ଭୟଙ୍କର ହୋଇପାରେ ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍ କ୍ୟାନସର; ଏହି ୪ ପ୍ରାରମ୍ଭିକ ଲକ୍ଷଣକୁ କେବେ ବି ଅଣଦେଖା କରନ୍ତୁ ନାହିଁ !

0

Get real time updates directly on you device, subscribe now.

କ୍ୟାନସରର ନାମ ଶୁଣିଲେ ମନରେ ଭୟ ଆସିଯାଏ। ଏମିତି ଅନେକ ପ୍ରକାରର କ୍ୟାନସର ଅଛି, ଯାହାକି ବହୁତ ପ୍ରାଣଘାତୀ ହୋଇଥାଏ। ଯଦି ଆମେ ଆରମ୍ଭରୁ ଏହାର ଚିକିତ୍ସା କରୁ, ତେବେ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାଏ। ପୁରୁଷଙ୍କ ନିକଟରେ ଆଜିକାଲି କ୍ୟାନସର ରୋଗ ଅଧିକ ମାତ୍ରାରେ ଦେଖାଯାଉଅଛି। ତେବେ ସେମାନଙ୍କ ନିକଟରେ ଦେଖାଯାଉଥିବା ବିଭିନ୍ନ କ୍ୟାନସର ମଧ୍ୟରୁ ପ୍ରୋଷ୍ଟେଟ କ୍ୟାନସର ଅତ୍ୟନ୍ତ ବିପଜ୍ଜନକ ଅଟେ। ବର୍ତ୍ତମାନ ଏହା ଧୀରେ ଧୀରେ ସାଧାରଣ ହେବାରେ ଲାଗିଲାଣି ଓ ସାରା ବିଶ୍ୱରେ ଏଥିରେ ହିଁ ପୁରୁଷମାନଙ୍କର ସବୁଠାରୁ ଅଧିକ ମୃତ୍ୟୁ ହେଉଛି।

ପ୍ରୋଷ୍ଟେଟ କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ:-

– ଯଦି ଆପଣ ରାତିରେ ବାରମ୍ବାର ପରିସ୍ରା କରିବାକୁ ଯାଉଛନ୍ତି, ତେବେ ଏହାକୁ ହାଲୁକା ଭାବରେ ଆଦୌ ଗ୍ରହଣ କରନ୍ତୁ ନାହିଁ। ହୋଇପାରେ, ଆପଣଙ୍କର ପ୍ରୋଷ୍ଟେଟରେ କୌଣସି ସମସ୍ୟା ଥାଇପାରେ।

– ପରିସ୍ରା କରିବାରେ ଅସୁବିଧା ହେବା।

– ସ୍ପର୍ମ କିମ୍ବା ପରିସ୍ରା ସମୟରେ ରକ୍ତ ଆସିବା।

– ୟୁରିନର ଫ୍ଲୋ ଠିକ ନ ରହିବା।

ପ୍ରୋଷ୍ଟେଟ୍ କ୍ୟାନସର କେବେ ହୋଇପାରେ:-

ପ୍ରୋଷ୍ଟେଟ କ୍ୟାନସର କୌଣସି ବୟସର ପୁରୁଷମାନଙ୍କୁ ହୋଇପାରେ। ବିଶେଷ ଭାବରେ ୫୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ନିକଟରେ ଏହା ଅଧିକ ମାତ୍ରାରେ ଦେଖାଯାଇଥାଏ। ତେଣୁ ବୟସ ବଢ଼ିବା ସହ ପ୍ରୋଷ୍ଟେଟର ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖିବା ଆବଶ୍ୟକ ଅଟେ। ଯଦି ଆପଣଙ୍କୁ କୌଣସି ପ୍ରକାରର ଯନ୍ତ୍ରଣା, ଟ୍ୟୁମର କିମ୍ବା ପ୍ରୋଷ୍ଟେଟ ଅଧିକ ବଢ଼ିବାର ସମସ୍ୟା ଦେଖାଦେଉଛି, ତେବେ ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କୁ ଦେଖାନ୍ତୁ।

ବଢ଼ିଥିବା ପ୍ରୋଷ୍ଟେଟର ଲକ୍ଷଣ:-

– ପରିସ୍ରା କରିବାରେ ଅସୁବିଧା ଅନୁଭବ କରିବା।

– ବାରମ୍ବାର ପରିସ୍ରା କରିବା ପାଇଁ ଇଚ୍ଛା ହେବା।

– ବ୍ଲାଡରକୁ ସମ୍ପୂର୍ଣ୍ଣ ରୂପରେ ଖାଲି କରିବାରେ ଅସୁବିଧା ହେବା।

ଚିକିତ୍ସା:-

ଯଦି ପ୍ରୋଷ୍ଟେଟର ଆକାର ବହୁତ ଅଧିକ ବଢ଼ି ଯାଇଛି, ତେବେ ଏହାର ଚିକିତ୍ସା ସର୍ଜରୀ ଜରିଆରେ କରାଯାଏ। ଯଦି ପ୍ରୋଷ୍ଟେଟ କ୍ୟାନସର ଜଣାପଡ଼େ, ତେବେ ତୁରନ୍ତ ଏଥିପାଇଁ ଚିକିତ୍ସା ଆରମ୍ଭ କରିଦେବା ଉଚିତ। ରେଡିଓଥେରାପି, ହରମୋନ ଥେରାପି, ପ୍ରୋଟନ ବିମ ଥେରାପି ଜରିଆରେ ମଧ୍ୟ ଏହାର ଚିକିତ୍ସା କରାଯାଏ।

Leave A Reply

Your email address will not be published.