ବ୍ରିଟେନରେ ପୁଣି ବଢ଼ିଲା କରୋନା,ଗୋଟିଏ ସପ୍ତାହରେ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ

0

Get real time updates directly on you device, subscribe now.

ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣର ପ୍ରଭାବ ବହୁତ କମ ଥିବା ସମୟରେ ବ୍ରିଟେନର ସଂକ୍ରମଣ ବର୍ତ୍ତମାନ ଚିନ୍ତା ବଢାଇଛି। ବ୍ରିଟେନରେ ଗୋଟିଏ ସପ୍ତାହରେ ୩ ଲକ୍ଷ ୪୬ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡର ନୂଆ ଭାରିଆଣ୍ଟ ବିଏ-ଟୁ ପାଇଁ ଏହି ସଂକ୍ରମଣ ବଢ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ବ୍ରିଟେନରେ ସଂକ୍ରମଣ ବଢ଼ୁଥିବା ସମୟରେ ଭାରତ ଉପରେ ଏହାର କ’ଣ ପ୍ରଭାବ ରହିବ, ସେ ନେଇ ପ୍ରତିକ୍ରିୟା ରଖି ବରିଷ୍ଠ ଚିକିତ୍ସକ କହିଛନ୍ତିଯେ, ଭାରତରେ ତୃତୀୟ ଲହର ସମୟରେ ବିଏଟୁ ଭାରିଆଣ୍ଟଟର ପ୍ରଭାବ ରହିଥିଲା। ତେଣୁ ଅଧିକ ସଂକ୍ରମଣ ବଢ଼ିବାର ଆଦୌ ଆଶଙ୍କା ନାହିଁ।

ଆମ ଦେଶରେ କରୋନାର ପ୍ରଭାବ ଓ କୋଭିଡର ଆକ୍ରାନ୍ତଙ୍କ ସଂଖ୍ୟା ବହୁମାତ୍ରାରେ କମିଥିବା ସମୟରେ ବିଦେଶରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ବ୍ରିଟେନରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ ଭାବରେ ୫୫ ବର୍ଷରୁ ଅଧିକ ବର୍ଗର ଲୋକ ଆକ୍ରାନ୍ତ ହେଉଛନ୍ତି। ବ୍ରିଟେନରେ ଗୋଟିଏ ସପ୍ତାହରେ ମୋଟ୍ ୩ଲକ୍ଷ ୪୬ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହ ତୁଳନାରେ ଏହା ୪୬ ପ୍ରତିଶତ ଅଧିକ। କୋଭିଡ ଭାରିଆଣ୍ଟ ବିଏ-ଟୁ ପାଇଁ ଏହି ସଂକ୍ରମଣ ବଢ଼ୁଥିବା ଲଣ୍ଡନର ଇମ୍ପେରିଆଲ କଲେଜର ବିଶେଷଜ୍ଞମାନେ କହିଛନ୍ତି। ୯୫ ହଜାର ଘରୋଇ ସ୍ୱାବ ପରୀକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ, ବ୍ରିଟେନରେ ପ୍ରତି ୩୫ ଜଣରୁ ଜଣେ କୋଭିଡରେ ଆକ୍ରାନ୍ତ ହୋଇସାରିଛନ୍ତି କିମ୍ବା ବର୍ତ୍ତମାନ ମଧ୍ୟ ଆକ୍ରାନ୍ତ ଅଛନ୍ତି। ଫେବ୍ରୁଆରୀ ୨୪ ତାରିଖରେ ବ୍ରିଟେନ ସରକାର ସମସ୍ତ କୋଭିଡର କଟକଣା ହଟାଇ ଦେଇଥିଲେ।

ଭାରତରେ ପଡ଼ିବ କି ପ୍ରଭାବ ?:-

ବ୍ରିଟେନରେ କରୋନା ସଂକ୍ରମଣ ବଢ଼ୁଥିବା ସମୟରେ ଭାରତ ଉପରେ ଏହାର ପ୍ରଭାବ କ’ଣ ରହିବ? ବରିଷ୍ଠ ଚିକିତ୍ସକ ଡାକ୍ତର ନୀରୋଜ ମିଶ୍ରଙ୍କ ମତ ହେଲା, ଦୁଇଟି କାରଣରୁ ସେଠାରେ ସଂକ୍ରମଣ ବଢ଼ୁଛି। ବିଏଟୁ ଭାରିଆଣ୍ଟର ପ୍ରଭାବ ଓ ଅଧିକାଂଶ ଆକ୍ରାନ୍ତ ବୟସ୍କ ହୋଇଥିବା କାରଣରୁ ସେମାନଙ୍କର ପ୍ରତିରୋଧକ ଶକ୍ତି କମିଛି। ହେଲେ ଭାରତରେ ତୃତୀୟ ଲହର ସମୟରେ ବିଏଟୁ ଭାରିଆଣ୍ଟର ପ୍ରଭାବ ରହିଥିଲା। ତେଣୁ ଅଧିକ ସଂକ୍ରମଣ ବଢ଼ିବାର ଆଶଙ୍କା ନାହିଁ। ସେପଟେ ଡାକ୍ତର ପ୍ରଜ୍ଞାନ ରାଉତରାୟଙ୍କ କହିବା କଥା ଅନୁସାରେ, ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ହଟିଥିବା କାରଣରୁ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ବ୍ରିଟେନ ସହ ହଂକଂରେ ମଧ୍ୟ ସଂକ୍ରମଣ ବଢ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛିକି, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀ ସରି ନାହିଁ, ତେଣୁ ଆମକୁ ସତର୍କ ରହିବା ପାଇଁ ପଡ଼ିବ।

Leave A Reply

Your email address will not be published.