ମୁଣ୍ଡ ନୁଆଁଇଲେ ୟୁକ୍ରେନ୍ ରାଷ୍ଟ୍ରପତି,ରୁଷ୍‌ର ସର୍ତ୍ତ ମାନିବାକୁ ରାଜି, ନାଟୋରେ ମିଶିବାକୁ ଆଉ ଆଗ୍ରହ ନାହିଁ

0

Get real time updates directly on you device, subscribe now.

ୟୁକ୍ରେନର ଯୁଦ୍ଧ ବର୍ତ୍ତମାନ ୧୩ ଦିନରେ ପହଞ୍ଚିଥିବା ସମୟରେ ବିଶ୍ବର ମହାଶକ୍ତିଶାଳୀ ରୁଷ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠି ରହିବାର ଆଶା ନ ଦେଖି ଶେଷରେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବୁଝାମଣା କରିବା ପାଇଁ ରାଜି ହୋଇ ଯାଇଛନ୍ତି। ଜେଲେନସ୍କି କହିଛନ୍ତିକି ବର୍ତ୍ତମାନ ତାଙ୍କର ଆଉ ନାଟୋର ସଦସ୍ୟତା ପାଇଁ ଆଗ୍ରହ ନାହିଁ, ଯେଉଁଥିପାଇଁ ତାଙ୍କର ଦେଶକୁ ରୁଷ ଆକ୍ରମଣର ଶିକାର ହେବା ପାଇଁ ପଡ଼ିଲା।

ଏହା ସହ ଯେଉଁ ଦୁଇଟି ରୁଷ-ସପକ୍ଷବାଦୀ ଏବଂ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ଫେବୃୟାରି ୨୪ ତାରିଖରେ ୟୁକ୍ରେନର ଆକ୍ରମଣ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେଇଥିଲେ, ତାହାକୁ ମାନ୍ୟତା ଦେବା ପାଇଁ ମଧ୍ୟ ସେ ୟୁକ୍ରେନର ରାଷ୍ଟ୍ରପତି ରାଜି ହୋଇଯାଇଛନ୍ତି।

ଏବିସି ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ ଜେଲେନ୍‌ସ୍କି କହିଲେକି, ଆମେ ବୁଝିସାରିଲୁଣିଯେ ନାଟୋ ୟୁକ୍ରେନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଆମେରିକା ନେତୃତ୍ତ୍ବାଧୀନ ମେଣ୍ଟ ବିବାଦରେ ପଶିବାକୁ ଓ ରୁଷିଆ ସହିତ ମୁହାଁମୁହିଁ ହେବା ପାଇଁ ଡରୁଛି। ୟୁକ୍ରେନ ଆକ୍ରମଣର ଅବ୍ୟବହିତ ପୂର୍ବରୁ ପୁଟିନ ୟୁକ୍ରେନର ଦୁଇଟି ରୁଷ-ସପକ୍ଷବାଦୀ ଅଞ୍ଚଳ ଡୋନେସ୍କ ଓ ଲୁହାଂସ୍କକୁ ସ୍ବାଧୀନ ମାନ୍ୟତା ଦେଇଦେଲେ।

ବର୍ତ୍ତମାନ ପୁଟିନ ଚାହୁଁଛନ୍ତିକି ୟୁକ୍ରେନ ଉକ୍ତ ଦୁଇଟି ଅଞ୍ଚଳକୁ ବର୍ତ୍ତମାନ ସ୍ବାଧୀନତା ପ୍ରଦାନ କରୁ। ଜେଲେନସ୍କି କହିଛନ୍ତିକି ସେ ବର୍ତ୍ତମାନ କଥାବାର୍ତ୍ତା କରିବା ପାଇଁ ରାଜି ଅଛନ୍ତି।

Leave A Reply

Your email address will not be published.