ସାମ୍ନାକୁ ଆସିଲା ଚୀନ୍‌ର ଅସଲ ରୂପ,କୌଣସି ପ୍ରକାର ସହାୟତା ଦେବାକୁ ଋଷିଆକୁ ମନା କଲା,ପଢନ୍ତୁ ପୁରା ଖବର

0

Get real time updates directly on you device, subscribe now.

ପରିଶେଷରେ ବେଜିଂ ଋଷିଆ ଆଗରେ ଚୀନ୍‌ର ବନ୍ଧୁତ୍ୱର ମୁଖା ଖୋଲିଯାଇଛି। ୟୁକ୍ରେନ ଆକ୍ରମଣ ପରେ ବର୍ତ୍ତମାନ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଋଷିଆ ଉପରେ ନାନା ପ୍ରକାର କଟକଣା ଲାଗୁ କରିବାରେ ଲାଗିଛନ୍ତି। ଏହି ସବୁ କଟକଣାରେ ବୋଇଂ ର ଓ ଏୟାର ବସ୍‌ର କଳକବଜା ମଧ୍ୟ ଯୋଗାଣ ମଧ୍ୟ ସମ୍ପୂର୍ଣ ରୂପରେ ବନ୍ଦ ହୋଇଛି। ଏଣୁ ସହାୟତା ପାଇଁ ଋଷିଆ ଚୀନକୁ ହାତ ବଢାଇଥିବା ବେଳେ ସେ ମନା କରିଦେଇଛି। ଏଥିରେ ବର୍ତ୍ତମାନ ଋଷିଆ ନିଜର ପାରମ୍ପରିକ ସହଯୋଗୀ ଭାରତ ଓ ତୁର୍କି ଆଡକୁ ମୁହାଁଇପାରେ ବୋଲି ଅନୁମାନ କରାଯାଉଛି।

ଯୁଦ୍ଧ କାରଣରୁ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ଋଷିଆ ଉପରେ କଟକଣା ଲଗାଇଛନ୍ତିଯେ ଏହା ଆଗରେ ଉତ୍ତରକୋରିଆ ଓ ଇରାନଙ୍କ ଭଳି ଦେଶ ଅନେକ ପଛରେ ରହିଯାଇଛନ୍ତି। ଏହି ଶୃଙ୍ଖଳାରେ ବୋଇଂ ଓ ଏୟାରବସ କଳକବଜା ଓ ଯନ୍ତ୍ରାଂଶ ଯୋଗାଣ ବନ୍ଦ କରିବା ଋଷିଆ ଲାଗି ଏକ ନୂଆ ସମସ୍ୟା ପାଲଟିଛି। ଋଷିୟା ଏୟାରଲାଇନ୍ସ ଚଳାଇ ରଖିବାକୁ ହେଲେ ଯନ୍ତ୍ରାଂଶର ନିହାତି ଆବଶ୍ୟକତା ଅଛି। ଏଣୁ ଋଷିଆ ଚୀନ ଆଡକୁ ମୁହାଁଇଥିବା ସମୟରେ ସେ ଏପରି କୌଣସି ସହାୟତା କରିପାରିବ ନାହିଁ ବୋଲି ସ୍ପଷ୍ଟ ଶୁଣାଇ ଦେଇଛି।

ଋଷିଆ ଫେଡେରାଲ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସୀ ଅଧିକାରୀ ଭାଲେରୀ କୁଡିନୋଭଙ୍କ ଅନୁଯାୟୀ ଚୀନ ମନା କରିବା ପରେ ବର୍ତ୍ତମାନ ଋଷିଆ ନିଜେ ନିଜର ସମସ୍ୟାର ସମାଧାନର ବାଟ ଖୋଜିବା ଆରମ୍ଭ କରିଦେଇଛି। ଏଥିରେ ଭାରତ ଓ ତୁର୍କୀରୁ ସହାୟତା ମିଳିଯିବ ବୋଲି ଆଶା କରାଯାଉଥିବା ସମୟରେ ବିମାନଙ୍କ ରକ୍ଷଣାବେକ୍ଷଣ ଲାଗି ନୂଆ ଉପାୟ ବିଷୟରେ ମଧ୍ୟ ଚିନ୍ତା କରାଯାଉଥିବା କଥା କହିଛନ୍ତି। ଏଥିରେ ଋଷିଆ ତାର ବିମାନଙ୍କୁ ଅନ୍ୟ ଦେଶମାନଙ୍କରେ ବର୍ତ୍ତମାନ ପଞ୍ଜିକରଣ କରାଇବାକୁ ଯୋଜନା କରିଛି। ଏଥିରେ ଯେଉଁଦେଶରେ ବିମାନ ପଞ୍ଜିକୃତ କରିଛନ୍ତି ସେଠାରେ ତାର ରକ୍ଷଣାବେକ୍ଷଣ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.