ଡାକ ବିଭାଗରେ ଚାକିରି : ଦଶମ ପାସ୍‌ କରିଥିଲେ ତୁରନ୍ତ ଆବେଦନ କରନ୍ତୁ,ମାସକୁ ଦରମା ୬୩ ହଜାର ଟଙ୍କା

0

Get real time updates directly on you device, subscribe now.

ଆଜିର ଯୁଗରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନ ପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନ କରିବାରୁ ଅନୈତିକକାର୍ଯ୍ୟକଳାପ ରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ ।

କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ । ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି । ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଡାକ ବିଭାଗ ରେ ଚାକିରି କରିବା ଚାହିଥିଲେ ଏହା ଏକ ସୁବର୍ଣ୍ଣ ସୁଯୋଗ । ଆସନ୍ତୁ ଜାଣିବା କିପରି କରିବେ ଆବେଦନ ।

ଭାରତୀୟ ଡାକ ଦିଲ୍ଲୀରେ ମେଲ ମୋଟର ସର୍ଭିସ ବିଭାଗ ଅଧିନରେ ଷ୍ଟାଫ କାର ଡ୍ରାଇଭର ଭର୍ତ୍ତି ନିମନ୍ତେ ପଦବୀ ବାହାରିଛି । ଏହାକୁ ନିବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୫ ତାରିଖ ରହିଛି । ବିହାର ପୋଷ୍ଟାଲ ସର୍କଲ ଭର୍ତ୍ତି ଏବଂ ମହାରାଷ୍ଟ୍ର ପୋଷ୍ଟଲ ସର୍କଲ କୁ ଯାଇ ଯୋଗ୍ୟ ପ୍ରାର୍ଥୀ ଆବେଦନ କରି ପାରିବେ । ଏହି ବିଷୟ ଜଡ଼ିତ ଅଧିକ ତଥ୍ୟ ଜାଣିବା ପାଇଁ ପ୍ରଥମେ indiapost.gov.in କୁ ଯାଇ ଯାଞ୍ଚ କରି ପାରିବେ ।

ଆବେଦନ କରିବା ପାଇଁ ସିଧାସଳଖ ଲିଙ୍କ https://www.indiapost.gov.in/vas/Pages/India ଏବଂ ନୋଟିଫିକେସନ ପାଇଁ https://www.indiapost.gov.in/VAS/Pages/Recruitment/IP_12012022  ଲିଙ୍କକୁ ଯାଇ ଚେକ୍‌ କରିପାରିବେ । ଏହା ର ଶେଷ ତାରିଖ ମାର୍ଚ୍ଚ ୧୫ ତାରିଖ ରହିଛି । ଷ୍ଟାଫ କାର ଡ୍ରାଇଭର ପାଇଁ ଏହି ନିଯୁକ୍ତି ବାହାରିଛି । ଏଥିରେ ସାଧାରଣ ବର୍ଗ ପାଇଁ ୧୫ ଟି ଅନୁସୂଚିତ ଜାତି ପାଇଁ ୩ ଟି ଓବିସି ପାଇଁ ୮ ଟି ଓ EWS ପାଇଁ ୩ ଟି ଖାଲି ରହିଛି । ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା ରେ ପ୍ରାର୍ଥୀ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ଯକ । ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ମଧ୍ୟ ଆସୁଥିବା ଦରକାର ।

ଏହା ସହିତ ୩ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଥିବା ଜରୁରୀ । କେବଳ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀ ଆବେଦନ କରି ପାରିବେ । ଏହା ପାଇଁ ମାସିକ ବେତନ ୬୩,୨୦୦ ଟଙ୍କା ମିଳିବ । ଆବେଦନ ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି-ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ । The Senior Manager , Mail Motor Service, C-121,Naraina Industrial Area phase-I, Naraina, New Delhi -110028 । ଏହି ଠିକଣା ରେ ନିଜର ଦସ୍ତଖତ ସହିତ ଫୋଟୋ ଓ ସାର୍ଟିଫିକେଟ କୁ ପଠାଇ ପାରିବେ ।

Leave A Reply

Your email address will not be published.