ଭିଡିଓ : ଗୋଟିଏ ବଡ ଭାଲୁ ଆଗକୁ ଆସିଲା ବାଘ,ଦେଖନ୍ତୁ କିଏ ଜିତିଲା

0

Get real time updates directly on you device, subscribe now.

ଭାଲୁମାନଙ୍କୁ ତ ଶାନ୍ତ ସ୍ୱଭାବର ବୋଲି କୁହାଯାଏ । କିନ୍ତୁ ଯଦି ଏହି ପଶୁକୁ ଅଧିକ ହଇରାଣ କରାଯାଏ, ତେବେ ଏହା ବହୁତ୍ ଭୟଙ୍କର ରୁପ ମଧ୍ୟ ଧାରଣ କରିପାରେ । କିନ୍ତୁ ଯଦି ତା ସାମ୍ନାରେ ବାଘ ଠିଆ ହୁଏ, ତେବେ ପ୍ରଶ୍ନ ଉଠେ ଯେ ଦୁହେଁ ଯଦି ଲଢେଇ କରିବେ ତେବେ କିଏ ଜିତିବ ? ସୋସିଆଲ ମିଡିଆରେ ଆଜିକାଲି ଏମିତି ଗୋଟିଏ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଆପଣ ଦେଖିପାରିବେ ଯେ ଭାଲୁ ରାସ୍ତାରେ ଗୋଟିଏ ବାଘ ଆସି ଶିକାର କରିବା ମୁଡ଼ରେ ବସିଯାଏ । ଏହାପରେ ଯାହା ବି କିଛି ହୁଏ, ତାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ ।

ଭାଇରାଲ ହେଉଥିବା ଭିଡିଓ କ୍ଳିପରେ ଆପଣ ଦେଖିପାରିବେ ଯେ ଭାଲୁ ମସ୍ତିରେ କୁଆଡେ ଯାଉଥାଏ, ଠିକ୍ ସେତିକିବେଳେ ଅଚାନକ ତା ଆଗକୁ ଗୋଟିଏ ବାଘ ଆସିଯାଏ । ହୁଏତ ଭାଲୁ ଶାନ୍ତ ପ୍ରକୃତିର ଅଟେ, କିନ୍ତୁ ସେ ହିଂସ୍ର ହେବା ସହିତ ବହୁତ୍ କ୍ରୁର ମଧ୍ୟ ହୋଇପାରେ ।

ବର୍ତ୍ତମାନ ଯେତେବେଳେ ଦୁଇଟି ଶକ୍ତିଶାଳୀ ପଶୁ ସାମ୍ନାସାମ୍ନି ହୋଇଯିବେ, ସେତେବେଳେ ଉଭୟଙ୍କୁ ହିଁ ପରସ୍ପରକୁ ଦେଖି ସତର୍କ ହୋଇଯିବା ଉଚିତ୍ । ଏଠାରେ ମଧ୍ୟ ଠିକ୍ ସେହିପରି ହୁଏ । ଭାଲୁକୁ ଦେଖି ବାଘ କିଛି ବି କରେନାହିଁ । କିନ୍ତୁ ଭାଲୁ ଯେହେତୁ ବାଘଠାରୁ କମ୍ ଶକ୍ତିଶାଳୀ, ତେଣୁ ସେ ନିଜ ତରଫରୁ ତାକୁ ଡରାଇବା ପାଇଁ ଚେଷ୍ଟା କରେ ଏବଂ ସେଇଠି ଠିଆ ହୋଇରୁହେ ।

ଏଠାରେ ଦେଖନ୍ତୁ ଭାଲୁ ଏବଂ ବାଘର ଭିଡିଓ :-

ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏହି ଦୁହିଁଙ୍କ ମଧ୍ୟରୁ ପ୍ରକୃତରେ କିଏ ଜିତିଥାଏ, କିଏ ପ୍ରଥମେ ପଛକୁ ହଟି ଯାଇଥିବ । ତେବେ ଏହା ଜଣାପଡି ନାହିଁ ଯେ ବାଘ ଭାଲୁ କୁ ନିଜର ଶିକାର କଲା ନା ତାକୁ ଛାଡିଦେଲା । କିନ୍ତୁ ଭିଡିଓ ଦେଖି ଲାଗୁଛି ଯେ ଭାଲୁ ରାସ୍ତା ବଦଳାଇ ଦିଏ ।

ଏହି ଭିଡିଓ କୁ ବର୍ତ୍ତମାନ ସୁଦ୍ଧା 1800ରୁ ଅଧିକ ଲୋକ ଲାଇକ କରିଛନ୍ତି ଏବଂ 200ରୁ ଅଧିକ ଲୋକ ରିଟୁଇଟ କରିଛନ୍ତି । ସେହିପରି ଭିଡିଓ କୁ 31 ହଜାରରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ଏହାବ୍ୟତୀତ ଅନେକ ଲୋକ ଏଥିରେ କମେଣ୍ଟ ମାଧ୍ୟମରେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply

Your email address will not be published.