ଘରେ ବସି କରି ରୋଜଗାର କରିପାରିବେ ହଜାର-ଲକ୍ଷ ଲକ୍ଷ ର ଟଙ୍କା,ଦରାକର କେବଳ ସ୍ମାର୍ଟ ଫୋନ ଆଉ ଇଣ୍ଟେର୍ନେଟ !

0

Get real time updates directly on you device, subscribe now.

ଇନଷ୍ଟାଗ୍ରାମ ମଧ୍ୟ ନିଜ ଉପଭୋକ୍ତାମାନଙ୍କୁ ଏକ୍ସଇଟିଙ୍ଗ ଏକ୍ସପେରିୟନ୍ସ ଦେବା ପାଇଁ ସମୟ ସମୟରେ କିଛି ନା କିଛି ନୂଆ ନେଇ ଆସିଥାଏ | ଯେମିତିକି ଇନଷ୍ଟାଗ୍ରାମ ରିଲ୍ସ, ଯାହା ଆଜିକାଲି ଟ୍ରେଣ୍ଡ ହୋଇସାରିଛି | ସମସ୍ତେ ରିଲ୍ସରେ ନିଜର ଡ୍ୟାନ୍ସ,ସଙ୍ଗୀତ କିମ୍ବା ଡ୍ୟାସିଂ ଦକ୍ଷତା ପ୍ରଦର୍ଶନ କରନ୍ତି | ୟୁଜରମାନେ ମଧ୍ୟ ଏହାକୁ ବହୁତ ବ୍ୟବହାର କରନ୍ତି | କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣ ଇନଷ୍ଟାଗ୍ରାମରୁ ପଇସା ମଧ୍ୟ ରୋଜଗାର କରିପାରିବେ | ଏମିତିରେ ଆଜି ଆମେ ଆପଣଙ୍କୁ ଇନଷ୍ଟାଗ୍ରାମର କିଛି କମାଲର ଟ୍ରିକ୍ସ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ପଇସା ମଧ୍ୟ ରୋଜଗାର କରିପାରିବେ |

ବନାନ୍ତୁ ‘ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର’ :-

ଆଜିର ସମୟରେ ସୋସିଆଲ ମିଡିଆରେ କେବେଳ ଇନଫ୍ଲୁଏନ୍ସର ନାମ ହିଁ ନୁହଁ ବରଂ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି | ଏମିତିରେ ଯଦି ଆପଣ ମଧ୍ୟ ନିଜକୁ ଏକ ‘ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର’ ବୋଲି କହିବାକୁ ଚାହାଁନ୍ତି ଆଉ ତାସହ ଟଙ୍କା ରୋଜଗାର କରିବାକୁ ମଧ୍ୟ ଚାହାଁନ୍ତି ତେବେ ଆପଣ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ଦୁଇଟି କାର୍ଯ୍ୟ କରିପାରିବେ | ଏଥିପାଇଁ ଆପଣଙ୍କୁ ଇନଷ୍ଟାଗ୍ରାମରେ ଅତି କମରେ 5 ହଜାର ଅନୁସରଣକାରୀ ଦରକାର | ଏହା ସାଥିରେ ଆପଣଙ୍କର ବିଷୟବସ୍ତୁରେ ଭଲ ଏନେଗେଜମେଣ୍ଟ ରେଟ ମଧ୍ୟ ରହିବା ଉଚିତ୍ |

ବର୍ତ୍ତମାନ ଆପଣ ଏହି ଟଙ୍କା କିପରି ରୋଜଗାର କରିପାରିବେ, ତାହା ମଧ୍ୟ ଜାଣିନେବା | ଯେମିତି ହିଁ ଆପଣଙ୍କ ଇନଷ୍ଟାଗ୍ରାମରେ ଅନୁସରଣକାରୀଙ୍କ ସଂଖ୍ୟା 5 ହଜାର ଅତିକ୍ରମ କରିବ, ବ୍ରାଣ୍ଡଗୁଡ଼ିକ ଆପଣଙ୍କ ସହ କୋଲା-ବ୍ରେଟ୍ କରିବା ପାଇଁ ଯୋଗାଯୋଗ କରିବ | ଏହି ଉପାୟରେ ଆପଣ ଅନେକ ସାରା ବ୍ରାଣ୍ଡସ ର ପ୍ରଡ଼କ୍ଟକୁ ନିଜ ଅନୁଗାମୀମାନଙ୍କ ମଧ୍ୟରେ ପ୍ରମୋଟ କରି ଘରେ ବସିକରି ଆରାମରେ ଟଙ୍କା ରୋଜଗାର କରିପାରିବେ |

ଇନଷ୍ଟାଗ୍ରାମରେ ଖୋଲନ୍ତୁ ନିଜର ସପ୍ :-

ଯଦି ଆପଣ ଏକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଆଉ ସାଥିରେ ବ୍ୟବସାୟ ମଧ୍ୟ କରନ୍ତି | ତେବେ ଆପଣ ଇନଷ୍ଟାଗ୍ରାମରେ ମଧ୍ୟ ଆପଣଙ୍କର ଛୋଟ ବ୍ୟବସାୟ ଖୋଲିପାରିବେ | ହଁ ଆଜ୍ଞା, ଆପଣ ଠିକ୍ ଶୁଣିଛନ୍ତି ଆପଣ ଇନଷ୍ଟାଗ୍ରାମରେ ନିଜ ପ୍ରଡ଼କ୍ଟକୁ ବିକ୍ରିକରି ବିନା କିଛି ଏକ୍ସଟ୍ରା ଖର୍ଚ୍ଚରେ ଘରେ ବସି ଟଙ୍କା ରୋଜଗାର କରିପାରିବେ | ପ୍ରକୃତରେ, ଆପଣ ନିଜର ପ୍ରଡ଼କ୍ଟକୁ ଇନଷ୍ଟାଗ୍ରାମରେ ଲିଷ୍ଟ କରିକି ବିକ୍ରି କରିପାରିବେ | ଇନଷ୍ଟାଗ୍ରାମ, ଯାହା କି ଏକ ଫଟୋ ସେୟାରିଂ ଆପ୍ ଅଟେ, ଯେଉଁଥିରେ ଆପଣ ଆପଣଙ୍କର ପ୍ରଡ଼କ୍ଟର ଫଟୋ କିମ୍ବା ଭିଡିଓ ପୋଷ୍ଟ କରିପାରିବେ | ଏହା ପରେ କମେଣ୍ଟସ୍ କିମ୍ବା ଡ଼ାଇରେକ୍ଟ ମେସେଜ (DM) ମାଧ୍ୟମରେ ଆପଣ ଗ୍ରାହକମାନଙ୍କଠାରୁ ଅର୍ଡର ନେଇପାରିବେ ଆଉ ସେମାନଙ୍କୁ ପ୍ରଡ଼କ୍ଟସ୍ ବିକ୍ରୟ କରିପାରିବେ |

ଇନଷ୍ଟାଗ୍ରାମରେ ବନିପାରିବେ କୋଚ କିମ୍ବା ମେଣ୍ଟର :-

ଇନଷ୍ଟାଗ୍ରାମରୁ ଟଙ୍କା ରୋଜଗାର କରିବାର ଆଉ ଏକ ଉପାୟ ଅଛି, ଯାହା ସାହାଯ୍ୟରେ ଆପଣ ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ବନେଇକରି ଘରେ ବସି ଟଙ୍କା ରୋଜଗାର କରିପାରିବେ | ଟଙ୍କା ରୋଜଗାର କରିବା ପାଇଁ ଆପଣ ଇନଷ୍ଟାଗ୍ରାମରେ ପରାମର୍ଶଦାତା କିମ୍ବା କୋଚ ମଧ୍ୟ ବନିପାରିବେ | ଯଦି ଇନଷ୍ଟାଗ୍ରାମ କୋଚମାନଙ୍କ ବିଷୟରେ କହିବା ତେବେ ଆପଣ ହ୍ୟାକ୍ ଆଉ ଟ୍ରିକ୍ସ ବାଣ୍ଟି ଇନଷ୍ଟାଗ୍ରାମରେ ସେସବୁର ଭିଡିଓଗୁଡିକୁ ମୋନେଟାଇଜ୍ କରିପାରିବେ | ମୋନେଟାଇଜ୍ ହେବାପରେ ଆପଣ ଟଙ୍କା ରୋଜଗାର କରିପାରିବେ |

ଆପଣ ଚାହିଁବେ ତ ହ୍ୟାକ୍ ଆଉ ଟ୍ରିକ୍ସର ସୂଚନା ଫୋଟୋ ବ୍ୟତୀତ ଭିଡିଓ ମାଧ୍ୟମରେ ମଧ୍ୟ ଉପଭୋକ୍ତାଙ୍କ ପାଖକୁ ପହଁଞ୍ଜାଇ ପାରିବେ | ଯେପରିକି ଆପଣ ଯୋଗ, ଜିମ୍ ଟ୍ରେନର କିମ୍ବା ନ୍ୟୁଟ୍ରିସନ୍ ଅଟନ୍ତି, ତେବେ ଆପଣ ତାହା ସହିତ ଜଡିତ ବିଷୟବସ୍ତୁକୁ ସେୟାର କରିପାରିବେ | ଏମିତିରେ ଆପଣ ନିଜର ଜ୍ଞାନକୁ ଅନ୍ୟମାନଙ୍କ ସହିତ ସେୟାର ମଧ୍ୟ କରିପାରିବେ ଆଉ ସେହି ଜ୍ଞାନରୁ ଟଙ୍କା ମଧ୍ୟ ରୋଜଗାର କରିପାରିବ |

ଏହି ସାନଦାର ଉପାୟରେ ଇନଷ୍ଟାଗ୍ରାମ କେବଳ ଆପଣଙ୍କ ପାଇଁ ମନୋରଞ୍ଜନର ଉତ୍ସ ହେବ ନାହିଁ, ବରଂ ଆପଣଙ୍କ ପାଇଁ ରୋଜଗାରର ଉପାୟ ମଧ୍ୟ ଵନିଯିବ |

Leave A Reply

Your email address will not be published.