ମହଙ୍ଗା ନୁହେଁ ବରଂ ଶସ୍ତା ହେବାକୁ ଯାଉଛି ପେଟ୍ରୋଲ ଓ ଡିଜେଲ,ଜାଣନ୍ତୁ ପୁରା ରିପୋର୍ଟ

0

Get real time updates directly on you device, subscribe now.

ଋଷିଆର ୟୁକ୍ରେନ ଆକ୍ରମଣ ସମଗ୍ର ବିଶ୍ୱ ବଜାରକୁ ବର୍ତ୍ତମାନ ବହୁତ ପ୍ରଭାବିତ କରିଛି। ଋଷିଆ ଉପରେ ପାଶ୍ଚାତ୍ୟ କଟକଣା ଯୋଗୁଁ ଅଶୋଧିତ ତୈଳ ବଜାର ଉପରେ ଅନୁଭୂତ ହେଉଥିବା ସମୟରେ ବ୍ୟାରେଲ ପିଛା ଦର ବର୍ତ୍ତମାନ ୩୦୦ ଡଲାରକୁ ପହଞ୍ଚିବ ବୋଲି ଆକଳନ କରାଯାଉଅଛି। ଏଥିରେ ଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ନେଇ ଭଲ ଖବର ମଧ୍ୟ ସାମ୍ନାକୁ ଆସୁଛି। ଏକ ପ୍ରମୁଖ ସରକାରୀ ତୈଳ କମ୍ପାନୀମାନଙ୍କ ଦ୍ଵାରା ଅଧିକାରୀ ଭାରତରେ ପେଟ୍ରୋଲ ଓ ଡଜେଲ ବର୍ତ୍ତମାନ ମହଙ୍ଗା ନୁହେଁ ବରଂ ଶସ୍ତା ହେବାକୁ ଯାଉଥିବା କଥା କହିଛନ୍ତି।

ଅଧିକାରୀଙ୍କ ଅନୁସାରେ ଯଦି ଏହା ହୁଏ ତେବେ ଦେଶରେ ବହୁତ ଶୀଘ୍ର ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ମଧ୍ୟ ହ୍ରାସ ହେବ। ତେବେ ପେଟ୍ରୋଲ ଡିଜେଲ ଦେଶରେ ମହଙ୍ଗା ଅଥବା ଶସ୍ତା ହେବ, ତାହା ଆଗାମୀ ଦିନରେ ଜଣାପଡିଯିବ। ଏଥିରେ ପେଟ୍ରୋଲିୟମ କମ୍ପାନୀ ଅଧିକାରୀମାନଙ୍କ ବୟାନ ଆମେରିକାର ସେହି ଘୋଷଣା ପରେ ଆସିଛି, ଯେଉଁଥିରେ ଋଷିଆର ଅଶୋଧିତ ତୈଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ଏହି କଟକଣା ପରେ ଋଷିଆର ଅଶୋଧିତ ତୈଳର ମୂଲ୍ୟ ୨୦୦୮ ମସିହା ପରେ ଏହାର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି।

ତେବେ ଆମେରିକାର ଏହି ନିଷ୍ପତ୍ତି ଗ୍ଲୋବାଲ ଏନର୍ଜି ମାର୍କେଟରେ ବର୍ତ୍ତମାନ ଭୟାନକ ଅବସ୍ଥା ସୃଷ୍ଟି କରିବ ବୋଲି ଋଷିୟ ଉପପ୍ରଧାନମନ୍ତ୍ରୀ ଆଲେକ୍ସାନ୍ଦ୍ର ନାଭାକ ସତର୍କ କରିଛନ୍ତି। ବର୍ତ୍ତମାନ ଏଥିରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲପିଛା ଦରରେ ବର୍ତ୍ତମାନ ୩୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି। ତେବେ ଆସନ୍ତ ଜାଣିବା ଶୀର୍ଷ ସରକାରୀ ଅଧିକାରୀ କଣ କହିଛନ୍ତି?

ବିଶ୍ୱବଜାରରେ ତୈଳ ଦର ଉତ୍ଥାନ ପତନ ହେଉଥିବା ସମୟରେ ଭାରତରେ ଗତ ଦୀପାବଳି ପରଠାରୁ ପେଟ୍ରୋଲିୟମ ପଦାର୍ଥର ମୂଲ୍ୟରେ ସେପରି କୌଣସି ବୃଦ୍ଧି କି ହ୍ରାସ ଦେଖାଯାଇନାହିଁ। ତେବେ ଅନେକ ଲୋକେ ଏହାକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ରାଜନୀତି ବୋଲି ବର୍ତ୍ତମାନ ଭାବୁଛନ୍ତି। ଏପରିକି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ମଧ୍ୟ ୭ ମାର୍ଚ୍ଚ ପରେ ଗାଡିର ଟାଙ୍କି ଭରାଇ ନିଅନ୍ତୁ, କାରଣ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହେବାକୁ ଯାଉଛି ବୋଲି ଟ୍ୱିଟ୍ କରିଥିଲେ। ମାର୍ଚ୍ଚ ୧୦ ତାରିଖ ଅର୍ଥାତ ଗୁରୁବାର ଦିନ ଭୋଟ ଗଣନା ପରେ ହୁଏତ ପେଟ୍ରୋଲିୟମ କମ୍ପାନୀମାନେ ଦେଶରେ ଇନ୍ଧନ ଦରକୁ ବୃଦ୍ଧି କରିପାରନ୍ତି ବୋଲି ମଧ୍ୟ ଅନେକ ଅନୁମାନ କରୁଛନ୍ତି।

ଏଥିରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦରରେ ୧୨ ରୁ ୧୫ ଟଙ୍କା ବୃଦ୍ଧି ହେବ ବୋଲି ଆକଳନ କରାଯାଉଥିବା ସମୟରେ ଅଧିକାରୀଙ୍କ ବୟାନରୁ ଏପରି କିଛି ହେବା ପରି ବର୍ତ୍ତମାନ ମନେ ହେଉନାହିଁ। ଦେଶର ସର୍ବବୃହତ୍ତ ରିଫାଇନାରୀ ଚଳାଉଥିବା କମ୍ପାନୀ ବିପିସିଏଲଙ୍କ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଅଋଣ କୁମାର ସିଂହଙ୍କ କହିବା କଥା ହେଲାକି ଆଗାମୀ ୨ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ପୁଣି ଥରେ ୧୦୦ ଡଲାରରୁ ତଳକୁ ଖସିବ। ଏଣୁ ତୈଳ ଦରକୁ ନେଇ ବର୍ତ୍ତମାନ ସାଧାରଣ ଜନତା ଏତେ ମାତ୍ରାରେ ଆଶଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ସେ ଏକ ସାକ୍ଷାତକାରରେ ସେ କହିଛନ୍ତିଯେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ସମାପ୍ତ ହେବା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୯୦ ଡଲାର ବା ଏହାର ଆଖପାଖରେ ରହିପାରେ। ଏଣୁ ବର୍ତ୍ତମାନ ଠାରୁ ଡରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଦୁନିଆ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଶୋଧିତ ତୈଳର ଉଚ୍ଚାଦର ସହନ କରିପାରିବନି। ଏପରି ହେଲେ ବିଶ୍ୱ ଅର୍ଥବ୍ୟବସ୍ଥା ଭୂଷୁଡିପଡିବା ସାଙ୍ଗକୁ ଅଶୋଧିତ ତୈଳର ଚାହିଦା ମଧ୍ୟ ଧୀରେ ଧୀରେ ହ୍ରାସ ହେବ।

ଏଥିରେ ଯଦି ଅଶୋଧିତ ତୈଳର ଦର ଉଚ୍ଚ ରୁହେ ତେବେ ଚାହିଦା ୨ ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବା ସୁନିଶ୍ଚିତ। ଏପରି ହେଲେ ଦୈନିକ ୨ ରୁ ୩ ମିଲିୟନ ବ୍ୟାରେଲ ତୈଳ ବଳକା ହେବ। ଏଣୁ ଏହାର ସିଧାଶଳଖ ପ୍ରଭାବ ଅଶୋଧିତ ତୈଳ ବଜାର ଉପରେ ମଧ୍ୟ ପଡିବ। ବିପିସିଏଲ ଚେୟାରମ୍ୟାନଙ୍କ ଅନୁଯାୟୀ ଆସନ୍ତା ଏପ୍ରିଲ ମାସରେ ଋଷିଆରୁ ଅଶୋଧିତ ତୈଳ ବୋଝେଇ ନେଇ ଦୁଇଟି କାର୍ଗୋ ଭାରତକୁ ଆସିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସ୍ପଟ ମାର୍କେଟରୁ ଅଶୋଧିତ ତୈଳ କିଣୁଥିଲା। ଏଥିରେ ଋଷିୟ ତୈଳ ହିଁ କିଣାଯାଇଥାଏ।

ସ୍ପଟ ମାର୍କେଟରୁ ଭାରତୀୟ କମ୍ପାନୀ ୩୦ ରୁ ୪୦ ପ୍ରତିଶତ ତୈଳ କ୍ରୟ କରୁଥିବା ସମୟରେ ବାକି ଲଙ୍ଗଟର୍ମ ଡିଲରୁ ଅଣାଯାଏ। ଏହା ଛଡା ତୈଳ କମ୍ପାନୀମାନେ ୧ ମାସ ନିମନ୍ତେ ଇନଭେଣ୍ଟ୍ରି ମଧ୍ୟ ନିଜ ପାଖରେ ରଖିଥାନ୍ତି। ଆଗାମୀ ଏପ୍ରିଲ ମାସ ପାଇଁ ତୈଳ ମହଜୁଦ ଥିବା ସମୟରେ ଋଷିଆରୁ ଆସୁଥିବା କାର୍ଗୋ ମେ ମାସ ପାଇଁ ତୈଳ କମ୍ପାନୀମାନଙ୍କ ଇନଭେଣ୍ଟ୍ରି ଭରିଦେବ। ଏଣୁ ବର୍ତ୍ତମାନ ଠାରୁ ତୈଳର ଦରକୁ ନେଇ ଏତେ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ସିଂହ ନିଜର ମନ୍ତବ୍ୟରେ କହିଛନ୍ତି।

Leave A Reply

Your email address will not be published.