ପାକିସ୍ତାନୀ ଝିଅର ଭିଡିଓ ସେୟାର କରି କହିଲେ କଙ୍ଗନା – ଏହି କାରଣରୁ ମୁଁ ମୋଦୀଙ୍କ ପାଇଁ ଲଢେ

0

Get real time updates directly on you device, subscribe now.

ହିନ୍ଦୀ ସିନେମାର ଲୋକପ୍ରିୟ କଳାକାର କଙ୍ଗନା ରନୌତ ଆଜିକାଲି ନିଜ ବୟାନ କାରଣରୁ ମଧ୍ୟ ହେଡଲାଇନରେ ରହୁଛନ୍ତି । ତାଙ୍କର ସବୁ ବୟାନ ଚର୍ଚ୍ଚାରେ ରହିଥାଏ । କଙ୍ଗନା ଯେକୌଣସି ପ୍ରସଙ୍ଗରେ ମଧ୍ୟ ଖୋଲାଖୋଲି ଭାବେ ନିଜର ପ୍ରତିକ୍ରିୟା ରଖନ୍ତି । ଦେଶରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସହିତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ବାତାବରଣ ରହିଛି । ଏହା ଉପରେ ମଧ୍ୟ କଙ୍ଗନା ଖୁବ୍ ପ୍ରତିକ୍ରିୟା ଦେଉଛନ୍ତି ।

କୁହାଯାଉଛି ଯେ କଙ୍ଗନା ରନୌତ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥକ ଅଟନ୍ତି । ସେ ଅନେକ ଥର ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରୁଥିବାର ଦେଖା ଯାଇଛନ୍ତି ଏବଂ ସେ ପୁଣିଥରେ ଏପରି କିଛି କରିଛନ୍ତି ।

ପୁଣିଥରେ କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ ପାକିସ୍ତାନୀ ଝିଅ ଅସ୍ମା ସଫିକଙ୍କ ଗୋଟିଏ ଭିଡିଓ ଅପଲୋଡ଼ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଏହି ଭିଡିଓ ବହୁତ୍ ଜୋରରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଯେ ପାକିସ୍ତାନୀ ଝିଅ ଅସ୍ମା ସଫିକଙ୍କୁ ଯୁଦ୍ଧ ଗ୍ରସ୍ତ ୟୁକ୍ରେନରୁ ବଞ୍ଚାଇ ଅଣାଯାଇଥିଲା ।

View this post on Instagram

A post shared by Anil Dubey (@anildubeybjp)

କଙ୍ଗନା ଯେଉଁ ପାକିସ୍ତାନୀ ଝିଅର ଭିଡିଓ ସେୟାର କରିଛନ୍ତି, ସେଥିରେ ସେହି ଝିଅ ପ୍ରଧାନମନ୍ତ୍ରୀଙ୍କୁ ତାର ଜୀବନ ବଞ୍ଚାଇ ଥିବାରୁ ଧନ୍ୟବାଦ୍ ଜଣାଉଥିବାର ଦେଖାଯାଉଛନ୍ତି । ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଭିଡିଓ ସେୟାର କରି କଙ୍ଗନା ଲେଖିଛନ୍ତି ଯେ, “ଏହି କାରଣ ପାଇଁ ମୁଁ ମୋଦୀଙ୍କ ପାଇଁ ଲଢ଼ିଥାଏ ।” ଏହାସହିତ ବଲିଉଡ୍ ଅଭିନେତ୍ରୀ ତ୍ରିରଙ୍ଗାର ଈମୋଜି ମଧ୍ୟ ଦେଇଛନ୍ତି ।

ପାକିସ୍ତାନୀ ଝିଅ କହିଲେ ଏହି କଥା :-

ୟୁକ୍ରେନରେ ଫସି ରହିଥିବା ଛାତ୍ରଙ୍କ ସହିତ ମୋଦି ସରକାର ପାକିସ୍ତାନର ଅସ୍ମା ସଫିକଙ୍କୁ ମଧ୍ୟ ବଞ୍ଚାଇଛନ୍ତି । ଏହା ଉପରେ ଅସ୍ମା ସଫିକ କହିଛନ୍ତି ଯେ ” ମୁଁ କିବର ଭାରତୀୟ ଦୂତାବାସ ଙ୍କୁ ସେମାନଙ୍କ ସପୋର୍ଟ ପାଇଁ ଧନ୍ୟବାଦ୍ କହିବାକୁ ଚାହୁଁଛି ଯେ ସେମାନେ ଆମକୁ ସବୁ ପ୍ରକାରର ସମର୍ଥନ କଲେ । ଆମେ ବହୁତ୍ କଷ୍ଟରେ ଫସି ଯାଇଥିଲୁ । ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇବାକୁ ଚାହେଁ ଯେ ସେ ଆମକୁ ସମର୍ଥନ କଲେ । ଆଶା ରହିଛି ଯେ ଆମେ ଭାରତୀୟଙ୍କ କାରଣରୁ ଘରେ ସୁରକ୍ଷିତ ଭାବେ ପହଞ୍ଚି ଯିବୁ । “

Leave A Reply

Your email address will not be published.