ପ୍ରେମର ସବୁ ସୀମା ପାର ହେଲେ ଝିଅ ଜଣକ,ବ୍ରେକ୍-ଅପ୍ ପରେ ହେଲା ପ୍ଲେନ ସହ ପ୍ରେମ

0

Get real time updates directly on you device, subscribe now.

ଜଣେ ମହିଳା ବିମାନ କର୍ମଚାରୀ ଏକ ନିଆରା କାର୍ଯ୍ୟ କରିଥିଲେ । ସେ ଏମିତି ଜିନିଷକୁ ଭଲପାଇଲେ,ଯାହା ବିଷୟରେ ଆପଣ ଭାବିବି ପାରିବେ ନାହିଁ । ଏହା କୁହାଯାଇପାରେ କି ଝିଅଟି ପ୍ରେମରେ ତାର ସବୁ ସୀମା ପାର କରିଦେଇଛି । ଝିଅଟି ଉଡାଯାହାଜ ପ୍ରତି ଥିବା ପ୍ରେମକୁ ପରବର୍ତ୍ତୀ ସ୍ତରକୁ ନେଇଗଲା । କଣ ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା ? ବର୍ତ୍ତମାନ ସେ ଦାବି କରିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ତାଙ୍କୁ ଖେଳନା ବିମାନ
ସହ ପ୍ରେମ ହୋଇଯାଇଛି । ବିମାନ କର୍ମଚାରୀ କହିଛନ୍ତି ଯେ ଏହା ମୋର ଆଜି ପର୍ଯ୍ୟନ୍ତର ସବୁଠାରୁ ଭଲ ବନ୍ଧୁ । ସୈନ୍ଦ୍ରା ନାମକ ମହିଳା ତାଙ୍କ ଖେଳନା ବିମାନକୁ ଚୁମ୍ବନ ଦେଇ ଶୁଭ ସକାଳ ଏବଂ ଶୁଭ ରାତ୍ରି ୱଇସ୍ ବି କରୁଛନ୍ତି ।

ଏହି ମୂଲ୍ୟରେ ଡାକିନେଇଥିଲା ନିଜ ଘରକୁ

ହଙ୍ଗରିର ବୁଡ଼ାପେଷ୍ଟର ବାସିନ୍ଦା ୨୮ବର୍ଷୀୟ ମହିଳା ସୈନ୍ଦ୍ରା ଜାନୁଆରୀରେ ଖେଳନା ସହିତ ନିଜ ରୋମାନ୍ସ ଆରମ୍ଭ କରିଥିଲେ । ସେ ଏହି ପ୍ରେମ କୁ ଲୁଫୈକ୍ସ ବୋଲି କହୁଛନ୍ତି ଆଉ ଏହାକୁ ୬୦୦ପାଉଣ୍ଡ ରେ ପାୟ ( ୬୦,୭୯୬ଟଙ୍କାର ) ଅନଲାଇନ କିଣିଥିଲେ । ସୈନ୍ଦ୍ରା ମିରର୍ କୁ କହିଲେ,ମୁଁ ଜାଣିନି ମୁଁ ତାଙ୍କୁ କାହିଁକି ଭଲପାଏ,ମୁଁ ଖାଲି ଏତିକି ଜାଣିଛି ମୁଁ ତାକୁ ବହୁତ ଭଲପାଏ ।

ସକାଳ-ସନ୍ଧ୍ୟା କେବଳ ପ୍ଲେନ ସହ ସମୟ ବିତାନ୍ତି ।

ସେ ଝିଅଟି କହିଲା,ସେ ବହୁତ ସୁନ୍ଦର ଆଉ ମୋ ଆତ୍ମାକୁ ଛୁଇଁଯାଏ । ସେ ସେଇ ପ୍ରଥମ ଜିନିଷ ଯାହା ମୁ ସକାଳୁ ସକାଳୁ ଦେଖୁଛି ଆଉ ସେଇ ଶେଷ ଜିନିଷ ଯାହାକୁ ମୁଁ ଶୋଇବା ବେଳେ ଦେଖୁଛି । ମୋ ପାଖରେ ଏହାଠାରୁ ଭଲ ଆଉ କେଉଁ ଉପାୟ ନାହିଁ । ମିରର୍ ର ଏକ ରିପୋର୍ଟ ଅନୁଯାୟୀ, ସୈନ୍ଦ୍ରା ଙ୍କୁ ପ୍ରଥମ ଥର ତିନି ବର୍ଷ ବୟସରେ ପ୍ଲେନ ସହ ପ୍ରେମ ହୋଇଥିଲା । ତାର ସମ୍ପୂର୍ଣ୍ଣ କିଶୋରାବସ୍ଥା ରେ ପ୍ଲେନ ସହ କାମ କରିବାର ସ୍ୱପ୍ନ ଦେଖିଲା ।

ବ୍ରେକ୍-ଅପ୍ ପରେ ଝିଅକୁ ହେଲା ପ୍ଲେନ ସହ ପ୍ରେମ

୨୦୨୧ମସିହାରେ ସୈନ୍ଦ୍ରାଙ୍କୁ ବିମାନ ଇଣ୍ଡଷ୍ଟ୍ରି ରେ ଚାକିରୀ ମିଳିଗଲା,କିନ୍ତୁ ପୂର୍ବ ବର୍ଷ ବ୍ରେକ୍-ଅପ୍ ପରେ ସୈନ୍ଦ୍ରା ଟୟ ପ୍ଲେନ ସହ ରିଲେଶନଶିପ ରେ ଆସିବାକୁ ନିଷ୍ପତି କଲା । ସେ ଏହା ମଧ୍ୟ ଦାବି କରିଛନ୍ତି କି ତାଙ୍କୁ ବାସ୍ତବରେ ପ୍ରଥମ ଥର ପ୍ରେମ ହେଲା ଆଉ ଲୁଫୈକ୍ସ ହେଉଛି ତାଙ୍କର ଆଜି ଯାଏଁର ସବୁଠୁ ଭଲ ସାଥି । ସୈନ୍ଦ୍ରା ଆହୁରି କହିଛନ୍ତି କି ମୁଁ ଆଗରୁ କେବେ ଗୋଟେ ସାଥି ସହ ଏମିତି ଅନୁଭବ କରିନଥିଲି । ନିଜ ଜୀବନରେ ସେ ପ୍ରଥମ ଥର ପାଇଁ ପ୍ରେମରେ ପଡିଛନ୍ତି । ମୁଁ ସର୍ବଦା ବିମାନଙ୍କୁ ପସନ୍ଦ କରେ ,କୌଣସି ମଣିଷ ଠୁ ବି ଅଧିକା ।
ଯଦି ମୁଁ ସପ୍ତାହାନ୍ତରେ ଦୂରକୁ ଯାଏ ତେବେ ମୁଁ ଚେଷ୍ଠା କରେ କି ତାକୁ ସାଥିରେ ନେଇଯିବାକୁ । ସେ ସବୁବେଳେ ମୋ ପାଇଁ ଉପସ୍ଥିତ ରହିଥାଏ ।

Leave A Reply

Your email address will not be published.