‘ମୁଁ ଜଣେ ପୁରୁଷକୁ ବାହା ହୋଇଛି’ : ପତ୍ନୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ସୁପ୍ରିମକୋର୍ଟ ଗଲେ ସ୍ୱାମୀ

0

Get real time updates directly on you device, subscribe now.

ଏହି ସମାଜରେ ବିବାହ ସଂପର୍କର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ବିବାହକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ବିବାହ ବନ୍ଧନ ରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି । କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ ।

ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜି ର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।ତେବେ ଜଣେ ବ୍ୟକ୍ତି ନିଜ ବିବାହରେ ଠକେଇ ର ଶିକାର ହେଇଛନ୍ତି ବୋଲି ସୁପ୍ରିମକୋର୍ଟ ରେ ଅଭିଯୋଗ ଆଣିଛନ୍ତି।ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗରେ ବ୍ୟକ୍ତିଜଣଙ୍କ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ଆବଶ୍ୟକ । କାରଣ ତାଙ୍କ ସ୍ତ୍ରୀ ଜଣେ ପୁରୁଷ ଓ ତାଙ୍କ ଯୌନାଙ୍ଗ ମଧ୍ୟ ପୁରୁଷର ଅଟେ ।

ପ୍ରଥମେ ବ୍ୟକ୍ତିଜଣଙ୍କ ନିଜ ସ୍ତ୍ରୀଙ୍କ ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ଯାହା ପରେ ସବୁ ସତ ସାମ୍ନାକୁ ଆସିଥିଲା । ତାଙ୍କ ପତ୍ନୀ ଇନଫରଫେକ୍ଟ ଟାଇମନ ରୋଗରେ ପୀଡିତ ଯେଉଁଥିରେ ଯୌନାଙ୍ଗ ପ୍ରଭାବିତ ହୋଇଥାଏ ।ମାମଲାର ଗମ୍ଭୀରତା ବୁଝି ସୁପ୍ରିମକୋର୍ଟ ଏହାର ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସେହି ବ୍ୟକ୍ତିଙ୍କ ବରିଷ୍ଠ ଓକିଲ ଏନକେ ମୋଦୀ କହିଛନ୍ତି ଯେ, ଆଇପିସି ୪୨୦ ଅନୁସାରେ ଏହା ଅପରାଧିକ ମାମଲା ।ସେ ବାହା ହୋଇଥିବା ପତ୍ନୀଙ୍କ ଗୁପ୍ତାଙ୍ଗ ପୁରୁଷଙ୍କ ଭଳି ଅଟେ ।

ତାଙ୍କ ପତ୍ନୀ ଜଣେ ପୁରୁଷ ଅଟନ୍ତି ଯାହା ଏକ ପ୍ରକାର ଠକେଇ ଅଟେ ।ତାଙ୍କ ସହ ଧୋକା ହୋଇଛି ବୋଲି ସେ ଅଭିଯୋଗ କରିଥିଲେ।୨୦୧୯ରେ ଗ୍ୱାଲିଅରର ଜଣେ ବିଚାରପତି ଘଟଣାକୁ ନେଇ ଶୁଣାଣି କରିଥିଲେ । ପୀଡିତ କହିଥିଲେ ଯେ, ତାଙ୍କର ୨୦୧୬ରେ ବିବାହ ହୋଇଥିଲା । ଏହାପରେ ତାଙ୍କ ପତ୍ନୀ ଜଣେ ପୁରୁଷ ବୋଲି ସେ ଜାଣିବାକୁ ପାଇଥିଲେ । ତାଙ୍କ ନିକଟରେ ପୁରୁଷ ଯୌନାଙ୍ଗ ଥିଲା । ଏହାସହ ସେ ପତ୍ନୀଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.