ଏଭଳି କ’ଣ ହେଲା ଯେ ବିବାହରେ ଆସିଥିବା ଅତିଥିଙ୍କୁ ଧୋଇବାକୁ ପଡିଲା କପ୍-ପ୍ଲେଟ୍,ଭିଡିଓ ସମସ୍ତଙ୍କୁ କଲା ଚକିତ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ବିବାହ ସିଜନରେ ବରକନ୍ୟା ସହ ଜଡ଼ିତ ବହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ବିବାହ ଜୀବନର ମହତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରେ ଏହା ଅନ୍ୟତମ|ବରକନ୍ୟା ଓ ତାଙ୍କ ପରିବାର ଏହି ସମାରୋହକୁ ଖାସ ବନାଇଥାନ୍ତି|ଆଜିର ସମୟରେ ବର ଖାସ ପ୍ରକାରର ଏଣ୍ଟ୍ରି କରିବାକୁ ଚାହେଁ ଫଳରେ ଏହା ସ୍ମରଣୀୟ ହୋଇ ରହିବ|କେତେବେଳେ କନ୍ୟାର ଏଣ୍ଟ୍ରି ଖାସ ହୋଇଥାଏ ତ କେତେବେଳେ ଵିବାହ ଷ୍ଟେଜରେ ଏଭଳି କିଛି କରେ ଯାହାକୁ ଦେଖି ସମସ୍ତେ ହସିଥାନ୍ତି|ବେଳେବେଳେ ବରକନ୍ୟା କହନ୍ତି ଯେ ବାସ୍ତବରେ ବିବାହ ସ୍ମରଣଯୋଗ୍ୟ ହେଲା|

ଇଣ୍ଟରନେଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସିହସି ଗଡିଯିବେ| ସୋସିଆଲ ମିଡିଆରେ ଭାଇରଖଲ ହେଉଥିବା ଏହି ଭିଡିଓରେ ଦେଖିପାରିବେ ଯେ ବିବାହରେ ଆସିଥିବା ଅତିଥିକୁ ନିଜ ପ୍ଲେଟ ଧୋଇବାକୁ ପଡ଼ିଲା|ଯଦିଓ ଜଣାପଡିନାହିଁ ଭିଡିଓ କେଉଁଠିକାର କାରଣ ଭିଡିଓ ବ୍ୟାକଗ୍ରାଉଣ୍ଡରେ ମଜାଳିଆ ଅଡିଓ ଜୋଡାଯାଇଛି|ଏହାକୁ ଦେଖିଲେ ହସିହସି ଗଡିଯିବେ|

ଭିଡିଓରେ ଆପଣ ଵିବାହର ମାହୋଲ ଦେଖିପାରିବେ|ବିବାହ ସ୍ଥଳରେ ବିଭିନ୍ନ ସାଜସଜ୍ଜା ରହିଛି|ଗୋଟିଏ କୋଣରେ ଟେଣ୍ଟ ଲଗାଯାଇଛି ଓ ଫାଉଣ୍ଟେନ ବନାଯାଇଛି|ଫାଉଣ୍ଟେନରେ ପାଣି ଭରି ହୋଇଥାଏ|ବିବାହ ସମୟରେ ଯେତେବେଳେ ବରକନ୍ୟା ଷ୍ଟେଜରେ‌ ନିଜର ନୂଆ ଜୀବନ ପ୍ରତି ଆଗକୁ ବଢୁଥାନ୍ତି ସେତେବେଳେ ଅନ୍ୟପକ୍ଷରେ ଏକ ମଜାଦାର ଘଟଣା ଦେଖିବାକୁ ମିଳେ|

୨୩ ସେକେଣ୍ଡର ଏହି ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଖାଇବା ପ୍ଲେଟ କମ ପଡିଯିବାରୁ କିଛି ଲୋକ ଅଇଁଠା ପ୍ଲେଟ ନେଇ ସଫା କରିବାକୁ ଫାଉଣ୍ଟେନରେ ଥିବା ପାଣିରେ ଧୋଇଲେ ଓ ଖାଦ୍ୟ ଖାଇଲେ|ସୋସିଆଲ ମିଡିଆରେ ଏହା ଜମେଇକି ଭାଇରାଲ ହେଉଛି|ଏହି ଭିଡିଓକୁ ୟଟ୍ୟୁବ ମିଡିଆ ମରାଠି ଚାନେଲ ଦ୍ଵାରା କପଲୋଡ କରାଯାଇଛି|ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଅଛି'”ବିବାହ ସାଜସଜ୍ଜା ପାଇଁ ରଖାଯାଇଥିଲା ପାଣି କୁଣ୍ଡ, ଦେଖନ୍ତୁ ଲୋକମାନେ ତାର ବ୍ୟବହାର କଲେ”|୪ ମାର୍ଚ୍ଚରେ ଅପଲୋଡ଼ ହୋଇଥିବା ଏହି ଭିଡିଓକୁ ସାଢେ ୪ ହଜାରରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି

Leave A Reply

Your email address will not be published.