ବଡ ଖବର : ଯଦି ପାନ କାର୍ଡ ସହ ଆଧାର ଲିଙ୍କ ନଥିବା,ତା ହେଲେ ଭରିବେ ୧୦ ହଜାର ଟଙ୍କା ଫାଇନ୍‌ !

0

Get real time updates directly on you device, subscribe now.

ପାନ କାର୍ଡକୁ ନେଇ ଆସିଲା ଏକ ବଡ଼ ଖବର। ଯଦି ଆପଣଙ୍କର ପାନ କାର୍ଡ ଆଧାର କାର୍ଡ ସହିତ ଯୋଡ଼ି ହୋଇନାହିଁ ତେବେ ଏହା ବହୁତ ଶୀଘ୍ର ନିଷ୍କ୍ରିୟ ହୋଇଯିବ। ଅର୍ଥାତ ୩୧ ମାର୍ଚ୍ଚ ୨୦୨୨ ହେଉଛି ଲିଙ୍କ କରିବାର ଶେଷ ତାରିଖ। ଯଦି ଆପଣ ଏହି ସମୟ ପୂର୍ବରୁ ଆଧାର କାର୍ଡ ସହିତ ନିଜର ପାନ କାର୍ଡକୁ ଲିଙ୍କ କରିନାହାଁନ୍ତି ତେବେ ୧ ଅପ୍ରେଲ ୨୦୨୨ ମସିହାରୁ ଏହା ନିଷ୍କ୍ରିୟ ବା ଅଚଳ ହୋଇଯିବ। ଅର୍ଥାତ ଆପଣ ଏହାର ଆଦୌ ଉପଯୋଗ କରିପାରବେ ନାହିଁ।

ଆଧାର ସହ ପାନ କାର୍ଡକୁ ସଂଯୋଗ ନ କରିବା ଆପଣଙ୍କ ପାଇଁ ବହୁତ ପଡିପାରେ ମହଙ୍ଗା। ଯଦି ଆପଣ ଚଳିତ ମାସ ଶେଷ ଅର୍ଥାତ ୩୧ ମାର୍ଚ୍ଚ ମଧ୍ୟରେ ନିଜର ପାନ କାର୍ଡକୁ ଆଧାର ସହ ଲିଙ୍କ କରାଉନାହାନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ୧୦,୦୦୦ ଟଙ୍କାର ଜରିମାନା ରାଶି ଲଗାଇବେ। ଆୟକର ବିଭାଗ ପୂର୍ବରୁ ଘୋଷଣା କରିଥିଲେଯେ ପାନ-ଆଧାର ଲିଙ୍କ ହୋଇନଥିବା ପାନ କାର୍ଡକୁ ‘ନିଷ୍କ୍ରିୟ’ ଘୋଷଣା କରାଯିବ। କିନ୍ତୁ ବର୍ତ୍ତମାନ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛିକି, ଯେଉଁମାନେ ଆଧାର-ପାନ ସହ ଲିଙ୍କ ନ କରିବେ ସେମାନଙ୍କ ଉପରେ ଆୟକର ନିୟମ ଆଧାରରେ ଜରିମାନାକୁ ଲାଗୁ କରାଯିବ।

ଆଧାର-ପାନ୍ ଲିଙ୍କ୍ କରିବାର ସମୟ ସୀମାକୁ ଏହା ପୂର୍ବରୁ ଅନେକ ଥର ବୃଦ୍ଧି କରାଯାଇଛି। ଆୟକର ଅଧିନିୟମ ଧାରା ୧୩୯ଏଏ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କ ନିକଟରେ ୧ ଜୁଲାଇ ୨୦୧୭ ମସିହାରୁ ପାନ କାର୍ଡ ରହିଛି ସେମାନଙ୍କୁ ଆଧାର ସହ ଲିଙ୍କ କରିବା ପାଇଁ ପଡ଼ିବ। ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଆଧାର ସଂଖ୍ୟାକୁ ଆପଣଙ୍କୁ କହିବା ପାଇଁପଡ଼ିବ।

ଯଦି ଆପଣଙ୍କର ପାନ କାର୍ଡ ସମ୍ପୂର୍ଣ ରୂପରେ ଅଚଳ ହୋଇଯାଇଛି ଏହାପରେ ମଧ୍ୟ ଆପଣ ଯଦି ପାନ କାର୍ଡକୁ ଜମା ନ କରନ୍ତି ତେବେ ଆୟକର ବିଭାଗ ଏହାକୁ ନେଇ ଅଭିଯୋଗ କରିପାରେ। ଏସବୁ ପାଇଁ ସେ ଆପଣଙ୍କୁ କେବଳ ଉତ୍ତରଦାୟୀ କରିବ। ଏହି ସମୟରେ ଯଦି ଆପଣଙ୍କର କାର୍ଡ ଅଚଳ ହୋଇଯାଇଛି ତେବେ ତୁରନ୍ତ ଯାଇ ଏହା ବିଷୟରେ ଯୋଗାଯୋଗ କରନ୍ତୁ।

ତେବେ ଏଥିପାଇଁ କିଛି ଜରିମାନା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଅର୍ଥାତ ଆୟକର ଅଧିନିୟମ ୨୭୨ ଅନୁସାରେ ଯଦି ଆପଣଙ୍କର ପାନ କାର୍ଡ ଆଧାର ସହ ଲିଙ୍କ ହୋଇନାହିଁ ତେବେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ନିୟମ ଅବମାନନା କରୁଥିବା ପ୍ରତ୍ୟେକ ଅମାନିଆ ମାନଙ୍କ ପାଇଁ ଏହି ନିଷ୍ପତ୍ତିକୁ ନିଆଯାଇଛି।

ଟାକ୍ସମାନ ଡିଜିଏମ୍‌ ନବୀନ ଓ୍ଵାଧବାଙ୍କ କହିବା ଅନୁସାରେ, ପ୍ରତ୍ୟେକ ଡିଫ୍ଲଟ ଉପରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ ହେବ। ବଜେଟ ୨୦୨୧ ମସିହାରେ କେନ୍ଦ୍ର ସରାକର ଆୟକର ଅଧିନିୟମରେ ଏକ ନୁଆ ଧାରା ୨୩୪ଏଚ୍‌ ଯୋଡ଼ିଛନ୍ତି। ଏହି ସମୟରେ ଏହି ଜରିମାନାକୁ ନିର୍ଦ୍ଧାରିତ କରାଯାଇଥିଲା। ତେବେ ସେହି ସମୟରେ ଜରିମାନା ୧୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ଏହାର ସୀମାକୁ ବଢ଼ାଇ ଦିଆଯାଇଛି।

ପାନ ଏବଂ ଆଧାରକୁ ଲିଙ୍କ କରିବା ପାଇଁ ଆପଣ ଆୟକର ବିଭାଗର ଅଫିସିଆଲ ଇ-ଫାଇଲିଙ୍ଗ ପୋର୍ଟାଲକୁ ଯାଇ ଆବେଦନ କରିପାରିବେ। ଏହି ପୋର୍ଟାଲରେ ଆପଣଙ୍କୁ ବାମ ପଟେ ପାନ-ଆଧାର ଲିଙ୍କ କରିବାର ଏକ ବିକଳ୍ପ https://www1.incometaxindiaefiling.gov.in/e-FilingGS/Services/LinkAadhaarHome.html) ମିଳିଯିବ। ଏହା ଉପରେ କ୍ଲିକ କରିବାକୁ ହେଲେ ଆପଣଙ୍କୁ ଆପଣଙ୍କର ପାନ ନମ୍ବର, ଆଧାର ନମ୍ବର ଏବଂ ନିଜର ନାମ ଭର୍ତ୍ତି କରିବାକୁ ହେବ। ଏହାପରେ ଆୟକର ବିଭାଗ ଆପଣଙ୍କର ଦ୍ୱାରା ଦିଆଯାଇଥିବା ବିବରଣୀକୁ ଭ୍ୟାଲିଡେଟ କରିବ। ଯାହାପରେ ଲିଙ୍କ ପ୍ରକ୍ରୀୟା ସମ୍ପୂର୍ଣ ହୋଇଯିବ।

ତେବେ ଯେତେ ଶୀଘ୍ର ଆପଣ ଏହାକୁ ଲିଙ୍କ କରାଇବେ ସେତେ ଶୀଘ୍ର ଆପଣ ରିଫଣ୍ଡ ମଧ୍ୟ ପାଇପାରିବେ। ଏହାକୁ ଲିଙ୍କ କରିବା ପରେ ଯାଇ ଆପଣଙ୍କର ପାନ କାର୍ଡ ପୁଣି ଥରେ କାମ କରିବ। ତେବେ ଏହା ସମ୍ପର୍କରେ ଆପଣ ପାନକାର୍ଡର ଅଫିସିଆଲ ୱେବସାଇଟରେ ଅଧିକ ତଥ୍ୟ ବିଷୟରେ ଜାଣିପାରିବେ।

Leave A Reply

Your email address will not be published.