ଜୟ ଓ ମୋଦି ହେ ତୁ ମୁମକିନ୍ ହେ ନାରାରେ ବିମାନ ବନ୍ଦର ପ୍ରୟକମ୍ପିତ ହୋଇ ଉଠିଥିଲା। ଆଜି ୩ଟି ବିମାନ ଯୋଗେ ୬୭୪ ଜଣ ଭାରତୀୟ ଫେରିଥିଲେ। ଏମାନେ ସମସ୍ତେ ବିପଦପୂର୍ଣ୍ଣ ସୁମିରେ ଫସି ରହିଥିଲେ। ୱାର ଜୋନ୍‌ରେ ଫସି ରହିଥିବା ଏହି ଭାରତୀୟମାନେ ଗତ ଦୁଇ ସପ୍ତା ହେବ ଭୟ ଓ ଆତଙ୍କ ମଧ୍ୟରେ ଦିନ କାଟୁଥିଲେ। ୟୁକ୍ରେନରୁ ଆଜି ୩ଟି ବିମାନ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଏକ ସେନାର ହେଲିକପ୍ଟର ଆଗପଛ ହୋଇ ଦିଲ୍ଲୀ ବିମାନ ବନ୍ଦର ନିକଟରେ ଆସି ପହଞ୍ଚିଥିଲେ।।

Leave A Reply

Your email address will not be published.