୧୮ ଲକ୍ଷ ଏବଂ ପ୍ଲଟ ନେବାପରେ ବିବାହର ଠିକ୍ ପୂର୍ବରୁ 11 ଲକ୍ଷ ଟଙ୍କା ଡିମାଣ୍ଡ, ଆସିଲା ନାହିଁ ବରଯାତ୍ରୀ, ଧାରଣାରେ ବସିଲା କନ୍ୟା

0

Get real time updates directly on you device, subscribe now.

ରାଜସ୍ଥାନର ଭରତପୁରର ମଥୁରା ଗେଟ ଥାନା ଅଞ୍ଚଳରେ ରହୁଥିବା ଯୁବତୀ ଯୌତୁକ ପାଇଁ ବିବାହ ଭାଙ୍ଗି ଥିବା ପୁଅ ଘର ବାହାରେ ଧାରଣା ଦେଇ ବସିଛନ୍ତି । ଯୁବତୀ ଆସିବାପରେ ପୁଅ ଘରଲୋକେ ଭିତରୁ ଗେଟ ବନ୍ଦ କରିଦେଲେ । ସେ ଅନେକଥର ଡାକିବା ପରେ ମଧ୍ୟ କେହି ବି ବାଟ ଖୋଲିଲେ ନାହିଁ । ସେପଟେ ଝିଅକୁ ଧାରଣା ଦେଉଥିବାର ଦେଖି ଆଖପାଖ ଲୋକେ ତା ସହିତ ବିବାଦ କରିବାକୁ ଲାଗିଲେ । ଯୁବତୀ କହିଛନ୍ତି ଯେ ପର୍ଯ୍ୟନ୍ତ ବଞ୍ଚିଥିବି ଏଇଠି ଧାରଣାରେ ବସି ରହିବି ।

ବରଯାତ୍ରୀ ଆଣିବାପାଇଁ ମାଗିଲେ 11 ଲକ୍ଷ ଟଙ୍କା :-

ବାସ୍ତବରେ ହାଉସିଂ ବୋର୍ଡ ଅଞ୍ଚଳରେ ରହୁଥିବା ଖୁସବୁ ଙ୍କ ବିବାହ ପ୍ରିନ୍ସ ନଗରର କୌଶଳଙ୍କ ସହିତ ସ୍ଥିର ହେଲା । ଝିଅର ବାପା ବାହାଘର ପୂର୍ବରୁ କୌଶଳଙ୍କ ଘର ଲୋକଙ୍କୁ 18 ଲକ୍ଷ ଟଙ୍କା, ସୁନା ଏବଂ ରୂପା ର ଗହଣା, ଆବଶ୍ୟକୀୟ ଜିନିଷ ଏବଂ ଗୋଟିଏ ପ୍ଲଟ ଦେଇଥିଲେ । କିନ୍ତୁ ମାର୍ଚ୍ଚ ଚାରି ତାରିଖରେ ପୁଅର ବାପା ବରଯାତ୍ରୀ ଆଣିବାପାଇଁ କନ୍ୟାପକ୍ଷ ଲୋକଙ୍କୁ 11 ଲକ୍ଷ ଟଙ୍କା ଦେବାପାଇଁ ଦାବି କଲେ । କନ୍ୟା ବେଶରେ ବସିଥିବା ଝିଅର ବାପା ମହେଶ ଏତେ ବଡ ରକମ ଦେବାକୁ ମନା କରିଦେଲେ ।

ଏହାଦ୍ବାରା ଅସନ୍ତୁଷ୍ଟ ବରପକ୍ଷର ଲୋକେ ବରଯାତ୍ରୀ ଧରି ଆଉ ଆସିଲେ ନାହିଁ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବରଯାତ୍ରୀ କୁ ଅପେକ୍ଷା କରିବା ପରେ ଝିଅର ବାପା ମଥୁରା ଗେଟ ଥାନାରେ ପହଞ୍ଚିଲେ ଏବଂ ବରପକ୍ଷ ବିରୋଧରେ କେସ କଲେ । ପୋଲିସ ମାମଲାର ଯାଞ୍ଚ କରୁଛି ।

ପୁଅ ଘର ଲୋକେ ରୋଗର ବାହାନା କଲେ :-

ସୂଚନା ଅନୁଯାୟୀ ଝିଅର ବାପା ଯେତେବେଳେ ପୁଅର ବାପାଙ୍କୁ ବରଯାତ୍ରୀ ନ ଆସିବାର କାରଣ ପଚାରିଲେ, ସେତେବେଳେ ସେ କହିଲେ ଯେ ପୁଅ ହସପିଟାଲରେ ଭର୍ତ୍ତି ଅଛି । ଏହାପରେ ସୋମବାର ଦିନ ଝିଅ ପୁଅ ଘରେ ପହଞ୍ଚି ଗଲା । ଘର ବାହାରେ ଧାରଣା ଦେଉଥିବା ଯୁବତୀ କହିଛନ୍ତି ଯେ ଯଦି ବର ରୋଗରେ ପଡିଛନ୍ତି ତେବେ ସେ ତା ସହିତ ଦେଖା କରିବାକୁ ଚାହୁଁଛନ୍ତି, ଦେଖା ନ କରି ସେ ଏଠାରୁ ଜିବେନାହିଁ ।

ଏହିପରି ଯୁବତୀ ଯୁବକଙ୍କ ଘର ବାହାରେ ଧାରଣା ରେ ବସିବା ଦ୍ଵାରା ଆଖପାଖର ମହିଳାମାନେ ଏବଂ ଲୋକ ତାଙ୍କ ସହିତ ବିବାଦ କରିବାକୁ ଲାଗିଲେ । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଲା ଏବଂ ବୁଝାଇବାକୁ ଚେଷ୍ଟା କଲା । କିନ୍ତୁ ସେ ମାନିଲା ନାହିଁ । ଯୁବତୀ ଏବଂ ଯୁବକଙ୍କ ପଡୋଶୀ ମାନଙ୍କ ମଧ୍ୟରେ ହେଉଥିବା ବିବାଦ ବହୁତ୍ ସମୟ ପରେ ଶେଷ ହୋଇଗଲା । କିନ୍ତୁ ଯୁବତୀ ଯୁବକଙ୍କ ସହିତ ଦେଖା କରିବା ଜିଦ୍ ରେ ଅଟଳ ରହିଲେ ।

ଯୁବତୀଙ୍କୁ ସୁରକ୍ଷା ଦେବାପାଇଁ ପୋଲିସ ନିୟୋଜିତ :-

ପୋଲିସ କହିଛି ଯେ ଝିଅ ସହିତ ଖରାପ ହୋଇଛି, ସେ ଯେପର୍ଯ୍ୟନ୍ତ ଚାହିଁବ ଧାରଣା ଦେଇପାରିବ ଏବଂ ପୋଲିସ ତାକୁ ସୁରକ୍ଷା ଦେବ । ପୋଲିସ କହିଛି ଯେ ଯୌତୁକ ଦେବା ଏବଂ ନେବା ଉଭୟ ଅପରାଧ ଅଟେ ।

ପୋଲିସ ଅଧିକାରୀ କହିଛନ୍ତି ଯେ ବରପକ୍ଷ ଲୋକଙ୍କୁ ଶୀଘ୍ର ଗିରଫ କରାଯିବ । ପୋଲିସ ପୀଡ଼ିତ ଯୁବତୀଙ୍କ ସୁରକ୍ଷା ପାଇଁ ମହିଳା ପୋଲିସକୁ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.