ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏହି ତାରିଖରେ ଲାଗିବ,4ଟି ରାଶିର ହେବ ଫାଇଦା ହିଁ ଫାଇଦା

0

Get real time updates directly on you device, subscribe now.

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ 30 ରେ ଲାଗିବ | ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ | ଆଂଶିକ ସୂର୍ଯ୍ୟ ପରାଗ ସେହି ସ୍ଥିତିକୁ କୁହାଯାଏ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଆଉ ପୃଥିବୀ ମଝିରେ କିଛି ଏହିପରି ଆସିଯାଇଥାଏ ଯେପରି ସୂର୍ଯ୍ୟଙ୍କର କିଛି ଅଂଶ ପୃଥିବୀରୁ ନଜର ଆସିନଥାଏ | ଏହି ସୂର୍ଯ୍ୟପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ-ପଶ୍ଚିମ ଭାଗରେ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ଆଉ ଆଣ୍ଟାର୍କଟିକାରେ ନଜର ଆସିବ |

2022 ମସିହରେ ଦୁଇଟି ସୂର୍ଯ୍ୟପରାଗ ଲାଗୁଅଛି | ବର୍ଷର ପ୍ରଥମ ସୂର୍ଯ୍ୟପରାଗ 30 ଏପ୍ରିଲରେ ଲାଗୁଛି | ଏହା ଆଂଶିକ ସୂର୍ଯ୍ୟପରାଗ ହେବ | ଏଥି ସହିତ ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର 25 ରେ ଲାଗିବ | ଏହା ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ହେବ | 30 ଏପ୍ରିଲରେ ଲାଗିବାକୁ ଯାଉଥିବା ସୂର୍ଯ୍ୟପରାଗ ମଧ୍ୟରାତ୍ରି 12 ବାଜିକରି 15 ମିନଟରୁ ଆରମ୍ଭ ହେବ ଆଉ 1 ମଇ ସକାଳ 4 ବାଜିକରି 7 ମିନଟ ପର୍ଯ୍ୟନ୍ତ ରହିବ | ଏହି ପରାଗ ମେଷ ରାଶିରେ ଲାଗିବ | ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ କିମ୍ବା ଏହାର ସୂତକ ସମୟ ବୋଲି ମନା ଯିବ | ଏହି ପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ-ପଶ୍ଚିମ ଭାଗରେ, ପ୍ରଶାନ୍ତ ମହାସାଗରରେ, ଆଟଲାଣ୍ଟିକ୍ ଆଉ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ |

ରାଶି ମାନଙ୍କ ଉପରେ ପ୍ରତିକ୍ରିୟା :-

ଗ୍ରହମାନଙ୍କର ଆମ ଜୀବନ ଉପରେ ଗଭୀର ପ୍ରଭାବ ପଡିଥାଏ । ସୂର୍ଯ୍ୟ ହେଉଛନ୍ତି ସମସ୍ତ ଗ୍ରହମାନଙ୍କର ରାଜା ଏବଂ ପିତା ଏବଂ ତାଙ୍କୁ ଆତ୍ମାର କାରକ ବୋଲି ବିଶ୍ୱାସ କରାଯାଏ ।
ସୂର୍ଯ୍ୟପରାଗର ସ୍ଥିତିକୁ ଶୁଭ ବୋଲି ମନାଯାଇ ନଥାଏ । ଏମିତି ବିଶ୍ୱାସ କରାଯାଏ କି ପରାଗ ଲାଗିବା ଯୋଗୁ ସୂର୍ଯ୍ୟ ଆହାତ ହୋଇଯାନ୍ତି ଏବଂ ଶୁଭ ଫଳର ପରିମାଣ ହ୍ରାସ ହୋଇଯାଏ । ପରାଗର ଭିନ୍ନ ଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ଜ୍ୟୋତିଶାଚାର୍ଯ୍ୟ ଶ୍ରୀପତି ତ୍ରିପାଠୀ କହିଛନ୍ତି ଯେ ଏହି ପରାଗ 4ଟି ରାଶି ପାଇଁ ବିଶେଷ ଫଳପ୍ରଦ ହେବ।

ବୃଷଭ – ବୃଷଭ ରାଶିର ଲୋକମାନଙ୍କ ପାଇଁ ଏହି ପରାଗ ଅତ୍ୟନ୍ତ ଶୁଭ ହେବ । ଏହି ପରାଗରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ଅଛି । ଆପଣଙ୍କର ଅନେକ ଅଧୁରା କାମ ପୁରା ହେବ । ଏହି ସମୟରେ କରାଯାଇଥିବା ସମସ୍ତ କାର୍ଯ୍ୟ ଫଳପ୍ରଦ ହେବ । ଏହି ସମୟରେ କରାଯାଇଥିବା ସବୁ ଯାତ୍ରା ଲାଭଦାୟକ ହେବ । ବ୍ୟବସାୟ ସହ ଜଡିତ ଲୋକମାନଙ୍କ ପାଇଁ ମଧ୍ୟ ପରାଗ ଶୁଭଙ୍କର ହେବ ।ସମ୍ପତ୍ତି ରେ ନିବେଶ କରିବାପାଇଁ ଏହା ଉତ୍ତମ ଅଟେ ଏବଂ ଏହା କରିବା ଏହି ସମୟ ମଧ୍ୟରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ ।

କର୍କଟ- କର୍କଟ ରାଶି ପାଇଁ ମଧ୍ୟ ଏହି ପରାଗ ଶୁଭ ହେବାକୁ ଯାଉଛି | ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ | ସାଙ୍ଗମାନଙ୍କଠାରୁ ଲାଭ ପାଇପାରିବେ ଆଉ ସାଥିରେ କାର୍ଯ୍ୟସ୍ଥଳ ଆଉ ସମାଜରେ ଆପଣଙ୍କର ଖ୍ୟାତି ମଧ୍ୟ ବଢିବ | ଏହି ପରାଗ ସମୟ ଆପଣଙ୍କ ଭାଗ୍ୟକୁ ମଧ୍ୟ ମଜବୁତ୍ କରିପାରେ | ନିଜର ଯୋଗ୍ୟତାକୁ ପ୍ରମାଣିତ କରିବା ପାଇଁ ଆଗକୁ ବଢ଼ି କରି କୌଣସି ବି ନୂତନ ଚ୍ୟାଲେଞ୍ଜର ସମାଧାନ କରିବାର ଦାୟିତ୍ୱ ଗ୍ରହଣ କରିପାରିବେ | ଏହି ସମୟରେ କିଛି ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହୋଇପାରେ |

ତୁଳା – ତୁଳା ରାଶିର ଲୋକମାନଙ୍କ ପାଇଁ ମଧ୍ୟ ଏହି ପରାଗ ବହୁତ ଶୁଭ ହେବାର ଅଛି | କାର୍ଯ୍ୟସ୍ଥଳରେ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି | ଚାକିରିରେ ଅନେକ ଭଲ ଅବସର ପ୍ରାପ୍ତ ହୋଇପାରେ | ସହଭାଗୀତା କାର୍ଯ୍ୟରେ ଲାଭ ମିଳିବାର ମଧ୍ୟ ଆଶା ଅଛି | ଏହି ଅବଧିରେ ଆପଣ ନିଜର କାମକୁ ନେଇ କରି କାର୍ଯ୍ୟସ୍ଥଳରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବେ | ଏହି ସମୟ ମଧ୍ୟରେ ଆପଣ ନିଜର ଲକ୍ଷ୍ୟ ଉପରେ କଠନ ପରିଶ୍ରମ କରୁଥିବାର ମଧ୍ୟ ନଜର ଆସିବେ |

ଧନୁ- ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ସୁଧାର ଆସିବ । ସରକାରୀ ଚାକିରୀରେ କାର୍ଯ୍ୟରତ ଲୋକମାନଙ୍କ ପାଇଁ ମଧ୍ୟ ଏହି ପରାଗ ଶୁଭ ଏବଂ ଫଳଦାୟକ ହେବ । ବିଦେଶ ରେ ଚାକିରୀ ଖୋଜୁଥିବା ଲୋକମାନେ ଚାକିରୀ ପାଇବେ ଆଉ ପ୍ରଗତିରେ ଲାଭ ମଧ୍ୟ ପାଇବେ । ପରାଗ ସମୟରେ ଯଥାସମ୍ଭବ ମନ୍ତ୍ର ଜପ କରନ୍ତୁ । ବ୍ୟବସାୟର ବିସ୍ତାର ପାଇଁ କିଛି ନୀତି ପ୍ରସ୍ତୁତ କରିବାରେ ଏବଂ ସେଗୁଡିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ସଫଳ ହେବେ ।

Leave A Reply

Your email address will not be published.