ଦେଖନ୍ତୁ ଭିଡିଓ : ଓ୍ଵିକେଟ୍‌ କିପରଙ୍କ ଗ୍ଲୋବ୍ସରେ ଲାଖିରହିଲା ବଲ୍‌, ଆଉଟ୍‌ ହେବାରୁ ବଞ୍ଚିଗଲେ ବ୍ୟାଟ୍ସମ୍ୟାନ୍‌

0

Get real time updates directly on you device, subscribe now.

କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି । କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ । ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି । ମହିଳା କ୍ରିକେଟ ହେଉ କିମ୍ବା ପୁରୁଷ ଦର୍ଶକ ମାନେ କ୍ରିକେଟ୍ ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି ।

ନିକଟ ରେ ଚାଲିଛି ମହିଳା ବିଶ୍ଵ କପ୍ ଚାଲିଛି । ଦର୍ଶକ ମାନେ କରନା ଯୋଗୁଁ ଘରେ ରହି ମଜା ଉଠାଉ ଛନ୍ତି । ନ୍ୟୁଜିଲାଣ୍ଡ ଓ ବାଲାଂଦେଶ ମଧ୍ୟରେ ଏହି ମେଚ୍ ଚାଲିଛି । ଏହି ସମୟ ରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଏହି ମ୍ୟାଚ୍ ରେ ବଙ୍ଗଳାଦେଶ ୨୬ ଓଭର୍ ମେଚ ଖେଳିବା ସମୟ ରେ ଏକ ଘଟଣା ଘଟିଥିଲା । ୨୬ ଓଭର ସମୟ ରେ ଲତା ମୋଣ୍ଡଲ ବ୍ୟାଟିଂ କରି ୩ ରନ୍‌ ନେବାକୁ ଚେଷ୍ଟା କରୁଥିଲେ। ନନ୍‌ ଷ୍ଟ୍ରାଇକର ବ୍ୟାଟ୍ସମ୍ୟାନ୍‌ ଜହାଁଆରା ଆଲମ୍‌ ଦୁଇ ରନ୍ ପରେ ୩ ରନ୍‌ ପାଇଁ ଦୌଡ଼ୁଥିବା ବେଳେ ପାଖାପାଖି ଆଉଟ୍‌ ହୋଇ ଯାଇ ଥିଲେ ।

View this post on Instagram

A post shared by ICC (@icc)

ହେଲେ ସେଦିନ ତାଙ୍କର ଭାଗ୍ୟ ବଳ ରେ ଆଉଟ୍ ହେବାରୁ ବଞ୍ଚି ଯାଇଥିଲେ । ନ୍ୟୁଜିଲାଣ୍ଡର ଓ୍ଵିକେଟ୍‌ କିପର କେଟି ମାର୍ଟିନ୍‌ ବଲ୍‌କୁ ଷ୍ଟମ୍ପ ଆଡ଼କୁ ଫିଙ୍ଗିଥିଲେ । ମାତ୍ର ବଲ୍‌ଟି କୌଣସି କାରଣରୁ ତାଙ୍କ ଗ୍ଲୋବ୍ସରେ ଫସି ଯାଇ ଥିଲା । ତେଣୁ ସେ ବଲ୍ ଫିଙ୍ଗବା ସତ୍ତ୍ବେ ମଧ୍ୟ ବଲ ଯାଇ ନ ଥିଲା । । ବଲ୍‌ଟି ହାତରୁ ଆଉ ବାହାରି ପାରି ନଥିଲା ଓ ବାଲାଂଦେଶର ମହିଳା ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହଉ ହଉ ବଞ୍ଚି ଯାଇଥିଲେ । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.