ସରକାରୀ ଚାକିରୀ ଛାଡି କାହିଁକି ଏହି କାମ କରିବାକୁ ଲାଗିଲେ ମହିଳା ? ପ୍ରତିଦିନ ପକେଟରୁ ଖର୍ଚ୍ଚ କରନ୍ତି ଟଙ୍କା

0

Get real time updates directly on you device, subscribe now.

ଯେଉଁ ଲୋକମାନଙ୍କୁ ପଶୁମାନଙ୍କ ସହ ପ୍ରେମ ହୋଇଯାଏ, ସେମାନେ ତାଙ୍କ ଘରେ ଗୃହପାଳିତ ପଶୁ ପାଳିବାକୁ ପସନ୍ଦ କରନ୍ତି । ଅଧିକାଂଶ ଲୋକ ନିଜ ଘରେ କୁକୁର ପାଳନ୍ତି ଆଉ ପୁଣି ଅନେକ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଅନ୍ୟ ପଶୁ ବି ପାଳିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହିପରି ଜଣେ ପଶୁପ୍ରେମୀ ମହିଳାଙ୍କ ବିଷୟରେ,ଯିଏ ରାସ୍ତାର ବୁଲାକୁକୁରମାନଙ୍କୁ ଭଲପାଆନ୍ତି । ଗୁଜୁରାଟର ଅହମଦାବାଦର ବାସିନ୍ଦା ଝଂଖନା ଶାହ ଯେତେବେଳେ ବୁଲା କୁକୁରମାନଙ୍କ ଅସୁବିଧାଗୁଡିକ ଦେଖିଲେ ସେତେବେଳେ ସେ ବହୁତ ଇମୋସନାଲ ହୋଇଗଲେ । କେବଳ ଝଂଖନା ନୁହେଁ ବରଂ ତାଙ୍କ ପିତା ମଧ୍ୟ କୁକୁରମାନଙ୍କୁ ଭଲପାଉଥିଲେ ।

ପ୍ରତିଦିନ ବୁଲାକୁକୁରମାନଙ୍କୁ ଖାଇବା ଦେଉଛନ୍ତି ଏହି ମହିଳା

ମିଡ଼ିଆ ରିପୋର୍ଟ ଅନୁଯାୟୀ,ଝଂଖନା ଅନ୍ୟ ଲୋକମାନଙ୍କ ପରି ନିଜେ ବି ବୁଲାକୁକୁରମାନଙ୍କୁ ଖାଇବାକୁ ରୁଟି,ବିସ୍କୁଟ ଆଉ କ୍ଷୀର ଦେଉଥିଲେ । ଆମେ ରାସ୍ତାରେ ଧ୍ୟାନ ଦେଇଥିବା କି କିଛି ଆହାତ ଆଉ ଅପଙ୍ଗ କୁକୁର ମଧ୍ୟ ଥାଆନ୍ତି,ସେମାନଙ୍କ ଖାଦ୍ୟ ଖୋଜିକି ଖାଇବା ସହଜ ହୋଇନଥାଏ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଝଂଖନା ସାମ୍ନାକୁ ଆସିଲେ ଆଉ ଏମିତି କୁକୁରମାନଙ୍କ ପାଇଁ ଖାଦ୍ୟର ବନ୍ଦୋବସ୍ତ କରିବା ଆରମ୍ଭ କରିଦେଲା । ୪୫ବର୍ଷୀୟ ଝଂଖନା ଏହିପରି କୁକୁରମାନଙ୍କ ପ୍ରତି ବହୁତ ପ୍ରେମ ଦେଖାଇବାକୁ ଆରମ୍ଭ କଲେ । ଏହା ପଛରେ ଗୋଟେ କାହାଣୀ ଅଛି । ଝଂଖନା କିଛି ବର୍ଷ ପୂର୍ବେ ଗୋଟେ କୁକୁର ଦେଖିଥିଲା,ଯାହାର ମେରୁଦଣ୍ଡ ଭାଙ୍ଗିଯାଇଥିଲା ।

ଏହି ଘଟଣା ପରେ କୁକୁରକୁ ସାହାଯ୍ୟ କରିବାକୁ ଲାଗିଲେ

କୁକୁରର ଭାଙ୍ଗିଯାଇଥିବା ହାଡ଼ କୁ ଦେଖି ସେ ବହୁତ ଇମୋଶନାଲ ହୋଇଗଲେ ଆଉ ତାପରେ ତାର ଚିକିତ୍ସା କରାଇଲେ । ଏହି ଘଟଣା ପରେ ଝଂଖନା ଯେବେ ବି ଆହତ କୁକୁରକୁ ଦେଖନ୍ତି ତ ତାର ଚିକିତ୍ସା କରନ୍ତି ଆଉ ତାପରେ ଖାଦ୍ୟର ବ୍ୟବସ୍ଥା କରନ୍ତି । ଏହିପରି ଭାବରେ ଝଂଖନାଙ୍କୁ ଲୋକ ବହୁତ ପସନ୍ଦ କରିବାକୁ ଲାଗିଲେ । ଉତ୍ତମ କାର୍ଯ୍ୟକୁ ଦେଖିକରି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।

ତାଙ୍କ ପିତାମାତା ମଧ୍ୟ ସପୋର୍ଟ କରୁଛନ୍ତି

ଏବେ ସେ ନିଜର ପୁରା ଜୀବନ ଏହି କାମରେ ଲଗେଇ ଦେଲେ । ଝଂଖନାଙ୍କର ଏହି କାମ ପାଇଁ ତାଙ୍କ ପିତାମାତା ମଧ୍ୟ ସପୋର୍ଟ କରୁଛନ୍ତି । ସେ ଏନଜିଓ ସହ ବି ଜଡିତ ଅଛନ୍ତି । ନିଜ ଚାକିରୀ ଛାଡିକରି କେବଳ କୁକୁରମାନଙ୍କୁ ଖାଦ୍ୟ ଖୁଆଇବାରେ ଲାଗିଛନ୍ତି । କୁହାଯାଉଛି କି ସେ ପ୍ରତିଦିନ ପାଖାପାଖି ୧୩୦କୁକୁରକୁ ଖାଦ୍ୟ ଖୁଆଉଛନ୍ତି ଆଉ ମାସ ଭିତରେ ପାଖାପାଖି ୨୦,୦୦୦ଟଙ୍କା ଖର୍ଚ୍ଚ କରିଦେଉଛନ୍ତି । ସେ ଗତ ୨୧ବର୍ଷରୁ କୁକୁରମାନଙ୍କୁ ସାହାଯ୍ୟ କରୁଛନ୍ତି ।

Leave A Reply

Your email address will not be published.