ମହିଳା DSP ଙ୍କୁ ମାରପିଟ, ସ୍ୱାମୀ ଜବରଦସ୍ତି ଘରେ ପଶି କାନ୍ଥରେ ପିଟିଲା ସ୍ତ୍ରୀର ମୁଣ୍ଡ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଇଞ୍ଜିନିୟର ସ୍ବାମୀ ନିଜ ଡିଏସପି ସ୍ତ୍ରୀ ସହିତ ମାରପିଟ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ନେହା ଭୋପାଳ ପୋଲିସର ଜଣେ ଡିଏସପି ଅଟନ୍ତି ଏବଂ ତାଙ୍କ ସ୍ଵାମୀ ଜଣେ ଇଞ୍ଜିନିୟର, କିନ୍ତୁ ସେ ନେହା ନିଜ ସ୍ଵାମୀ ଠାରୁ ଅଲଗା ରହୁଥିଲେ ।

ତେବେ ନେହା ଯେତେବେଳେ ବଙ୍ଗଳା କୁ ସ୍ୱାମୀକୁ ଆସିବାପାଇଁ ଅଟକାଇଲେ, ସେତେବେଳେ ଏହି କଥା ଉପରେ ଦୁହିଁଙ୍କର ଝଗଡା ଆରମ୍ଭ ହୋଇଗଲା । ଏହି ସମୟରେ ମହିଳା ଡିଏସପିଙ୍କୁ ତାଙ୍କ ସ୍ଵାମୀ ଠେଲି ଦେଲେ ଏବଂ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟିଦେଲେ । ଯେଉଁ କାରଣରୁ ଡିଏସପି ଙ୍କ ମୁଣ୍ଡରେ ଆଘାତ ଲାଗିଛି । ମହିଳା ଅଫିସର ନିଜ ସ୍ବାମୀ ବିରୋଧରେ ମାରପିଟ ଏବଂ ଧମକ ଦେଇଥିବା ମାମଲା ରୁଜ୍ଜୁ କରିଛନ୍ତି ।

ମାରପିଟ କରି ମୁଣ୍ଡକୁ କାନ୍ଥରେ ପିଟିଲେ :-

ପୋଲିସ କହିଛି ଯେ ଡିଏସପି ନେହା ପଚିଶୀୟାଙ୍କର ଯାଆଁଳା ଛୁଆ ଅଛନ୍ତି । ନେହା ପୋଲିସକୁ କହିଛନ୍ତି ଯେ ରବିବାର ଦିନ ସନ୍ଧ୍ୟାରେ ତାଙ୍କ ସ୍ବାମୀ କୁନାଲ ଯୋଶୀ ଘରକୁ ଆସିଲେ ଏବଂ ଜବରଦସ୍ତି ଘର ଭିତରକୁ ପଶିଗଲେ । ଘରକୁ ଆସିବାକୁ ନେଇ ତାଙ୍କର ସ୍ବାମୀ ସହିତ ଝଗଡା ହେଲା । ଏହା ମଧ୍ୟରେ ସ୍ବାମୀ ତାଙ୍କୁ ଠେଲି ଦେଲେ ଏବଂ ତାଙ୍କ ସ୍ଵାମୀ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଲେ । ପୋଲିସ ନେହାଙ୍କ ଅଭିଯୋଗ ଉପରେ ଏଫଆଇଆର ପଞ୍ଜିକରଣ କରିଛି ।

କୋର୍ଟରେ ଚାଲିଛି ଛାଡ଼ପତ୍ର ମାମଲା :-

ସୂଚନା ଅନୁଯାୟୀ ଡିଏସପି ପଚିଶୀୟାଙ୍କ ବିବାହ 2019ରେ କୁନାଲ ଯୋଶୀଙ୍କ ସହିତ ହୋଇଥିଲା । କୁନାଲ ଯୋଶୀ ବୃତ୍ତିରେ ଜଣେ ଇଞ୍ଜିନିୟର ଅଟନ୍ତି । ବର୍ତ୍ତମାନ କୋର୍ଟରେ ଛାଡପତ୍ରର ମାମଲା ଚାଲିଛି | ତାଙ୍କ ପିଲାମାନେ ନେହାଙ୍କ ପାଖରେ ହିଁ ରୁହନ୍ତି | କୁନାଲ ଯୋଶୀ ଛୋଲା ମନ୍ଦିର ଅଂଚଳରେ ହିଁ ରୁହନ୍ତି | ନେହା ନିଜ ସ୍ୱାମୀ ଉପରେ ଏହା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ନିଶାଦ୍ରବ୍ୟ ଖାଇଥାନ୍ତି | କିନ୍ତୁ ତାଙ୍କ ସ୍ୱାମୀ ପୋଲିସକୁ କହିଛନ୍ତି ଯେ ସେ ନିଜ ପିଲାମାନଙ୍କ ସହିତ ଦେଖା କରିବାପାଇଁ ସେଠାକୁ ଯାଇଥିଲେ |

ଆପଣଙ୍କୁ କହିରଖୁଛି ଯେ କରୋନା ସମୟରେ ନିଜର ଦାୟିତ୍ୱ ସଠିକ ଭାବେ ତୁଲାଇଥିବାରୁ ନେହାଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମ୍ମାନିତ କରିଥିଲେ | ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଆଇନ ବ୍ୟବସ୍ଥାକୁ ସାଧାରଣ ରଖିବାପାଇଁ ଏସପି ନେହାଙ୍କୁ ପ୍ରଶସ୍ତି ପତ୍ର ଦେଇଥିଲେ |

Leave A Reply

Your email address will not be published.