କରୋନା ଭାଇରସର ସଂକ୍ରମଣକୁ ରୋକିପାରିବ ଗାଈ କ୍ଷୀର ! ଏଥିରୁ ମିଳିଲା ଏକ ବୋଭାଇନ ଲାକ୍ଟୋଫିରେନ୍ ପ୍ରୋଟିନ…; ଗବେଷକ ଦେଲେ ଏମିତି ପରାମର୍ଶ

0

Get real time updates directly on you device, subscribe now.

ମହାମାରୀ ସମୟରେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ। ଏଥିପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦିଅନ୍ତିକି ରୋଗ ପ୍ରତିରୋଧକ ଶକ୍ତି ଅର୍ଥାତ ଇମ୍ୟୁନିଟି ବଢ଼ାଇବା ଆପଣ ସମ୍ପୂର୍ଣ ଡାଏଟ୍ ନିଅନ୍ତୁ। ଏହି ତାଲିକାରେ ଦୁଗ୍ଧ ସବୁବେଳେ ଆମ ହେଲ୍‌ଦି ଡାଏଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହି ଆସିଛି। କିନ୍ତୁ କିଛି ବିଶେଷଜ୍ଞ ମାନେ କୁହନ୍ତିକି, ଗାଈ କ୍ଷୀର ଆମ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ, ହାଡକୁ ମଜଭୁତ କରିଥାଏ, ମସ୍ତିଷ୍କ ବିକାଶ କରିଥାଏ ଏବଂ ଓ୍ଵାର୍କିଂ କାପାସିଟି ଅର୍ଥାତ କାର୍ଯ୍ୟ କ୍ଷମତାକୁ ମଧ୍ୟ ବହୁତ ବଢ଼ାଇଥାଏ।

ବର୍ତ୍ତମାନ ଏକ ସଦ୍ୟତମ ଅଧ୍ୟୟନରୁ ଜଣାପଡିଛିଯେ ଗାଈ କ୍ଷୀରରେ କରୋନା ଭାଇରସ ସଂକ୍ରମଣ ସହିତ ଲଢ଼ିବାରେ ସହାୟକ ହୋଇଥାଏ। ଆମେରିକାର ମିଶିଗନ ୟୁନିଭର୍ସିଟିର ଅନୁସନ୍ଧାନକାରୀ ନିକଟରେ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତିକି, ଗାଈ କ୍ଷୀରରେ ଏମିତି ଏକ ପ୍ରୋଟିନ୍ ରହିଛି, ଯାହା ଭାଇରସକୁ ରୋକିବାର ଗୁଣ ରହିଛି। ଏହି ପ୍ରୋଟିନ୍ କୌଣସି ବ୍ୟକ୍ତିମାନଙ୍କ ଶରୀରରେ କରୋନା ସଂକ୍ରମଣର ବିସ୍ତାରକୁ ରୋକିପାରିବ। ଅଧ୍ୟୟନର ନିଷ୍କର୍ଷ ‘ଜର୍ଣ୍ଣାଲ ଅଫ୍ ଡାଏରୀ ସାଇନ୍ସ’ରେ ପ୍ରକାଶ ପାଇଥିଲା।

ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ କ୍ଷୀରରେ ଲାକ୍ଟୋଫିରେନ୍ ନାମକ ପ୍ରୋଟିନ ମିଳିଥାଏ। ଅନୁସନ୍ଧାନକାରୀ ସେମାନଙ୍କ ଅଧ୍ୟୟନରେ ଜାଣିବାକୁ ପାଇଥିଲେକି ଗାଈ କ୍ଷୀରରୁ ବୋଭାଇନ୍ ଲାକ୍ଟୋଫିରେନ୍ ନାମକ ଏକ ପ୍ରୋଟିନ ମିଳିଥାଏ, ଯାହା କୌଣସି ରୋଗାଣୁ ବା ମାଇକ୍ରୋବେସ୍, ଭାଇରସ୍ ଏବଂ ଅନ୍ୟାନ୍ୟ ଜୀବାଣୁ ସହିତ ଲଢ଼ିବାରେ ସକ୍ଷମ ହୋଇଥାଏ। ଏହି ପ୍ରୋଟିନ SARS-CoV-2 ଭାଇରସକୁ ଟାର୍ଗେଟ ସେଲ୍ସ ଅର୍ଥାତ କୋଶିକା ଗୁଡ଼ିକରେ ପ୍ରବେଶ କରିବାକୁ ଆଦୌ ଦେଇନଥାଏ। ସେପଟେ କୋଶିକାଗୁଡ଼ିକୁ ଭାଇରସ ବିରୋଧରେ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।

ବୋଭାଇନ୍ ଲାକ୍ଟୋଫିରେନ୍ର ବ୍ୟାପକ ଆଣ୍ଟିଭାଇରାଲ ପ୍ରଭାବ, ସୁରକ୍ଷା, ନ୍ୟୂନତମ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ବ୍ୟବସାୟିକ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଅନେକ ରିସର୍ଚ୍ଚ ପେପରରେ SARS-CoV-2 ସଂକ୍ରମଣର ଚିକିତ୍ସା ଏବଂ ରୋଗର ପରବର୍ତ୍ତୀ ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.