ବ୍ୟକ୍ତି ଜଣକ କହିଲେ – ଭାରତରୁ ଆସିଛି, ଆଲିଙ୍ଗନ କର ନହେଲେ ଚାପୁଡ଼ା ମାର, ଦେଖନ୍ତୁ ତାପରେ ପାକିସ୍ତାନୀ ଲୋକ କଣ୍ କଲେ

0

Get real time updates directly on you device, subscribe now.

ପାକିସ୍ତାନର ଲୋକମାନେ ଭାରତର ନାଗରିକଙ୍କ ବିଷୟରେ କଣ ଭାବନ୍ତି, ଏହାକୁ ନେଇ ଜଣେ ବ୍ୟକ୍ତି ଏକ୍ସପେରିମେଣ୍ଟ୍ କରିଛନ୍ତି । ଏହି ବ୍ୟକ୍ତି ପାକିସ୍ତାନ ଜମିକୁ ଜଣେ ଭାରତୀୟ ହୋଇ ଯାଆନ୍ତି । ହାତରେ ଗୋଟିଏ ବଡ ପୋଷ୍ଟର ନିଅନ୍ତି । ଏହି ପୋଷ୍ଟର ରେ ଲେଖିଛନ୍ତି – I Am form india, hug me or slap me ଅର୍ଥାତ୍ ‘ ଇଣ୍ଡିଆରୁ ଆସିଛି, ଆଲିଙ୍ଗନ କର ନହେଲେ ଚାପୁଡ଼ା ମାର ।’

ଏହି ପ୍ରୟୋଗକୁ କରିଥିବା ବ୍ୟକ୍ତିର ନାମ ରାହିଲ ଭଟ୍ଟି ଅଟେ । ସେ ଜଣେ ପାକିସ୍ତାନୀ, କିନ୍ତୁ ଭାରତୀୟ ହୋଇ ଲୋକଙ୍କ ରିଆକ୍ସନ୍ ଜାଣିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଜଣେ ଇଣ୍ଡିଆନ ରୂପରେ ପାକିସ୍ତାନୀ ଲୋକଙ୍କୁ କୁହନ୍ତି ଯେ ଭାଇ ମୁଁ ଭାରତରୁ ଆସିଛି । ବର୍ତ୍ତମାନ ତୁମେ ଚାହିଁଲେ ମତେ ଆଲିଙ୍ଗନ କର ନହେଲେ ଚାପୁଡ଼ା ମାର । ସେହି ବ୍ୟକ୍ତିଙ୍କୁ ଦେଖି ଅନେକ ଲୋକ ଅଟକି ଯାଆନ୍ତି । ତାପରେ ସେୟା ହୁଏ, ଯାହା କେହି ବି ଆଶା କରିନଥିଲେ ।

ପାକିସ୍ତାନୀ ନାଗରିକ ମାନେ କଲେ ଆଲିଙ୍ଗନ :-

ଲୋକମାନେ ବ୍ୟକ୍ତିଙ୍କ ପାଖକୁ ଆସନ୍ତି । ପଚାରନ୍ତି ଯେ ସତରେ ମୁଁ କଣ ତୁମକୁ ଚାପୁଡ଼ା ମାରିପାରିବି ? ତାପରେ ବ୍ୟକ୍ତି କୁହନ୍ତି ଯେ ଆଜ୍ଞା ହଁ ଆପଣ ଚାହିଁଲେ ମାରି ପାରିବେ । କିଛି ଅସୁବିଧା ନାହିଁ । ତେବେ ତାପରେ ପାକିସ୍ତାନୀ ନାଗରିକ ସେହି ବ୍ୟକ୍ତି ଙ୍କୁ ଆଲିଙ୍ଗନ କରନ୍ତି । ଏହି ସମୟରେ କିଛି ପିଲା ମଧ୍ୟ ଥାଆନ୍ତି, ଯେଉଁମାନେ ବ୍ୟକ୍ତିଙ୍କୁ ମାରିବା ବଦଳରେ ଆଲିଙ୍ଗନ କରିବାକୁ ପସନ୍ଦ କରନ୍ତି ।

ଏହି ଭୋଡାୟୋକୁ DUMB TV ନାମକ ଗୋଟିଏ ପେଜ ସୋସିଆଲ ମିଡିଆରେ ସେୟାର କରିଛି । ଏହି ଭିଡ଼ିଓରେ ପାକିସ୍ତାନୀ ଏବଂ ଭାରତୀୟଙ୍କ ବହୁତ୍ ରିଆକ୍ସନ୍ ଆସୁଛି । ତେବେ ଏହା ସ୍ପଷ୍ଟ ନୁହେଁ ଯେ ଏହି ଭିଡିଓ କେତେ ସତ ଅଟେ । ତେଣୁ ଆମେ ଏହାର ସତ୍ୟତା ନିଶ୍ଚିତ କରୁନାହୁଁ ।

ଦେଖନ୍ତୁ ଭିଡିଓ :-

Leave A Reply

Your email address will not be published.