ମରିବାର କିଛି ସମୟ ପୂର୍ବରୁ କ’ଣ ଚିନ୍ତା କରିଥାଏ ମଣିଷ ? ବୈଜ୍ଞାନିକ ମାନେ ଦେଲେ ଏହାର ଜବାବ…ଜାଣନ୍ତୁ …

0

Get real time updates directly on you device, subscribe now.

ମଣିଷ ମନରେ ଏଭଳି ଭାବନା ଆସେ ଯାହାର ଜଵାଵ ତା ପାଖରେ ନଥାଏ|ଯେତେବେଳେ ବୈଜ୍ଞାନିକମାନେ ଏଭଳି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଥାନ୍ତି କିଛି ଜରୁରୀ କଥା ନିଶ୍ଚୟ ପ୍ରଘଟ ହୋଇଥାଏ|କ’ଣ ଆପଣ କେବେ ଭାବିଛନ୍ତି କି ମୃତ୍ୟୁର କିଛି ସମୟ ପୂର୍ବରୁ ମଣିଷ ମନରେ କ’ଣ ଚାଲିଥାଏ ବା ସେ କେଉଁ ବିଷୟରେ ଭାବିଥାଏ ? ଚାଲନ୍ତୁ ଆଜି ସେ ସମ୍ପର୍କରେ ଜାଣିବା:

ବୈଜ୍ଞାନିକଙ୍କ ଅନୁସାରେ ମରିଵାକୁ ଥିବା ଦିମାଗ ଶେଷ ସମୟରେ ନିଜର ଜୀବନର କିଛି ମୁହୁର୍ତ୍ତକୁ ମନେ ପକାଏ|ଦ ସନ ରିପୋର୍ଟ ଅନୁସାରେ ୮୭ବର୍ଷର ଜଣେ ବ୍ୟକ୍ତି ରୋଗ ସହ ସଂଘର୍ଷ କରୁଥିଲେ|ଫଳରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ|ସେଠାରେ ତାଙ୍କର ଚିକିତ୍ସା ଇଇଜିରେ ହେଉଥିଲା|ଏହି ସମୟରେ ହୃଦରୋଗରେ ବ୍ୟକ୍ତି ର ମୃତ୍ୟୁ ହୋଇଥିଲା|ଯଦିଓ ଏହି ଡାଇଗ୍ନୋଷ୍ଟିକ ଟେଷ୍ଟ ଚାଲୁଥିବା ଯୋଗୁଁ ବ୍ୟକ୍ତି ଅଜାଣତରେ ଵ୍ରେନ ମ୍ୟାପିଙ୍ଗ ହୋଇଗଲା ଫଳରେ ତା ମୃତ୍ୟୁର ୧୫ ମିନିଟ ପୂର୍ବର ବିଚାର ରେକର୍ଡ ହୋଇଗଲା|

ବ୍ରେନ ମ୍ୟାପିଙ୍ଗରେ ହୋଇଥିବା ରେକର୍ଡ ଅନୁଯାୟୀ ମିଳିଛି ଯେ ଶେଷ ସମୟରେ ବ୍ୟକ୍ତି ନିଜ ଜୀବନ ସହ ଜଡ଼ିତ କିଛି ଭଲ ମୁହୂର୍ତ୍ତ ମନେପକାଇ ଥାଏ|ଏହି ରେକର୍ଡିଙ୍ଗ ଇଇଜିରେ ହୋଇଥିଲା|ବ୍ୟକ୍ତି ମୃତ୍ୟୁର ୩୦ ସେକେଣ୍ଡ ସମୟରେ ହୃତସ୍ପନ୍ଦନ ବହୁ ଜୋରରେ ବଢିଲା ଓ ଏକ ଅଲଗା ତରଙ୍ଗ ସୃଷ୍ଟି ହୋଇଥିଲା|ତରଙ୍ଗର ନାମ ଗାମା ଓସିଲେସନ ଅଟେ|ଲେ ଲୁଇସବିଲେ ଜେମର ବିଶ୍ୱବିଦ୍ୟାଳୟର ସ୍ନାୟୁ ବିଭାଗ ଡାକ୍ତର ଅଜମଲ ଜେମଲ ଦ୍ଵାରା ଗବେଷଣାରୁ ମିଳିଛି|ଗବେଷଣାରୁ ମିଳିଛି ଯେ ଶେଷ ସମୟରେ ଆମ ଦିମାଗ ସ୍ୱପ୍ନ ଦେଖିବା ସ୍ଥିତିରେ ପହଞ୍ଚିଥାଏ|ଶରୀରରେ ଜାନ ନଥାଏ କିନ୍ତୁ ଶେଷ ସମୟ ପର୍ଯ୍ୟନ୍ତ ଦିମାକ କାମ କରିଥାଏ|

ଏହି ମାମଲାରେ ନ୍ୟୁରୋ ଓ ପେନ କେୟାର କ୍ଲିନିକ ଗୁଡଗାଓର ନ୍ୟୁରୋଲୋଜିଷ୍ଟ ଡାକ୍ତର ଭୂପେଶ କୁମାର କହିଛନ୍ତି ଯେ ରୋଗୀର ମୃତ୍ୟୁ ସମୟରେ ଗାମା ତରଙ୍ଗ ସବୁଠାରୁ ଅଧିକ ଆକ୍ଟିଭ ହୋଇଥାଏ|ଏହାସହ ବିଟା ତରଙ୍ଗ ମଧ୍ୟ ଆକ୍ଟିଭ ଥିଲା ଫଳରେ ରୋଗୀକୁ ଚିନ୍ତା ଲାଗୁଥିଲା|ଏହାପରେ ଆଲ୍ଫା,ଥିଟା ମଧ୍ୟ ଆକ୍ଟିଭ ହୋଇଥିଲା|ଯେତେବେଳେ ଡେଲ୍ଟା ତରଙ୍ଗ ଆକ୍ଟିଭ ହୋଇଥିଲା ସେ ଗଭୀର ନିଦରେ ଚାଲିଗଲା|ଯେହେତୁ ଗାମା ତରଙ୍ଗ ଅଧିକ ଆକ୍ଟିଭ ଥିଲା ସେଥିପାଇଁ ସେ ପୁରୁଣା ସ୍ମୃତି ମନେ ପକାଉଥିଲେ|

Leave A Reply

Your email address will not be published.