ଏହି ସରକାରୀ ଆପକୁ ନିଜ ଫୋନରେ ନିଶ୍ଚୟ ରଖନ୍ତୁ, ଗୋଟିଏ ଆପରେ ଆପଣଙ୍କର ସମସ୍ତ କାମ ହୋଇଯିବ

0

Get real time updates directly on you device, subscribe now.

ଭାରତରେ ଗତ କିଛି ବର୍ଷ ମଧ୍ୟରେ ଘରୋଇ ଆପ ଗୁଡ଼ିକର ଟ୍ରେଣ୍ଡ ବଢ଼ିଛି। କେଉଁଠି ସୋସିଆଲ ମିଡିଆ ଆପ୍ସ ଆସିଛି ତ ଟିକଟକ୍‌ ମୁକାବିଲାରେ ଅନେକ ପ୍ରକାର ସର୍ଟ ଭିଡିଓ ଆପ୍ସ ମଧ୍ୟ ଲଞ୍ଚ୍‌ ହୋଇଛି। ଆପଣମାନଙ୍କ ମଧ୍ୟରୁ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଜାଣିଛନ୍ତିଯେ ଭାରତ ସରକାରଙ୍କ ନିକଟରେ ନିଜର ମଧ୍ୟ ଆପ୍‌ ଷ୍ଟୋର ଅଛି ଯାହା ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ ଷ୍ଟୋରର ମୁକାବିଲା କରିଥାଏ। ଭାରତ ସରକାରଙ୍କର ମଧ୍ୟ ଅନେକ ଅଫିସିଆଲ ଆପ୍ସ ରହିଛି ଯାହା ଆପଣମାନଙ୍କ ପାଇଁ ବହୁତ ଜରୁରୀ ଅଟେ। ଆଜି ଆମେ ଆପଣଙ୍କୁ ସେହି ସରକାରୀ ମୋବାଇଲ ଆପ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଦରକାର ସମୟରେ ଆପଣଙ୍କ କାମରେ ବହୁତ ମାତ୍ରାରେ ଆସିବ। ତେବେ ଆସନ୍ତୁ ଜାଣିବା ସେହି ସରକାରୀ ଆପ ବିଷୟରେ।

M Aadhar:-

ଲୋକମାନଙ୍କ ପାଇଁ ୟୁଆଇଡିଏଆଇର ଏମ-ଆଧାର ଆପ ବହୁତ କାର୍ଯ୍ୟକାରୀ ଆପ ଅଟେ। କାହିଁକିନା ଲୋକମାନଙ୍କୁ ଏଥିରେ ଅନେକ ପ୍ରକାର ସୁବିଧା ମିଳିଥାଏ। ଲୋକମାନେ ଏହି ଆପରେ ଆଧାର କାର୍ଡକୁ ଡିଜିଟାଲ ଫର୍ମାଟରେ ମଧ୍ୟ ରଖିପାରିବେ। ଲୋକମାନେ ଏହାସହିତ ନିଜର ବାୟୋମେଟ୍ରିକ ବିବରଣୀକୁ ମଧ୍ୟ ସୁରକ୍ଷିତ ରଖିପାରିବେ। ସେହିପରି ଏହି ଆପର ସାଇଜ କେବଳ ୪୫ ଏମବି ରହିଛି। ଆବଶ୍ୟକ ପଡିଲେ ଆପଣ ଏହି ଆପ ଜରିଆରେ ମଧ୍ୟ ନିଜର ଆଧାର କାର୍ଡକୁ ଦେଖାଇପାରିବେ।

My Gov:-

ସରକାରଙ୍କ ଏହି ଆପ ବହୁତ ଖାସ ଅଟେ, କାରଣ ଲୋକମାନେ ଏହି ପ୍ଲାଟଫର୍ମ ଜରିଆରେ ବିଭାଗ ଏବଂ ମନ୍ତ୍ରାଳୟକୁ ନିଜର ବିଚାର ଜଣାଇପାରିବେ। ସେହିପରି ଏହି ଆପ ଗୁଗଲ ପ୍ଳେ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି। ଯଦି ଆପଣଙ୍କ ପାଖରେ କୌଣସି ଏହି ଯୋଜନାକୁ ନେଇ କୌଣସି ପ୍ରକାର ବିଚାର କିମ୍ବା ଆଇଡିଆ ରହିଛି ତେବେ ଆପଣ ଏହି ଆପ ଜରିଆରେ ସରକାରଙ୍କୁ ଦେଇପାରିବେ।

mPARIWAHAN:-

ଏହାଦ୍ୱାରା ୟୁଜର୍ସ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡି ରେଜିଷ୍ଟ୍ରେସନ ସାର୍ଟିଫିକେଟର ଏକ ଡିଜିଟାଲ କପି ତିଆରି କରିପାରିବେ। ଏଥିରେ ମହଜୁଦ ଥିବା ଡିଜିଟାଲ କପିକୁ ଆଇନଗତ ମାନ୍ୟତା ମଧ୍ୟ ଦିଆଯାଇଛି। କିନ୍ତୁ ଧ୍ୟାନ ରଖିବେ ଯଦି ଆପଣ ଟ୍ରାଫିକ୍‌ ରୁଲ୍ସ ଭାଙ୍ଗୁଛନ୍ତି ତେବେ ଡିଏଲ କିମ୍ବା ଆରସି ମଧ୍ୟରୁ କୌଣସି ଗୋଟିଏର ହାର୍ଡ କପିକୁ ସାଥିରେ ରଖିବା ଜରୁରୀ। ଏହାଛଡା ଆପଣ ଏହି ଆପ ସାହାଯ୍ୟରେ ଆପଣ ସେକେଣ୍ଡ ହ୍ୟାଣ୍ଡ ଗାଡିର ସମ୍ପୂର୍ଣ୍ଣ ଡିଟେଲ୍ସକୁ ମଧ୍ୟ ଯାଞ୍ଚ କରିପାରିବେ।

UMANG:-

ୟୁଜର୍ସମାନେ ଏହି ଆପ ଜରିଆରେ ସମସ୍ତ ସରକାରୀ ସେବାର ଲାଭ ଉଠାଇପାରିବେ। ୟୁଜର୍ସମାନଙ୍କୁ ଏହି ଆପରେ ଇପିଏଫ, ପାନ, ଆଧାର, ଡିଜିଲକର, ଗ୍ୟାସ ବୁକିଙ୍ଗ, ମୋବାଇଲ ବିଲ ପେମେଣ୍ଟ ଏବଂ ବିଜୁଳି ବିଲ ପେମେଣ୍ଟ ଆଦି କରିବାର ସେବା ମିଳିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ ଏହି ଆପକୁ ମିନିଷ୍ଟ୍ରୀ ଅଫ୍ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି ଏବଂ ନ୍ୟାସନାଲ ଇ-ଗଭର୍ନେସ ଡିଭିଜେନର ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଇଛି।

DigiLocker:-

ଡିଜିଲକର ଏହି ଆପକୁ ଆପଣ ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପ ଷ୍ଟୋରରୁ ମଧ୍ୟ ଡାଉନଲୋଡ କରିପାରିବେ। ଏହି ଆପର ସାଇଜ ୭.୨ ଏମବି ରହିଛି। ଲୋକମାନେ ଏହି ଆପରେ ଜରୁରୀ ଦସ୍ତାବିଜ ଯେମିତିକି ଲାଇସେନ୍ସ ଏବଂ ପାନ କାର୍ଡକୁ ଡିଜିଟାଲ୍‌ ଫର୍ମାଟରେ ମଧ୍ୟ ରଖିପାରିବେ। ଏଥିରେ ଆପଣ ନିଜର କଲେଜର ସାର୍ଟିଫିକେଟ ମଧ୍ୟ ସେଭ କରି ରଖିପାରିବେ। ଏହାଦ୍ୱାରା ଲୋକମାନଙ୍କୁ ସବୁବେଳେ ନିଜ ସାଥିରେ ଜରୁରୀ ଡକ୍ୟୁମେଣ୍ଟର ହାର୍ଡ କପିକୁ ସାଥିରେ ଧରି ବୁଲିବାର କୌଣସି ଆବଶ୍ୟକତା ମଧ୍ୟ ପଡିବନାହିଁ।

Leave A Reply

Your email address will not be published.