ଶାଳୀ ଭେଣେଇଙ୍କ ସମ୍ପର୍କକୁ ସ୍ତ୍ରୀ ଭାବୁଥିଲା ମଜାକ,କିନ୍ତୁ ତାପରେ ଘଟିଲା ଏମିତି କିଛି, ଆଉ ସ୍ତ୍ରୀ ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସମସ୍ତେ ଜାଣିଛନ୍ତି ଯେ ଶାଳୀ ଭେଣେଇଙ୍କ ମଧ୍ୟରେ ଥଟ୍ଟା ମଜାର ସମ୍ପର୍କ ରହିଥାଏ । କିନ୍ତୁ ଯେତେବେଳେ କଥା ଆଗକୁ ବଢିଯାଏ, ସେତେବେଳେ ଘର ଭାଙ୍ଗିଯାଏ । ଏପରି ଗୋଟିଏ ମାମଲା ବିହାରର ଗୋପାଲଗଞ୍ଜରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ଶାଳୀ ଚକ୍କରରେ ଉତ୍ତରପ୍ରଦେଶର ଭେଣେଇ ସୀମା ପାର କରିଦେଲା । ଯେତେବେଳେ ସ୍ତ୍ରୀ ଏ ବିଷୟରେ ଜାଣିଲା, ସେତେବେଳେ ସ୍ତ୍ରୀ ମୁଣ୍ଡରେ ହାତ ଦେଇ ବସିଲା । ସେ ନିଜର ଭୁଲ ବୁଝି ପାରିଲା ଯେ ସେ ନିଜ ଭଉଣୀକୁ ତା ସ୍ବାମୀ ସହିତ ସୀମା ଠାରୁ ଆଗକୁ ବଢ଼ିବାକୁ ଦେଲା ।

2019ରେ ହୋଇଥିଲା ବିବାହ :-

ବାସ୍ତବରେ କୁଶିନଗର ର ତରେୟା ସୁଜାନ ଥାନା ଅଞ୍ଚଳର ପରସୋନି ଭରପଟିଆ ଗାଁର ବାସିନ୍ଦା ପିଣ୍ଟୁ ରାଜଭରଙ୍କ ବିବାହ ବିହାରର ଗୋପାଳଗଞ୍ଜର କଲ୍ୟାଣପୂର୍ ଗାଁ ବାସିନ୍ଦା ଜଣେ ଯୁବତୀଙ୍କ ସହିତ 2019ରେ ବିବାହ କରିଥିଲେ । ବିବାହ ପରେ ପିଣ୍ଟୁ ଶ୍ଵଶୁର ଘରକୁ ଯିବାଆସିବା କରୁଥିଲେ । ଏହା ମଧ୍ୟରେ ତାଙ୍କ ଶାଳୀ ଏବଂ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ପିଣ୍ଟୁଙ୍କ ସ୍ତ୍ରୀ ଏହାକୁ ଶାଳୀ ଭେଣେଇଙ୍କ ସମ୍ପର୍କ ଭାବି ଅଣଦେଖା କଲେ ।

ଶାଳୀ ସହିତ କଲେ ବିବାହ :-

କିନ୍ତୁ ପିଣ୍ଟୁ ଏବଂ ତାଙ୍କ ଶାଳୀ ଅଲଗା ଖେଳ ଖେଳୁଥିଲେ । ପିଣ୍ଟୁ ନିଜ ଶାଳୀ ସହିତ ପ୍ରେମ ସମ୍ପର୍କ ରଖିଲେ । ପରେ ସେ ନିଜ ଶାଳୀ ସହିତ ବିବାହ ମଧ୍ୟ କରିଦେଲେ । ତାପରେ ପିଣ୍ଟୁ ପରିଣାମ ବିଷୟରେ ନ ଭାବି ପ୍ରଥମ ସ୍ତ୍ରୀକୁ ଘରୁ ବାହାର କରିଦେଲେ । ଗୋଟିଏ ପିଲାର ଘରହୀନ ମା ନ୍ୟାୟ ଏବଂ ଅଧିକାର ପାଇଁ କୋର୍ଟରେ ପହଞ୍ଚିଲା ।

ପିଣ୍ଟୁଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି ଯେ ତାଙ୍କ ଭଉଣୀ ସହ ବିବାହ କରିବାପରେ ପିଣ୍ଟୁ ତାଙ୍କ ସହିତ ମାରପିଟ ମଧ୍ୟ କଲେ । ପୀଡ଼ିତା କହିଛନ୍ତି ଯେ ସେ ସେହି ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ପିଣ୍ଟୁ ବହୁତ୍ ପିଟି ଚାଲିଲେ ଏବଂ ଦିନେ ତାଙ୍କୁ ଘରୁ ବାହାର ମଧ୍ୟ କରିଦେଲେ । ସବୁ ଆଡୁ ନିରାଶ ହୋଇ ପୀଡ଼ିତା କୋର୍ଟରେ ନ୍ୟାୟ ପାଇବାକୁ ନିବେଦନ କରିଛନ୍ତି ।

ପାଞ୍ଚଜଣ ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ :-

ଏହାପରେ କୋର୍ଟର ଆଦେଶରେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ପିଣ୍ଟୁ ସହିତ 5ଜଣ ଙ୍କ ବିରୋଧରେ କେସ କରିଛି । ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

Leave A Reply

Your email address will not be published.