କୋଟି-କୋଟି ଟଙ୍କା ଚୋରି କଲା ପରେ, ମୁଣ୍ଡିଆ ମରିବାପାଇଁ ମନ୍ଦିରରେ ଯାଇ ପହଁଞ୍ଜିଲା ଚୋର,ମନ୍ଦିରକୁ ଦାନକଲେ ଏତେ ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ଦିଲ୍ଲୀ ପୋଲିସର ଉତ୍ତର ଜିଲ୍ଲାର ପୋଲିସ ଏକ ବଡ ଡକାୟତି ମାମଲାର ସମାଧାନ କରିବାକୁ ଦାବି କରିଛି। ଫେବୃଆରୀ 2 ରେ ଦିଲ୍ଲୀର କୁଚା ମହାଜନୀ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠୁ ବନ୍ଧୁକ ମୁନରେ 1 କୋଟି 15 ଲକ୍ଷ ନଗଦ ଟଙ୍କା ଆଉ କିଛି ଅଳଙ୍କାର ଲୁଟ ହୋଇଥିବାର ସୂଚନା ମିଳିଛି | ସୂଚନା ପାଇବା ମାତ୍ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଲା | ଏହି ମାମଲାକୁ ସମାଧାନ କରିବା ପାଇଁ ଅନେକ ଟିମ୍ ତିଆରି କରାଗଲା | ଆରମ୍ଭରେ ତ ପୋଲିସ ଖାଲି ହାତରେ ରହିଲା ଆଉ ତା’ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କଲା |

ଲୁଟ୍ ପରେ କିଛି ଏମିତି ହିଁ ମୁକ୍ତଭାବେ ବୁଲୁଥିଲେ ଚୋର :-

ଫୁଟେଜ ଆଧାରରେ ପୋଲିସ ଅପରାଧରେ ବ୍ୟବହାର ହୋଇଥିବା ସ୍କୁଟିକୁ ଉଦ୍ଧାର କରିଛି ଆଉ ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଦିଲ୍ଲୀର ମୌଜପୁର ପର୍ଯ୍ୟନ୍ତ ପହଞ୍ଚିଗଲା,କିନ୍ତୁ ଅଭିଯୁକ୍ତମାନେ ପୋଲିସର ହେପାଜତରୁ ଏବେ ମଧ୍ୟ ବାହାରେ ଅଛନ୍ତି | ଏହା ପରେ ପୋଲିସ ନିଜ ସୂଚନାକାରୀଙ୍କ ସାହାଯ୍ୟ ନେଲା | ସୂଚନାକାରୀଙ୍କ ସାହାଯ୍ୟରେ ଏହା ସୂଚନା ମିଳିଲା କି ତିନିରୁ ଚାରି ପୁଅପିଲା ଚୋର ଦୁଇରୁ ତିନି ଦିନରୁ ଲଗାତାର ମଦ ଦୋକାନରୁ ଦାମୀ ମଦ କିଣୁଛନ୍ତି ​​| ଏହି ସୂଚନା ଆଧାରରେ ପୋଲିସ ଯାଇ ସେହି ଘରେ ପହଞ୍ଚିଲା ଯେଉଁଠାରେ ଅଭିଯୁକ୍ତ ବାଳକମାନେ ରହୁଥିଲେ |

ସିସିଟିଭି ଫୁଟେଜରୁ ପୋଲିସ ଆରମ୍ଭ କଲା ଯାଞ୍ଜ :-

ତା’ପରେ ପୋଲିସ ସେହି ଘରେ ଚଢଉ କରି ଦେଖିଲା ଯେ ଜଣେ ଅଭିଯୁକ୍ତ ନାଲି ରଙ୍ଗର ସାର୍ଟ ପିନ୍ଧିଛି ଯାହା ସିସିଟିଭି ଫୁଟେଜ ସହିତ ମ୍ୟାଚ ହେଉଛି | ଏହି ଆଧାରରେ ପୋଲିସ ପ୍ରଥମେ ତିନି ପୁଅଙ୍କୁ ପଚରାଉଚରା କରିଥିଲା ​​ଆଉ ଏହାପରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିନେଇଥିଲା |
ପୋଲିସ ଯାଞ୍ଜକୁ ଆଗକୁ ବଢ଼େଇଲା | ଏକ କୋଟି 26 ଲକ୍ଷ ନଗଦ ଟଙ୍କା ଆଉ ଅଳଙ୍କାର ଜବତ ହୋଇଛି | ଅଭିଯୁକ୍ତ ଲୁଟ୍ କରି ଭଗବାନଙ୍କୁ ଖୁସି କରିବା ପାଇଁ ଖାଟୁ ଶ୍ୟାମ ଜୀଙ୍କୁ ଦେଖିବାକୁ ଯାଇଥିଲେ ଆଉ ଲୁଟ୍ ହୋଇଥିବା ଟଙ୍କାରୁ ଏକ ଲକ୍ଷ ଟଙ୍କା ମଧ୍ୟ ଚଢେଇଥିଲେ |

ଆଗରୁ ମଧ୍ୟ ଲୁଟ୍ କରିସାରିଛନ୍ତି ଏହି ଚୋରମାନେ :-

ଏହା ସହିତ ସେମାନେ ଦିଲ୍ଲୀରେ ଆଉ ଚାରିଟି ଡକାୟତି କରିସାରିଛନ୍ତି | ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ, ଚକରମାନଙ୍କୁ ଲୋଭ ଦେଖାଇ ସେମାନଙ୍କଠାରୁ ଟାର୍ଗେଟ ବିଷୟରେ ସୂଚନା ନେଇ ତାଙ୍କ ଦ୍ୱାରା ଲୁଟ୍ କୁ କାର୍ଯ୍ୟକାରି କରୁଥିଲା |

Leave A Reply

Your email address will not be published.