ଜନ୍ମ ହେଉ ହେଉ ପୁଷ୍ପାର ‘ଝୁକେଗା ନେହିଁ’ ଆକ୍ସନ କଲା ନବଜାତ ଶିଶୁ, ଆପଣ ମଧ୍ୟ ଆକ୍ଟିଙ୍ଗ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

Get real time updates directly on you device, subscribe now.

ଆଲ୍ଲୁ ଅର୍ଜୁନଙ୍କର ଫିଲ୍ମ ପୁଷ୍ପାଦ ରାଇଜର କ୍ରେଜ ସାରା ଦୁନିଆରେ ରହିଛି, ଏହା ତ ସମସ୍ତେ ଜାଣିଛନ୍ତି। ଛୋଟ ପିଲାଙ୍କଠାରୁ ନେଇ ବଡ ପିଲା ପର୍ଯ୍ୟନ୍ତ ଶ୍ରୀବଲ୍ଲୀ, ସାମି-ସାମି ଗୀତରେ ଝୁମୁଥିବାର ଦେଖିବା ପାଇଁ ମିଳୁଛି। ପୁଷ୍ପା ରାଜର ଆଇକନିକ ଆକ୍ସନ ମଧ୍ୟ ଲୋକମାନେ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏହି ଲାଟେଷ୍ଟ ଭିଡିଓକୁ ଦେଖି ଆପଣଙ୍କୁ ଲାଗିବ ବାଃ ମାନିବାକୁ ପଡିବ। ଟ୍ଵିଟରରେ ଏକ କ୍ଲିପ ବର୍ତ୍ତମାନ ଭାଇରାଲ ହେଉଅଛି। ଏଥିରେ ଏକ ନ୍ୟୁବର୍ନ ବେବି ଜନ୍ମ ହେଉ ହେଉ ନିଜେ ହାତରେ ପୁଷ୍ପା ଫିଲ୍ମର ପ୍ରତିକ୍ରିୟା କରୁଛି। ଆଇଏଏସ ଅଫିସର ଅବନିଶ ଶରନ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତିକି, ୟେ ତୋ ପକ୍କା ନେହିଁ ଝୁକେଗା। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକେ ଦେଖିସାରିଲେଣି।

ଲୋକମାନେ ପିଲାଟିର ଏହି ଝୁକେଗା ନେହିଁ ଷ୍ଟାଇଲକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ଆଲ୍ଲୁ ଅର୍ଜୁନଙ୍କର ଫିଲ୍ମ ପୁଷ୍ପା ଡିସେମ୍ବର ୨୦୨୧ ମସିହାରେ ରିଲିଜ ହୋଇଥିଲା ଏବଂ ଏଥିପାଇଁ ଲୋକଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରେଜିନେସ ଭରିକି ରହିଛି। ଫିଲ୍କର ଡାଇଲଗ ଠାରୁ ଆରମ୍ଭ କରି ଗୀତ ପର୍ଯ୍ୟନ୍ତ ଅନେକ ଭିଡିଓ ଏବଂ ରିଲ୍ସ ମଧ୍ୟ ଭାଇରାଲ ହୋଇସାରିଲାଣି। ବିରାଟ କୋହଲୀଙ୍କ ଠାରୁ ଆରମ୍ଭ କରି ରବୀନ୍ଦ୍ର ଜାଡେଜା ପର୍ଯ୍ୟନ୍ତ ଅନେକ କ୍ରିକେଟର୍ସ ମଧ୍ୟ ପୁଷ୍ପା ପାଇଁ ନିଜର କ୍ରେଜକୁ ବିଭିନ୍ନ ଉପାୟରେ ଦେଖାଉଛନ୍ତି।

ତେବେ ବର୍ତ୍ତମାନ ଏହାରି ମଧ୍ୟରେ ଏକ ନବଜାତ ଶିଶୁର ଭିଡିଓ ବହୁତ ଭାଇରାଲ ହେଉଛି। ନବଜାତ ଶିଶୁଟିର ଷ୍ଟାଇଲକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏକଦମ ପୁଷ୍ପାର ‘ଝୁକେଗା ନେହିଁ’ ଷ୍ଟେପ କରୁଛି ଶିଶୁ ପିଲାଟି। ଭିଡିକୁ ଟ୍ଵିଟରରେ ଆଇଏଏସ ଅଫିସର ଅବନିଶ୍‌ ସରନ୍‌ ସେୟାର କରିଛନ୍ତି।

ଏହି ଭିଡିଓରେ ଅନେକ ମଜାଦାର କମେଣ୍ଟସ ମଧ୍ୟ ଆସୁଛି। ଏକ ୟୁଜର ଲେଖିଛନ୍ତିକି କଳିଯୁଗ କଣ ଶେଷ ହୋଇଗଲା? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତିକି ପୁଷ୍ପା ଭାଇର ପିଲାଦିନର ଫଟୋ ମିଳିଗଲା। ଆଉ ଜଣେ ୟୁଜର ଅତି ମଜାଳିଆ ଢ଼ଙ୍ଗରେ କମେଣ୍ଟ କରିଛନ୍ତିକି, ମେ ସୁସୁ ନେହିଁ କରେଗା ସାଲା। ଆପଣ ମଧ୍ୟ ଏହି ମଜାଦାର ଭିଡିଓ ଦେଖନ୍ତୁ।

Leave A Reply

Your email address will not be published.