ଯଦି SBI e-Mudra ଲୋନ ଚାଁହୁଛନ୍ତି,ତା ହେଲେ ଏମିତି ଭାବରେ କରନ୍ତୁ ଅନଲାଇନରେ ଆପ୍ଲାଏ, ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ

0

Get real time updates directly on you device, subscribe now.

ଏସବିଆଇ ଇ-ମୁଦ୍ରା ଲୋନ ୨୦୨୨ ବାହାର କରିଛି। ଏହି ଲୋନ ଅନ୍ତର୍ଗତ ଗ୍ରାହକମାନଙ୍କୁ ମୁଦ୍ରା ଲୋନ ଦିଆଯିବ। ଏସବିଆଇର ଇ-ମୁଦ୍ରା ଲୋନ ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନା ଦ୍ବାରା ଅନ୍ତର୍ଗତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖାତା ଧାରକମାନଙ୍କ ପାଇଁ ଆରମ୍ଭ କରିଛି। ଏହି କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ପାଇଁ ଇଚ୍ଛୁକ ଗ୍ରାହକମାନେ ଏହି ଯୋଜନାର ଲାଭ ଉଠାଇପାରିବେ।

ଷ୍ଟେଟବ୍ୟାଙ୍କର ଏହି ଯୋଜନା ଅନ୍ତର୍ଗତ ଗ୍ରାହକମାନଙ୍କୁ ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ। ଏହାସହ ଆପଣଙ୍କୁ ଋଣକୁ ୯ ପ୍ରତିଶତ ସୁଧରେ ୬୦ ମାସ ମଧ୍ୟରେ ସୁଝିବାକୁ ସମୟ ମଧ୍ୟ ଦିଆଯିବ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଇ-ମୁଦ୍ରା ଲୋନର ସୁବିଧାକୁ ସେହି ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ଯେଉଁମାନଙ୍କ ପାଖରେ ବ୍ୟବସାୟ କରିବା ପାଇଁ ଟଙ୍କା ନାହିଁ। ଏହି ଯୋଜନା କେବଳ ବଡ଼ ଲୋକ ନୁହେଁ ବରଂ ଛାତ୍ରଛାତ୍ରୀ ସହ ମହିଳାମାନଙ୍କୁ ମଧ୍ୟ ସାହାଯ୍ୟ କରିବ। ଏହି ଲୋନ ପ୍ରକୃତରେ ସରକାରଙ୍କ ତରଫରୁ ଦିଆଯିବ। ତେଣୁ ଏହାକୁ କେବଳ ଆପଣ ସରାକରୀ ବ୍ୟାଙ୍କରେ ହିଁ ପାଇପାରିବେ। ଏଥିରେ ଏସବିଆଇ ହେଉଛି ଏକ ପ୍ରମୁଖ ବ୍ୟାଙ୍କ। SBI Mudra Loan Schemeର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ହେବ। ଏଥିପାଇଁ ପିଡ଼ିଏଫ ଲିଙ୍କ ମଧ୍ୟ ବ୍ୟାଙ୍କ ଦେଇଛି।

ପ୍ରକୃତରେ ଏସିବଆଇର ଇ ମୁଦ୍ରା ଲୋନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଏକ ଅଂଶ ଅଟେ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହା ଅପ୍ରେଲ ୮ ତାରିଖରେ ଲଞ୍ଚ କରିଥିଲେ। ଏହି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ତଥା ଲଘୁ ବ୍ୟବସାୟମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିବ। ଏଥିରେ କୃଷି , ବ୍ୟାପାର ଓ ସେବା କ୍ଷେତ୍ରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏମାନେ ବ୍ୟକ୍ତିଗତ ଭାବରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସେବାର ଲାଭ ଉଠାଇପାରିବେ।

ଏସବିଆଇ ଇ –ମୁଦ୍ରା ଲୋନ ପାଇଁ ଆପଣଙ୍କୁ ଏହି ସବୁ ସର୍ତ୍ତଗୁଡିକୁ ମାନିବା ପାଇଁ ପଡ଼ିବ:-

– ପ୍ରାଥମିକ ଭାବରେ ବ୍ୟବସାୟ ଆରମ୍ଭ କରିବା ପାଇଁ ମୁଦ୍ରା ସ୍କୋରିଂ କାର୍ଡରେ ନ୍ୟୁନତମ ୫୦ ପ୍ରତିଶତ ଅଙ୍କ ପ୍ରାପ୍ତ କରିବାକୁ ହେବ।

– ବ୍ୟକ୍ତି ଜଣକ ଭାରତର ନିବାସୀ ହୋଇଥିବା ଆବଶ୍ୟକ। ଏହାସହ ବୟସ ସୀମା ୧୮ ରୁ ୬୫ ବର୍ଷ ମଧ୍ୟରେ ହେବା ଜରୁରୀ।

– ଏସବିଆଇର ଏହି ଯୋଜନା ପାଇଁ ବ୍ୟକ୍ତିଙ୍କୁ ଇ-ମୁଦ୍ରା ଡିଜିଟାଲ ପ୍ଲାଟଫର୍ମରେ ମାଧ୍ୟମରେ ଆବେଦନ କରିବାକୁ ହେବ।

– ବ୍ୟାଙ୍କ ସହିତ ଆପଣଙ୍କ ଆଧାର ଲିଙ୍କ ହୋଇଥିବା ଆବଶ୍ୟକ। ଏହାସହ ମୋବାଇଲ ନମ୍ବର ମଧ୍ୟ ଲିଙ୍କ କରିବା ଆବଶ୍ୟକ।

ଅନଲାଇନରେ ଆବେଦନ କରିବାର ଉପାୟ:-s

– ପ୍ରଥମେ ଆପଣ ଏସବିଆଇର ଅଧିକାରିକ ୱେବସାଇଟ sbi.co.inକୁ ଯାଆନ୍ତୁ।

– ଏଥିରେ ଆପଣ ବର୍ତ୍ତମାନ other services ଅପସନକୁ ଯାଆନ୍ତୁ। ହୋମ ପେଜରୁ e-Mudra କୁ ଚୟନ କରନ୍ତୁ।

– ପରେ click here ଅପସନରେ କ୍ଲିକ କରନ୍ତୁ। ଏଥିରେ ଆପଣଙ୍କୁ ଏକ ନୂଆ ସ୍କ୍ରିନ ଦେଖାଯିବ।

– ଏଥିରେ ଦିଆଯାଇଥିବା ଫର୍ମକୁ ଆପଣ ପୂରଣ କରନ୍ତୁ।

– ଏହାପରେ ଆପଣଙ୍କ ନିକଟକୁ ଏକ ଓଟିପି ନମ୍ବର ଆସିବ। ଏହାକୁ ଏଣ୍ଟର କରାଇ ସବମିଟ କରନ୍ତୁ।

– ପୁଣିଥରେ ଏକ ନୁଆ ପେଜ ଆପଣଙ୍କ ସାମ୍ନାକୁ ଆସିବ।

– ଏହାପରେ ଆପଣ ନିଜର ଆକାଉଣ୍ଟ ନମ୍ବର ଦେଇ ଲୋନ ରାଶିକୁ ଏଣ୍ଟର କରାନ୍ତୁ

– ଏହାପରେ proceed ଉପରେ କ୍ଳିକ କରନ୍ତୁ

-ଏହାପରେ ନିଜର ପର୍ସନାଲ ଡିଟେଲ୍ସକୁ ଭରନ୍ତୁ। ପୁଣିଥରେ ପ୍ରୋସିଡ ଅପସନକୁ କ୍ଲିକ କରନ୍ତୁ।

-ପରେ ନିଜ ବ୍ୟବସାୟ ସମ୍ପର୍କରେ ସମସ୍ତ ସୂଚନା ଦିଅନ୍ତୁ।

ଶେଷରେ ଆପଣଙ୍କର ଫର୍ମ ଆସିଯିବ। ଯଦି ଆପଣଙ୍କୁ ସବୁ ଟର୍ମ ଆଣ୍ଡ ସର୍ଭିସ ଠିକ ଲାଗେ ତେବେ ହିଁ ଆପଣ ଏହାକୁ ସ୍ୱୀକାର କରନ୍ତୁ। ଶେଷରେ proceed to this sign କୁ କ୍ଳିକ କରନ୍ତୁ। ଏହାପରେ ଆପଣଙ୍କ ନିକଟକୁ ଏକ ଓଟିପି ନମ୍ବର ଯିବ। ପରେ ଇ-ସାଇନ କରନ୍ତୁ। ପରେ କନର୍ଫର୍ମେସନ କରି ପ୍ରୋସିଡ ଉପରେ କ୍ଳିକ କରନ୍ତୁ। ଶେଷର ଅବେଦନକୁ ଆକ୍ସେପ୍ଟ କରିବା ପରେ ଏହାର ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖନ୍ତୁ।

Leave A Reply

Your email address will not be published.