ଗୋଟିଏ କୂଅ ବଦଳାଇ ଦେଲା ପରିବାରର ଜୀବନ, ଋଣରୁ ମିଳିଲା ମୁକ୍ତି, ପରିବାର ପାଇଁ ବରଦାନ ପାଲଟିଲା କୂଅ,ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

ଛତିଶଗଡର ବିଜାପୁର ଜିଲ୍ଲାର ଧନୋରା ଗାଁରେ ଗୋଟିଏ କୂଅ ହିଁ ମହିମା କୁଡିୟମ୍ ଏବଂ ତାଙ୍କ ପରିବାରର ଜୀବନ ବଦଳାଇ ଦେଇଛି । ଏହି କୂଅ ପାଇଁ ବର୍ତ୍ତମାନ ତାଙ୍କ ପରିବାର ଋଣ ମୁକ୍ତ ହୋଇପାରିବେ ।

ପୂର୍ବରୁ ମହିମା କୁଡ଼ିୟମ ଏବଂ ତାଙ୍କ ସ୍ଵାମୀ ଜେମସ କୁଡିୟମ ଖରିଫ ଋତୁରେ ନିଜର ଚାରି ଏକର ଜମିରେ ଧାନ ଉତ୍ପାଦନ କରି ବହୁତ୍ କଷ୍ଟରେ ନିଜ ଜୀବନ ବିତାଉଥିଲେ । ଜେମସ କୁଡିୟମ କହିଛନ୍ତି ଯେ ତାଙ୍କ ଜମିରେ ପାଣି ମଡେଇବା ପାଇଁ ସୁବିଧା ନ ଥିବାରୁ ସେମାନେ ବର୍ଷା ଉପରେ ନିର୍ଭର କରୁଥିଲେ ଏବଂ ବର୍ଷରୁ 15-20 କ୍ଵିଣ୍ଟାଲ ଧାନ ଉତ୍ପାଦନ କରୁଥିଲେ ।

ଟ୍ରାକ୍ଟର ଋଣ ଶୁଝି ପାରୁନଥିଲା ପରିବାର :-

ସୂଚନା ଅନୁଯାୟୀ, ଜେମସ କୁଡିୟମ 2017 ମସିହାରେ ବ୍ୟାଙ୍କରୁ ଋଣ ଆଣି ଟ୍ରାକ୍ଟର କିଣିଥିଲେ । ଯେଉଁଥିପାଇଁ ତାଙ୍କୁ ପ୍ରତି 6 ମାସରେ 73 ହଜାର ଟଙ୍କା ଦେବାକୁ ପଡ଼ିଥିଲା । ଆୟ ସୀମିତ ଏବଂ ଆଖପାଖ ଅଞ୍ଚଳରେ ଟ୍ରାକ୍ଟର କୁ ଅଧିକ କାମ ମିଳୁନଥିବା କାରଣରୁ ସେ ସବୁ କିସ୍ତି ଠିକ୍ ସମୟରେ ଦେଇପାରୁ ନଥିଲେ । ତେଣୁ କିସ୍ତି ବଢି ଚାଲିଥିଲା ଏବଂ ପରିବାର ଉପରେ ବହୁତ୍ କଠିନ ପରିସ୍ଥିତି ଲାଗି ରହିଲା ।

କୂଅ ଖୋଳିବା ପାଇଁ ମିଳିଲା ପରାମର୍ଶ :-

ଏହି ଅସୁବିଧା ମଧ୍ୟରେ ଦିନେ ମହିମା କୁଡିୟମଙ୍କୁ ଧାନର ଶୁଖିଲା ଫସଲକୁ ଦେଖି ଗ୍ରାମ ରୋଜଗାର ସହାୟକ ମନରେଗା ଯୋଜନାରେ ଅଧୀନରେ ଜମିରେ କୂଅ ନିର୍ମାଣ କରିବାକୁ ପରାମର୍ଶ ଦେଲେ । ପରାମର୍ଶ ପାଇବା ପରେ ସେ ନିଜ ଜମିରେ କୂଅ ଖୋଳିବା ପାଇଁ ଗ୍ରାମ ପଞ୍ଚାୟତରେ ଆବେଦନ କଲେ ।

ପଞ୍ଚାୟତରେ ମନରେଗା ଅଧୀନରେ ତାଙ୍କ ଜମିରେ କୂଅ ନିର୍ମାଣ କାମକୁ ସ୍ବୀକାର କରାଗଲା ଏବଂ ଫେବୃଆରୀ 11 ତାରିଖ 2019 ମସିହାରେ ଏହାର ଖୋଳିବା କାମ ମଧ୍ୟ ଆରମ୍ଭ ହୋଇଗଲା । ସାତ ଫୁଟ ଗଭୀରରେ ହିଁ ପାଣି ଦେଖାଯିବା ଆରମ୍ଭ ହେଲା । ଚାରି ମାସର କାମ ପରେ ଜୁନ 11 ତାରିଖ 2019ରେ କୂଅ ପ୍ରସ୍ତୁତ ହେଇଗଲା । କୂଅରେ ପାଣି ପୁରିଲା ।

ଏହିପରି ବଦଳିଗଲା ଚିତ୍ର :-

ମହିମା କୁଡ଼ିୟମ କହିଛନ୍ତି ଯେ ତାଙ୍କ କୂଅରେ ଯଥେଷ୍ଟ ପାଣି ଅଛି । ସେମାନେ କୁଅର ପାଣିକୁ ନିଜର ଚାରି ଏକର ଜମିରେ ଧାନ ଚାଷ ପାଇଁ ବ୍ୟବହାର କରନ୍ତି । ଏହାଦ୍ବାରା ଧାନର ଉତ୍ପାଦନ ବର୍ତ୍ତମାନ ପ୍ରାୟ 50 କ୍ଵିଣ୍ଟାଲ ହୋଇଯାଇଛି । ଏଥିରୁ ସେ କିଛି ନିଜ ପାଇଁ ରଖି ଆଉ ସବୁ ବିକ୍ରି କରିଥାନ୍ତି ।

ନୂଆଁ ବିଜନେସ ମଧ୍ୟ ଆରମ୍ଭ କଲେ :-

ସେ କୂଅ ସହିତ ଲାଗିଥିବା ନିଜର ଏକ ଏକର ଖାଲି ଜମିରେ କୂଅ ପାଣି ବ୍ୟବହାର କରି ଇଟା ତିଆରି କାମ ମଧ୍ୟ ଆରମ୍ଭ କଲେ । ଗତ ତିନି ବର୍ଷ ହେଲାଣି ସେ ଲାଲ ଇଟା ର ବିଜନେସ କରୁଛନ୍ତି । ସ୍ଥାନୀୟ ସ୍ତରରେ ତାଙ୍କ ପରିବାର ଦ୍ଵାରା ତିଆରି କରାଯାଉଥିବା ଇଟା ର ବହୁତ୍ ଡିମାଣ୍ଡ ରହିଛି । ଇଟା ବିକ୍ରିରୁ ତାଙ୍କୁ 2019ରେ 50 ହଜାର, 2020ରେ ଏକ ଲକ୍ଷ ଟଙ୍କା ଏବଂ 2021ରେ ଦେଢ଼ ଲକ୍ଷ ଟଙ୍କା ରୋଜଗାର ମିଳିଛି । ବର୍ତ୍ତମାନ ଋଣ ମଧ୍ୟ ବହୁତ୍ ଶୀଘ୍ର ଶୁଝି ପାରୁଛନ୍ତି ଏବଂ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ବର୍ତ୍ତମାନ ଭଲ ରହିଛି ।

Leave A Reply

Your email address will not be published.