ଅପ୍ରେଲ ୧ରୁ PF ଆକାଉଣ୍ଟରେ ଲାଗୁ ହେବ ନୂଆ ନିୟମ, ଏବେ ଦେବାକୁ ପଡ଼ିବ ଏତିକି ଟଙ୍କା ଟାକ୍ସ

0

Get real time updates directly on you device, subscribe now.

ପିଏଫର ପୁରୁଣା ନିୟମ ନୂଆବର୍ଷରେ ପରିବର୍ତ୍ତନ ହେବାକୁ ଯାଉଛି। ୧ ଅପ୍ରେଲ ୨୦୨୨ ମସିହାରେ ପିଏଫର ନୂଆ ନିୟମ ଲାଗୁ ହେବ। ଏହି ନିୟମ ଅନୁସାରେ ୧.୨୩ ଲକ୍ଷ ଲୋକମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଟ୍ୟାକ୍ସ କାରବାରକୁ ଧ୍ୟାନରେ ରଖି ଏହିପରି ନିଷ୍ପତ୍ତି ନିଆଯାଇଛି। ହାଇ ଇନକମ ଇଣ୍ଡିଭିଜୁଆଲ ମାନେ ଧନି ଶ୍ରେଣୀର ବ୍ୟକ୍ତିମାନଙ୍କ ଉପରେ ଏହାର ବଡ଼ ରୂପରେ ପ୍ରଭାବ ପଡ଼ିବ।

ସରକାରଙ୍କ କହିବା ଅନୁସାରେ ଏହି ଶ୍ରେଣୀର ଲୋକମାନେ ବର୍ଷକ ମଧ୍ୟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ଇନକମ ସୁଧରୁ ହିଁ କରୁଛନ୍ତି। ଯାହା ଉପରେ କୌଣସି ପ୍ରକାର ଟ୍ୟାକ୍ସ ଲାଗିନଥାଏ। ନୂଆ ନିୟମ ଅନୁସାରେ ବର୍ତ୍ତମାନ ଏହି ଇନକମରେ ରୋକ ଲଗାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ପିଏଫ ଯୋଗଦାନରେ ମିଳୁଥିବା ସୁଧ ଉପରେ କୌଣସି ପ୍ରକାର ଟ୍ୟାକ୍ସ ଲାଗୁ କରାଯାଇ ନାହିଁ।

ଏହାକୁ ଦୃଷ୍ଟିରେ ରଖି ପ୍ରୋଭିଡେଣ୍ଟ ଫଣ୍ଡ ନିୟମରେ ପରିବର୍ତ୍ତନ କରାଯିବ। ଏହାର ସମ୍ପୂର୍ଣ୍ଣ ପ୍ରଭାବ ଆପଣମାନଙ୍କ ପକେଟ ଉପରେ ପଡ଼ିବ। ଚଳିତ ବର୍ଷରେ ଯଦି ଆପଣଙ୍କ ପିଏଫ ଖାତାରେ ୨.୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିବେଶ କରୁଛନ୍ତି ତେବେ ଏହା ଉପରେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ମସିହାର ବଜେଟ ଅଧିବେସନରେ ଏହି ନିଷ୍ପତ୍ତିକୁ ନେଇଛନ୍ତି। ବର୍ତ୍ତମାନ ଠାରୁ ନିୟନ୍ତ୍ରିତ ସୀମା ଉପରେ ନିବେଶ କରୁଥିଲେ ସେଥିରେ ଟାକ୍ସ ଆଡ କରାଯିବ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଏହି ବିଷୟରେ ଏକ ଅଧିସୂଚନା ଜାରି କରିଛନ୍ତି। ଏହି ନିୟମ ଅନ୍ତର୍ଗତ ଯଦି ଆପଣ ବର୍ଷକ ମଧ୍ୟରେ ନିଜର ପିଏଫ ଖାତାରେ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିବେଶ କରାଉଛନ୍ତି ତେବେ ଏହା ଉପରେ ମିଳୁଥିବା ସୁଧର ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହି ସ୍ଥଳରେ ସରକାରୀ କର୍ମଚାରୀଙ୍କ ସୀମା ୫ ଲକ୍ଷ ପର୍ଯ୍ୟନ୍ତ ରଖାଯାଇଛି। ପିଏଫ ଖାତାର ନିବେଶ ଉପରେ ଆୟକର ଆଇନର ଧାରା ୮୦ ସି ଆଧାରରେ ଟ୍ୟାକ୍ସ ସମ୍ବନ୍ଧୀୟ ଛାଡ ମିଳିଥାଏ।

ତେବେ ଏହି ନିୟମର ପ୍ରଭାବରେ ୧.୨୩ ଲକ୍ଷ ଧନୀକ ଶ୍ରେଣୀ ଉପରେ ଅଧିକ ପଡ଼ିବ। କୁହାଯାଉଛିଯେ ଏମାନଙ୍କର ବାର୍ଷିକ ଇନକମ ଏଥିରୁ ୫୦ ଲକ୍ଷ ଉପରୁ ହେଉଛି, ତେଣୁ ଏମାନଙ୍କ ଠାରୁ ବର୍ତ୍ତମାନ ଟ୍ୟାକ୍ସ ମଧ୍ୟ ନିଆଯିବ। ନୂଆ ନିୟମ ଅନୁସାରେ ଏମାନଙ୍କ ଇନକମ ଉପରେ ପ୍ରତିବନ୍ଧକ ଲାଗିବ।

ଏଥର ନୂଆ ଇ-ଇନର୍ଭଏସ୍‌ ସିଷ୍ଟମ ମଧ୍ୟ ଲାଗୁ କରାଯିବ। ଅପ୍ରେଲ ୧ ତାରିଖରୁ ପୁରୁଣା ଇ-ଇନର୍ଭଏସ୍‌ରେ ପରିବର୍ତ୍ତନ କରାଯିବ। ବିଜନେସ ଟୁ ବିଜନେସ ବା ବିଟୁବି ଅନ୍ତର୍ଗତ ଲେଣଦେଣ କରୁଥିବା କମ୍ପାନୀ ଯେଉଁମାନଙ୍କ ବାର୍ଷିକ ଟର୍ଣ୍ଣଓଭର ୨୦ କୋଟିରୁ ଅଧିକ ସେମାନଙ୍କ ଇ-ଇନର୍ଭଏସ ଜରୁରୀ ଅଟେ।

୨୦୨୦ ଅକ୍ଟୋବର ୧ ତାରିଖରେ ସରକାର ୫୦୦ କୋଟି ପର୍ଯ୍ୟନ୍ତ ଟର୍ଣ୍ଣଓଭର କମ୍ପାନୀଙ୍କ ପାଇଁ ଏହା ଜାରି କରିଥିଲା। ତା’ପର ବର୍ଷ ୧୦୦ କୋଟି କରିବା ସହ ଚଳିତ ବର୍ଷ ୫୦ କୋଟି ଟଙ୍କାର ଟର୍ଣ୍ଣ ଓଭର କରିବାର ନିଷ୍ପତ୍ତି ନେଇଛି।

ଏହାବ୍ୟତିତ ପୋଷ୍ଟ ଅଫସିରେ ମଧ୍ୟ ଏହି ନୂଆ ନିୟମକୁ ଲାଗୁ କରାଯିବ। ଏହାପରେ କଷ୍ଟମର ଟାଇମ ଡିପୋଜିଟ ଖାତା, ବରିଷ୍ଠ ନାଗରିକ ବଚତ ଖାତା ଏବଂ ମାସିକ ଆୟ ଯୋଜନା ଅନୁସାରେ ନିବେଶ ପାଇଁ ବ୍ୟାଙ୍କ ଖାତା ଖୋଲିବା ଜରୁରୀ ଅଟେ।

Leave A Reply

Your email address will not be published.